ETV Bharat / city

Gas Leak In Prawn Processing Plant: ବାଲେଶ୍ୱର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ୨୫ରୁ ଅଧିକ ଅସୁସ୍ଥ

author img

By

Published : Sep 28, 2022, 10:23 PM IST

Updated : Sep 28, 2022, 10:50 PM IST

ବାଲେଶ୍ବର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ ଲିକ
ବାଲେଶ୍ବର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ ଲିକ

ବାଲେଶ୍ବର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ଏକ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ 25ରୁ ଅଧିକ କର୍ମଚାରୀ ଅସୁସ୍ଥ । ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ବାଲେଶ୍ଵର: ବାଲେଶ୍ବର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଅଘଟଣ । ଆମୋନିଆ ଗ୍ୟାସ ଲିକ ହୋଇ ୨୫ରୁ ଅଧିକା କର୍ମଚାରୀ ଅସୁସ୍ଥ । ଅସୁସ୍ଥଙ୍କୁ ଜିଲ୍ଲାର ବିଭିନ୍ନ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୁଧବାର ସନ୍ଧ୍ୟାରେ ଏଭଳି ଅଘଟଣ ଘଟିଥିବା ବେଳେ କମ୍ପାନୀ କର୍ମଚାରୀ ଅସୁସ୍ଥଙ୍କ ସଂଖ୍ୟା ଲୁଚାଉଥିବା ନେଇ ଚର୍ଚ୍ଚା ହେଉଛି ।

ବାଲେଶ୍ବର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ ଲିକ

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କମ୍ପାନୀର କର୍ମଚାରୀମାନେ କାମସାରି ଘରକୁ ଫେରିବା ବେଳେ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଗ୍ୟାସ୍ ଲିକ୍ ଯୋଗୁଁ ପାଖାପାଖି 25 ଜଣ କର୍ମଚାରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ପୂର୍ବରୁ ଫାଲକନ ନାମକ ଏକ କମ୍ପାନୀରେ ଏମିତି ଅଘଟଣ ଘଟି ଅନେକ କର୍ମଚାରୀ ଅସୁସ୍ଥ ହୋଇଥିଲେ । ଏହାକୁ ନେଇ ଜିଲ୍ଲାରେ ଥିବା ବିଭିନ୍ନ କମ୍ପାନୀର ସୁରକ୍ଷା ଓ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା । ସେହିପରି ଖନ୍ତାପଡ଼ାରେ ଥିବା ହାଇଲାଣ୍ଡ କମ୍ପାନୀରେ ଆଜିର ଏଭଳି ଦୁର୍ଘଟଣା ପରେ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଶ୍ନ ଉଠିଛି । ଅସୁସ୍ଥ କର୍ମଚାରୀଙ୍କ ଶ୍ୱାସକ୍ରିୟାରେ କଷ୍ଟ ହେବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ କାହିଁକି ଗ୍ୟାସ ଲିକ୍ ହେଲା ସେନେଇ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ:ବରଫ କଳରୁ ଗ୍ୟାସ ଲିକ, ଜଣେ ନାବାଳକ ଅସୁସ୍ଥ

ଏନେଇ କମ୍ପାନୀର ଉପରିସ୍ଥ କର୍ମଚାରୀ କହିଛନ୍ତି ଯେ, ରୁଟିନ କାର୍ଯ୍ୟ ଅନୁସାରେ କମ୍ପାନୀରେ ମେସିନ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଅଘଟଣ ଘଟିଛି । କର୍ମଚାରୀମାନେ କାର୍ଯ୍ୟ ସାରି ସେହି ବାଟ ଦେଇ ଘରକୁ ଫେରିବା ବେଳେ ଏମିତି ଗ୍ୟାସ ଆଘ୍ରାଣ ଦ୍ୱାରା ଅସୁସ୍ଥ ହୋଇଛନ୍ତି । କମ୍ପାନୀ ପକ୍ଷରୁ ସମସ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କିକମ୍ପାନୀ କର୍ମଚାରୀଙ୍କ ମଧ୍ୟରୁ କେବଳ ୨ରୁ ୩ ପ୍ରତିଶତ କର୍ମଚାରୀ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସମସ୍ତେ ସୁସ୍ଥ ଅଛନ୍ତି । " ତେବେ ଆହତମାନଙ୍କୁ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାନଯାଇ ଅଲଗା ଅଲଗା କରଯାଇଥିବା ବେଳେ ଆହତଙ୍କ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଏନେଇ କର୍ମଚାରୀ ତଥ୍ୟ ଲୁଚାଉଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୬ ତାରିଖ ଦିନ ବାଲେଶ୍ଵର ସହରର ମଠସାହି ତାରିଣୀ ଛକରେ ଥିବା ଏକ ବରଫ କଳରୁ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଏହି ଘଟଣାରେ ଜଣେ ନାବାଳକ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବାଲେଶ୍ଵର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ଲିକ୍ ହେଉଥିବା ଭଲବ ବନ୍ଦ କରିବା ସହ ଲିକେଜକୁ ଆୟତ୍ତ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

Last Updated :Sep 28, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.