ETV Bharat / state

ବ୍ରାଉନସୁଗାର ବ୍ୟବସାୟୀଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ

author img

By

Published : May 21, 2022, 5:04 PM IST

ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ , ୨ ଗିରଫ
ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ , ୨ ଗିରଫ

ଟାଉନ ଥାନା ପୋଲିସକୁ ବଡ ସଫଳତା । ଜିଲ୍ଲାର ଡାହାଣୀ ଗଢିଆ ଛକ ନିକଟରୁ ଦୁଇଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢ଼ନ୍ତୁ

ଭଦ୍ରକ: ଟାଉନ ଥାନା ପୋଲିସକୁ ବଡ ସଫଳତା । ଜିଲ୍ଲାର ଡାହାଣୀ ଗଢିଆ ଛକ ନିକଟରୁ ଦୁଇଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ବାନ୍ଧିଲା ପୋଲିସ । ଏଥିସହ ସେମାନଙ୍କ ଠାରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ପୋଲିସ ଚେକିଂ କରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ବିନା ହେଲମେଟରେ ସହର ଭିତରକୁ ଆସୁଥିଲେ । ଏହାକୁ ଦେଖି ପୋଲିସ ଏହି ଦୁଇଜଣକୁ ଅଟକାଇଥିଲେ ।

ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ , ୨ ଗିରଫ

ସନ୍ଦେହ ହେବାରୁ, ପଚରାଉଚୁରା କରିବା ସହ ଚେକିଂ କରିବାରୁ ତାଙ୍କ ନିକଟରୁ ୫୦ଟି ବ୍ରାଉନ ସୁଗାର ପ୍ୟାକେଟ୍‌ ମିଳିଥିଲା । ସେହି ବ୍ରାଉନ ସୁଗାର ପ୍ୟାକେଟ୍‌ରେ ୨୦ ଗ୍ରାମ ଓଜନର ବ୍ରାଉନ ସୁଗାର ଥିବା ଜଣାପଡ଼ିଥିଲା । ପରେ ପୋଲିସ ଉଭୟଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ । ଉଭୟଙ୍କ ଠାରୁ ଦୁଇଟି ମୋବାଇଲ, ଗୋଟାଏ ମୋଟରସାଇକେଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।

ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକରୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ପୋଲିସ ଜାଣିବାକୁ ପାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.