ETV Bharat / state

ଭଦ୍ରକରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

author img

By

Published : Aug 15, 2022, 4:32 PM IST

ଭଦ୍ରକରେ ଜିଲ୍ଲା ସ୍ତରୀୟ 76 ତମ ସ୍ୱାଧୀନତା ଦିବସ ପାଳିତ
ଭଦ୍ରକରେ ଜିଲ୍ଲା ସ୍ତରୀୟ 76 ତମ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ କଲେଜ ପଡିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଅଧିକ ପଢନ୍ତୁ

ଭଦ୍ରକ: ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ଭଦ୍ରକ କଲେଜ ପଡିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଧେଶ୍ବର ବଳିରାମ ବନ୍ଦୋର ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ରଖିଥିଲେ । ଏହି ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ଜାତୀୟ ଧୂନ ବଜାଇ ପରେଡରେ ଅଂଶଗ୍ରହଣ କରିଥିଲେ ।

ଭଦ୍ରକରେ ଜିଲ୍ଲା ସ୍ତରୀୟ 76 ତମ ସ୍ୱାଧୀନତା ଦିବସ ପାଳିତ

ଜିଲ୍ଲା ଆରକ୍ଷୀ ଅଧକ୍ଷକ ଚରଣ ସିଂ ମିନା, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସୁରକ୍ଷା ଦୃଷ୍ଟିରୁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଭଦ୍ରକ ମାଟି ହେଉଛି ବୀର ସହିଦମାନଙ୍କ ମାଟି ।

ଏହି ମାଟିରେ ଅନେକ ସ୍ୱାଧୀନତା ସଂଗ୍ରାମୀମାନେ ଦେଶକୁ ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ । ଇରମ ଓ ଲୁଣିଆ ଭଳି ସ୍ଥାନରେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଦେଶର ସ୍ଵର୍ଣ୍ଣ ଅକ୍ଷରରେ ରହିଛି ବୋଲି ଜିଲ୍ଲାପଳ ଅଭିଭାଷଣରେ କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.