ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜାଳିଦେଲେ ଘର, ୫ ଗିରଫ

author img

By

Published : May 31, 2022, 12:48 PM IST

group clash in bhadrak
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ବେଳେ ଜାଳିଦେଲେ ଘର, ୫ ଗିରଫ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଭଦ୍ରକ ଜିଲ୍ଲା ବିରିଆଡିଆ ଗ୍ରାମରେ ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସାରୁ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୧୨ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛି ପୋଲିସ । ଅଧିକ ପଢନ୍ତୁ

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଖଦାଳପୋଖରୀ ପଞ୍ଚାୟତ ଅଧିନ ବିରିଆଡିଆ ଗ୍ରାମରେ ପୋଲିସ ଉପସ୍ଥିତିରେ ଦୁଇଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସାରୁ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୧୨ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛି ପୋଲିସ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ବେଳେ ଜାଳିଦେଲେ ଘର, ୫ ଗିରଫ

ସୂଚନା ମୁତାବକ, ବିରିଆଡିଆ ଗ୍ରାମରେ ମୁକ୍ତିକାନ୍ତ ନାୟକ ଓ ସନାତନ ନାୟକଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଏପରିକି ମାଲିମକଦ୍ଦମା ପର୍ଯ୍ୟନ୍ତ କଥା ଯାଇଥିଲା । ତେବେ ଗତକାଲି ଅପରାହ୍ନରେ ମୁକ୍ତିକାନ୍ତ ନାୟକ ଘର ତିଆରି କରୁଥିବାବେଳେ ଅପରପକ୍ଷରୁ ବିରୋଧ କରାଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ବାକବିତଣ୍ଡା ଓ ଗଣ୍ଡଗୋଳ ହୋଇଥିଲା । ପରେ ମୁକ୍ତିକାନ୍ତଙ୍କ ବାସଗୃହକୁ ନିଆଁ ଲଗାଇ ପୋଡି ଦିଆଯାଇଥିଲା । ଫଳରେ ଘରର ସମସ୍ତ ଆସବାବପତ୍ର ପୋଡି ଯାଇଥିଲା ।

ଘଟଣାକୁ ନେଇ ଅଞ୍ଜଳୀପ୍ରଭା ନାୟକଙ୍କ ଏତଲା କ୍ରମେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ପୋଲିସ ସେମାନଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ରାଜଶ୍ରୀ ମହାପାତ୍ରଙ୍କ ଏତଲା ପରେ ୭ ଜଣଙ୍କ ବିରୋଧରେ ଏକ ପାଲଟା ରୁଜୁ ହୋଇଛି । ତେବେ ଉଭୟ ପକ୍ଷରୁ ସନାତନ ନାୟକ, ମୁକ୍ତିକାନ୍ତ ନାୟକ, ସୁକାନ୍ତ ନାୟକ, ଦେବବ୍ରତ ନାୟକ ଓ ପ୍ରିୟବ୍ରତ ନାୟକଙ୍କୁ ପୋଲିସ ଗିରଫ କରିଛି । ଗଣ୍ଡଗୋଳରେ ଉଭୟ ପକ୍ଷର ଲୋକେ ଲହୁଲୁହାଣ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହି ଘଟଣାରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି । ହେଲେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.