ETV Bharat / state

କୋରୋନା ପାଇଁ ବନ୍ଦ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

author img

By

Published : Dec 13, 2020, 4:20 PM IST

କୋରୋନା ପାଇଁ ବନ୍ଦ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା
କୋରୋନା ପାଇଁ ବନ୍ଦ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ମହାମାରୀ ପାଇଁ ଚଳିତ ବର୍ଷ ବନ୍ଦ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । କଳାକାରମାନଙ୍କୁ ଯୋଗାଇ ଦିଆଯିବ ଆର୍ଥିକ ସହାୟତା । ଅଧିକ ପଢନ୍ତୁ...

ବରଗଡ : କୋରୋନା ପାଇଁ ସ୍ଥଗିତ ହେଲା ବରଗଡର 72 ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା | ଏନେଇ ଡିଆରଡିଏ କାର୍ଯ୍ୟାଳୟ କକ୍ଷରେ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଧନୁଯାତ୍ରା ମହୋତ୍ସବ ସମିତିର ସମସ୍ତ କମିଟି ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ । ସମସ୍ତ କର୍ମକର୍ତ୍ତାମାନେ ଚଳିତ ବର୍ଷର ଧନୁଯାତ୍ରାକୁ ସ୍ଥଗିତ ରଖିବାକୁ ମତାମତ ଦେଇଥିଲେ ।

କୋରୋନା ପାଇଁ ବନ୍ଦ ହେଲା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ମହାମାରୀ ପାଇଁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଧନୁଯାତ୍ରାକୁ ବନ୍ଦ କରାଯାଇଛି ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ଏହି ଧନୁଯାତ୍ରାରେ ଅଂଶଗ୍ରହଣ କରୁଥିବା ଛୋଟ ବଡ କଳାକାରମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗେଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.