ଗଣ୍ଡଗୋଳରୁ ଗଡିଲା ମୁଣ୍ଡ, ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ମୃତ

author img

By

Published : Sep 8, 2022, 1:09 PM IST

ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ବରଗଡ ହତ୍ୟାକାଣ୍ଡ । ଟାଉନ ଥାନା ଅନ୍ତର୍ଗତ ଖାଲିଆପାଲି ଗାଁରେ ହତ୍ୟାକାଣ୍ଡ ହୋଇଛି । ଲୁହାଛଡ଼ରେ ଆକ୍ରମଣ କରି ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି ।

ବରଗଡ: ଗଣ୍ଡଗୋଳରୁ ଗଡିଲା ମୁଣ୍ଡ । ବରଗଡ଼ରେ ହତ୍ୟାକାଣ୍ଡ । ଟାଉନ ଥାନା ଅନ୍ତର୍ଗତ ଖାଲିଆପାଲି ଗାଁରେ ଜଣେ ବୃଦ୍ଧଙ୍କୁ ହତ୍ୟା ହୋଇଛି । ଲୁହାଛଡ଼ରେ ଆକ୍ରମଣ କରି ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । କାଣ୍ଡି ଘଟାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି l

ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସିମେଣ୍ଟ ନଗର ଖଳିଆପାଲି ଠାରେ ଜୟଦେବ ବରିହା ନାମକ ଜଣେ ବ୍ୟକ୍ତି ଜଣେ ବୃଦ୍ଧାଙ୍କୁ ଲୁହାଛଡରେ ଆକ୍ରମଣ କରିଥିଲେ । ଉକ୍ତ ଗାଁର ଅନୀଲ ଝୁପାର ବାପା ଗଜାଧର ଝୁପାକୁ ହତ୍ୟା କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ବରଗଡ଼ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ଅଭିଯୁକ୍ତକୁ ଟାଉନ ଥାନା ପୋଲିସ ଅଟକ ରଖିଛି ।

ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ଏନେଇ ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । କ୍ଷେତରେ ଫସଲ ନଷ୍ଟ ହେବାକୁ ନେଇ ଜୟଦେବ ବରିହା ଓ ଗଜାଧରଙ୍କ ମଧ୍ୟରେ ଯୁକ୍ତି ତର୍କ ହେଉଥିଲା । ଅନେକ ସମୟରେ ଜୟଦେବ ବରିହାଙ୍କ ଗାଈ ଗଜାଧରଙ୍କ ଫସଲ ନଷ୍ଟ କରୁଥିବାରୁ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ଉତ୍ୟକ୍ତ ହୋଇ ଜୟଦେବ ଏକ ଲୁହାଛଡରେ ଗଜାଧରଙ୍କୁ ଆକ୍ରମଣ କରିଥିଲେ ଫଳରେ ଗଜାଧରଙ୍କ ମୃତ୍ୟୁ ହୋଇଛି ।

ଏହା ବି ପଢନ୍ତୁ...ଆକାଶରୁ ଖସିଲା ମୃତ୍ୟୁ, ନାବାଳକ ସମେତ ୩ ମୃତ

ତେବେ ମୃତଦେହ ବ୍ୟବଚ୍ଛେଦ ପାଇଁ ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ନିଆଯାଇଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଯାହା ସାମ୍ନାକୁ ଆସିଛି ଜୀବର୍ଧନ ଓ ଗଜାଧର ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା ଓ ପରେ ଉତ୍ୟକ୍ତ ହୋଇ ଜୟଦେବ ବରିହା ଏକ ଲୁହାଛଡ଼ରେ ଗଜାଧରଙ୍କୁ ଆକ୍ରମଣ କରିଥିଲେ । ଗଜାଧରଙ୍କ ମୃତ୍ୟୁ ହୋଇଥିବା ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର କହିଛନ୍ତି ।

ଅଭିଯୋଗ ଆଧାରରେ ଟାଉନ ଥାନାରେ କେସ ନମ୍ବର ୫୪୭ ଦଫା ୩୦୨ରେ ମାମଲା ରୁଜ୍ଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଜୟଦେବ ବରିହାକୁ ରିମାଣ୍ଡରେ ନେଇଛି ପୋଲିସ । ଘଟଣାସ୍ଥଳକୁ ସାଇଣ୍ଟିଫକ ଦଳ ତଦନ୍ତ ପାଇ ଯିବେ ଏହା ପରେ ତଦନ୍ତ ଆଗକୁ ବଢିବ ବୋଲି କହିଛନ୍ତି ଥାନା ଅଧିକାରୀ ।

ଇଟିିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.