ଆକାଶରୁ ଖସିଲା ମୃତ୍ୟୁ, ନାବାଳକ ସମେତ ୩ ମୃତ

author img

By

Published : Sep 8, 2022, 11:35 AM IST

ଆକାଶରୁ ଖସିଲା ମୃତ୍ୟୁ,

ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ, ବଜ୍ରାଘାତରେ ଚାଲିଗଲା ୩ ଜୀବନ । ମୃତ ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ।

ବଲାଙ୍ଗୀର: ବଜ୍ରାଘାତ ନେଲା ଜୀବନ । ବଲାଙ୍ଗୀର ଜିଲ୍ଲାରେ ଏକ ବଡ ଅଘଟଣ ଘଟିଛି । ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ବଜ୍ରାଘାତରେ ଚାଲିଗଲା ୩ ଜୀବନ । ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜଡାମୁଡ଼ା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ୩ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହୁଁ ମୁଣ୍ଡା ଓ ୧୨ ବର୍ଷୀୟ ଚନ୍ଦନ ଝା ପୋଖରୀକୁ ଶୌଚ ପାଇଁ ଯାଇଥିଲା । ଏହା ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବର୍ଷା ହେବାରୁ ସେମାନେ ଏକ ଗଛ ତଳକୁ ଚାଲି ଯାଇଥିଲେ । ଏହି ସମୟରେ ବଜ୍ରାଘାତ ହୋଇଥିଲା । ଘଟଣାସ୍ଥଳରେ ହିଁ ୩ ଜଣ ଟଳି ପଡିଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ଆଣିଥିଲେ ।

ନାବାଳକ ସମେତ ୩ ମୃତ

ମାତ୍ର ସେତେବେଳକୁ ବିଳମ୍ବ ହୋଇସାରିଥିଲା । ବଜ୍ରାଘାତ ସେମାନଙ୍କ ଜୀବନ ନେଇ ସାରିଥିଲା । ଅକାଳରେ ଝଡି ପଡିଥିଲା ଜୀବନ । ଦୁଃଖଦ ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଅକୁ ହରାଇ ଦାଣ୍ଡରେ ଧୂଳି ଦରାଣ୍ଡୁଛି ମାଆ । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଲୋଇସିଂହା ଗାଁ । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତି ପୁରଣ ପ୍ରଦାନ ନେଇ ଦାବି ହୋଇଛି । ଘଟଣାରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ଏହା ବି ପଢନ୍ତୁ...ବିଚାରପତି ଆତ୍ମହତ୍ୟା ଘଟଣା, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ ପୋଲିସ !

ବଜ୍ରାଘାତ ପାଇଁ ଅନେକ ଜୀବନ ଚାଲି ଯାଉଥିବା ଦେଖିବାକୁ ମିଳିଛି । ନିକଟରେ ଅଗଷ୍ଟ ୨୯ ତାରିଖରେ ଝାରସୁଗୁ଼ଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମରେ ବଜ୍ରାଘାତରେ ମାଆ ପୁଅଙ୍କ ମୃତ୍ୟୁ ହୋଇଥିଲା । ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିବାବେଳେ, ଏହି ଅଘଟଣ ଘଟିଥିଲା । ସେହିପରି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ନିମଡିହି ଗ୍ରାମରେ ବଜ୍ରାଘାତରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ଜିଲ୍ଲାର ତିରିଙ୍ଗ ଥାନା ଅନ୍ତର୍ଗତ ବାରୁଡି ଗ୍ରାମର ଜଣେ ବ୍ୟକ୍ତି ଗାଈ ଚରେଇବାକୁ ଯାଇଥିବାବେଳେ ବଜ୍ରାଘାତରେ ତାଙ୍କର ଜୀବନ ଯାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.