ବିଚାରପତି ଆତ୍ମହତ୍ୟା ଘଟଣା, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ ପୋଲିସ !

author img

By

Published : Sep 8, 2022, 6:55 AM IST

Updated : Sep 8, 2022, 2:30 PM IST

ବିଚାରପତି ଆତ୍ମହତ୍ୟା ଘଟଣା, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ ପୋଲିସ !

ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣା । ବିଚାରପତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିପାରେ ପୋଲିସ । ଅଧିକ ପଢନ୍ତୁ

କଟକ: ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣାରେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନୁହେଁ ବରଂ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି ପୋଲିସ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ଏବଂ ହତ୍ୟା ନେଇ କୌଣସି ତଥ୍ୟ ନଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ତେବେ ପରିବାର ଲୋକଙ୍କ ପକ୍ଷରୁ ବିଚାରପତିଙ୍କ ପତ୍ନୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ମର୍କତନଗର ଥାନା ପୋଲିସ । ତେବେ ଏହା ହତ୍ୟା ନୁହେଁ ରିପୋର୍ଟ ଆସିବା ପରେ ତଦନ୍ତର ଦିଗ କ'ଣ ରହିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଥାନାଧିକାରୀ ବିଉଟି ମହାନ୍ତି ।

ବିଚାରପତି ଆତ୍ମହତ୍ୟା ଘଟଣା, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ ପୋଲିସ !
ଥାନାଧିକାରୀ କହିବା ଅନୁସାରେ, ''ବିଚାରପତିଙ୍କ ମୃତ୍ୟୁ ପରେ ବିଚାରପତିଙ୍କ ମାଆ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ । ବିଚାରପତିଙ୍କ ପତ୍ନୀ ଏବଂ ଶାଳକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ଏହି କ୍ରମରେ ପୋଲିସ ୩୦୨ ମାମଲା ରୁଜୁ କରି ତଦନ୍ତ କରୁଥିଲା । ବିଶେଷକରି କିପରି ବିଚାରପତିଙ୍କ ମୃତ୍ୟୁ ଘଟିଥିଲା ? ଏହା ଆତ୍ମହତ୍ୟା ନାଁ ତାଙ୍କୁ କେହି ହତ୍ୟା କରିଥିଲା ? ଏଭଳି ବିଭିନ୍ନ ଦିଗକୁ ଧ୍ୟାନରେ ରଖି ତଦନ୍ତ କରୁଥିଲା ପୋଲିସ । ଏହି ଘଟଣାରେ ୩୦୨ ମାମଲା ରୁଜୁ କରି ପ୍ରାୟ ୧୪ ଜଣଙ୍କୁ ପଚରାଉଚରା କରାଯାଇଥିଲା ।''

ଏହାମଧ୍ୟ ପଢନ୍ତୁ: ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ


ବିଚାରପତିଙ୍କ ପତ୍ନୀ, ଶାଳକଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ । ବିଚାରପତି ଅସୁସ୍ଥତା କାରଣରୁ ଏପରି କରିଥାଇ ପାରନ୍ତି ବୋଲି ପତ୍ନୀ ପୋଲିସ ଆଗରେ ବୟାନ ରଖିଥିଲେ । ଏନେଇ ସେ ଦୀର୍ଘ ଦିନ ହେବ ମାନସିକ ସ୍ଥରରେ ଅଶାନ୍ତି ରହୁଥିଲେ । ତାଙ୍କର ପାଟିରେ ଘା ହୋଇଥିଲା । ସେ ଠିକରେ ଖାଦ୍ୟ ଖାଇ ପାରୁନଥିଲେ । ସେହିପରି ତାଙ୍କର ଆଣ୍ଠୁରେ ଯନ୍ତ୍ରଣା ହେଉଥିଲା । ମଧୁମେହ ରୋଗରେ ସେ ପୀଡିତ ଥିଲେ ବୋଲି ପୋଲିସ ଆଗରେ ବୟାନ ରଖିଥିବା ଥାନାଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

କେଉଁ ରୋଗର ଶିକାର ହୋଇଥିଲେ ବିଚାରପତି ?

ଥାନାଧିକାରୀଙ୍କ କହିବା ଅନୁଯାୟୀ ଏହି ଦିଗକୁ ପୋଲିସ ଅଧିକ ଗୁରୁତ୍ବ ଦେଉଛି । କାରଣ ବିଚାରପତି ଅସୁସ୍ଥତା ଅନୁଭବ କରିବା ପଛରେ କ'ଣ ସ୍ବାସ୍ଥ୍ୟବସ୍ଥା ନାଁ ଆଉ କିଛି । ଯଦି ସେ ଅସୁସ୍ଥତା ଅନୁଭବ କରୁଥିଲେ ସେ ଡାକ୍ତରଙ୍କ ପରାମର୍ଶ ନେଇ ଏହାର ନିରାକରଣ କରିପାରିଥାନ୍ତେ । ମାତ୍ର ଏହି କାରଣରୁ ସେ ଆତ୍ମହତ୍ୟା କରିଥିଲେ କି ? ଯଦି ଏହି କାରଣରୁ ସେ ଏପରି କରିଥାନ୍ତି ତେବେ ସେ କେଉଁ ଡାକ୍ତରଙ୍କ ପରାମର୍ଶ ନେଉଥିଲେ ? ଏନେଇ ତଦନ୍ତକୁ ଜୋରଦାର କରୁଛି ପୋଲିସ । ବିଚାରପତିଙ୍କ ଘରେ ଅନେକ ଔଷଧ ରଖାଯାଇଛି । ସମସ୍ତ ଔଷଧର ତଦନ୍ତ କରାଯିବ । ବିଶେଷକରି ସେ କେଉଁ ପରିସ୍ଥିତିରେ ସେ ସବୁ ଖାଉଥିଲେ, ଏନେଇ କିନ୍ତୁ ପତ୍ନୀ ପୋଲିସକୁ କୌଣସି ତଥ୍ୟ ଦେଇନାହାନ୍ତି । ତାଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ପରେ ସେସବୁର ତଥ୍ୟ ସଂଗ୍ରହ କରିବ ପୋଲିସ । ସେହିପରି ବିଚାରପତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପୋଲିସ ପଚରାଉଚରା କରିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated :Sep 8, 2022, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.