ନୂଆଁଖାଇ ପାଇଁ 3 ଦିନ ଛୁଟି ଦାବିରେ କୋଶଳ ସେନାର ବିକ୍ଷୋଭ ପ୍ରଦର୍ଶନ, ପୋଲିସ ସହ ଧସ୍ତାଧସ୍ତି

author img

By

Published : Aug 26, 2022, 11:06 PM IST

koshal sena protest in bargarh demand three day leave for nuakhai

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବି । ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କୋଶଳ ସେନା । ବିକ୍ଷୋଭ ପ୍ରଦର୍ଶନ ବେଳେ କୋଶଳ ସେନାର କର୍ମକର୍ତ୍ତା ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ଅଧିକ ପଢ଼ନ୍ତୁ

ବରଗଡ଼: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କୋଶଳ ସେନା (koshal sena protest in bargarh demand three day leave for nuakhai) । ଛୁଟି ଦାବି ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଓ କୋଶଳ ସେନା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା l ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ନିକଟକୁ ଆସି ଛୁଟି ପାଇଁ ଦିଆଯାଇଥିବା ଦାବିପତ୍ରକୁ RDCଙ୍କୁ ନିକଟକୁ ପଠେଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ନୂଆଁଖାଇ ପାଇଁ 3 ଦିନ ଛୁଟି ଦାବିରେ କୋଶଳସେନାର ବିକ୍ଷୋଭ ପ୍ରଦର୍ଶନ

ଏହା ମଧ୍ୟ ପଢ଼ନ୍ତୁ: ନୂଆଖାଇ ପାଇଁ 3 ଦିନ ଛୁଟି ଦାବି କଲା କୋଶଳ ସେନା

ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ , ଯିଏ ଯେଉଁଠି ଥାଉନା କାହିଁକି ସମସ୍ତେ ଘରକୁ ଆସି ଏହି ଦିବସ ପାଳନ କରିଥାନ୍ତି । ବରଗଡରେ ପ୍ରଶାସନିକ ସରକାରୀ ସ୍ତରରେ ଛୁଟି ଦିଆ ନଯାଇଥିବାରୁ କୋଶଳ ସେନାର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ କର୍ମକର୍ତ୍ତା କହିଛନ୍ତି, " ଆମେ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛୁ । ଜିଲ୍ଲାପାଳ ୩ଦିନ ଛୁଟି ଘୋଷଣା କରି ପାରିବେନାହିଁ ବୋଲି କହିବା ସହ ଏନେଇ ଆରଡିସିଙ୍କ ପାଖକୁ ଦାବି ପତ୍ର ପଠାଇ ଥିବା ନେଇ କହିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ବରଗଡର ସମସ୍ତ ସରକାରୀ ଅଫିସ ବନ୍ଦ କରାଯିବ । ସେହିପରି ଆରଡିସିଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । " ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି କୋଶଳସେନା ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.