ବରଗଡ଼ରେ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ, ଜଣେ ଗୁରୁତର

author img

By

Published : Sep 13, 2022, 12:11 PM IST

explosion at gas warehouse in bargarh

ବରଗଡ଼ ଜିଲ୍ଲା ଗୋଡ଼ଭଗା ସ୍ଥିତ ଭାରତ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ । ଘଟଣାରେ କାର୍ଯ୍ୟରତ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ବରଗଡ଼: ଭାରତ ଗ୍ୟାସ ଗୋଦାମରେ ଅଘଟଣ । ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗାଠାରେ ଥିବା ଭାରତ ଗ୍ୟାସ ଗୋଦାମରେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲା । ଗଚ୍ଛିତ ଥିବା ଅନ୍ୟ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବ୍ଲାଷ୍ଟିଙ୍ଗ ହୋଇଥିଲା । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ଗଣ୍ଡଗୋଳରୁ ଗଡିଲା ମୁଣ୍ଡ, ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ମୃତ

ସିଲିଣ୍ଡର ବ୍ଲାଷ୍ଟିଙ୍ଗ ହେବାରୁ ପାଖରେ ଥିବା 2ଟି ଦୋକାନ ଭାଙ୍ଗିଯାଇଥିଲା । ଗୋଦାମରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଗୁରତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ପାହାଡ ଶ୍ରୀଗୀଡା ଗ୍ରାମର ଇଶ୍ୱର କନ୍ଧ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ପଠାଯାଇଛି । ତେବେ କେଉଁ କାରଣରୁ ଏବଂ କିପରି ଅଗ୍ନିକାଣ୍ଡ ଘଟିଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଗ୍ନିକାଣ୍ଡରେ ଗୋଦାମର ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.