ETV Bharat / state

ସ୍କ୍ରବ୍‌ ଟାଇଫସର ଅନୁଧ୍ୟାନ ପାଇଁ ବରଗଡ଼ରେ କେନ୍ଦ୍ରୀୟ ଟିମ

author img

By ETV Bharat Odisha Team

Published : Oct 4, 2023, 8:21 AM IST

scrub typhus in bargarh
scrub typhus in bargarh

ବୃଦ୍ଧି ପାଉଛି ସ୍କ୍ରବ ଟାଇଫସ ସଂକ୍ରମଣ । ସ୍ଥିତି ଅନୁଧ୍ୟାନ ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍ ବରଗଡ ଜିଲ୍ଲାରେ ପହଞ୍ଚି ଯାଞ୍ଚ କରିଛନ୍ତି । ଅଧିକ ପଢନ୍ତୁ

scrub typhus in bargarh

ବରଗଡ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସ୍କ୍ରବ ଟାଇଫସ ସଂକ୍ରମଣ । ଏହାର ସ୍ଥିତି ଅନୁଧ୍ୟାନ ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍ ବରଗଡ ଜିଲ୍ଲାରେ ପହଞ୍ଚି ଯାଞ୍ଚ କରିଛନ୍ତି । ତାଙ୍କ ସହ ରାଜ୍ୟର ୨ ଜଣ ସଦସ୍ୟ ରହିଥିଲେ। ଏହି ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ଜନ ସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାସଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଥିଲେ ।

ମୁଖ୍ୟତଃ ବରଗଡ ଜିଲ୍ଲାରେ ଏହି ସ୍କ୍ରବ ଟାଇଫସ ରୋଗର ସଂଖ୍ୟା ଏତେ ମାତ୍ରାରେ କିପରି ବଢି ଚାଲିଛି ଏବଂ କେଉଁ ପରିସ୍ଥିତିରେ ରୋଗୀଙ୍କ ମୃତ୍ୟୁ ହେଉଛି । ମଣିଷ ଶରୀରରେ ଏହା କିପରି ପ୍ରଭାବିତ କରୁଛି । ସେନେଇ ବୈଠକରେ ଆଲୋଚନା ହୋଇଥିଲା । ତେବେ ଗତ ସେପ୍ଟେମ୍ବର 16 ରେ ବୁର୍ଲା ଭୀମସାରର ତିନି ଜଣିଆ ଡାକ୍ତରୀ ଟିମ ବରଗଡ ଆସି ସିଡିଏମଓଙ୍କ ସହିତ ଆଲୋଚନା କରିବା ସହ ସ୍କର୍ବ ଟାଇଫସର ସ୍ଥିତିର ଅନୁଧ୍ୟାନ କରିଥିଲେ ।

ଏଥିସହ ସ୍କର୍ବ ଟାଇଫସରେ ମୃତ୍ୟୁ ହୋଇଥିବା କାରଣ ଓ ନିରାକରଣ ଉପରେ ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ | ପରେ ରାଜ୍ୟ ସରକାରଙ୍କ ଏକ 3 ଜଣିଆ ଟିମ ବରଗଡ ଆସି ଏହାର ଅନୁଧ୍ୟାନ କରିବା ପରେ ଶେଷରେ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ଟିମ ବରଗଡ ଜିଲ୍ଲାକୁ ପହଞ୍ଚିଛନ୍ତି | ପ୍ରକାଶ ଥାଉକି, ବରଗଡ ଜିଲ୍ଲାରେ ଆଜି ଯାଏ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ ପାଇଁ ସମୁଦାୟ 1775 ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 89 ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସେହିପରି ଏହି ସଂକ୍ରମଣରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ - ବୁର୍ଲା ଭୀମସାରରେ କେନ୍ଦ୍ରୀୟ ଟିମ, ସ୍କ୍ରବ ଟାଇଫସ ସ୍ଥିତିକୁ ନେଇ କଲେ ଅନୁଧ୍ୟାନ

ସେହିପରି ଗତ ଦୁଇ ଦିନ ତଳେ ୪ଜଣିଆ କେନ୍ଦ୍ରୀୟ ଟିମ ସମ୍ବଲପୁର ସ୍ଥିତ ବୁର୍ଲା ଭୀମସାରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଭୀମସାର ମେଡିକାଲରେ ସ୍କ୍ରବ ଟାଇଫସ ଚିକିତ୍ସାରେ କଣ ସବୁ ସୁବିଧା ଓ ଅସୁବିଧା ରହିଛି, କେତେ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି ସେନେଇ ଆଲୋଚନା ହୋଇଥିଲା । ତେବେ ଏଠାରେ ଥିବା ଲାବ୍ରୋଟାରୀ ଇନ୍‌ଭେଷ୍ଟିକେସନରେ କମ୍‌ ସୁବିଧା ଥିବା କେନ୍ଦ୍ରୀୟ ମେଡିକାଲ ଟିମ୍‌ କହିଛି । ତେଣୁ ଏହା 7 ଦିନ ଭିତରେ ସୁଧୁରି ଯିବା ବୋଲି କହିଥିଲେ ଭୀମସାର ଅଧିକ୍ଷକ l

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.