ETV Bharat / state

କାହିଁକି ପାତର ଅନ୍ତର: କୋରୋନା ଯୋଦ୍ଧା କୁହାଯାଉଥିବା ଏମାନେ ଆଜି ବି ସରକରାଙ୍କ ଅଣଦେଖା

author img

By

Published : May 22, 2020, 1:18 AM IST

ayush-doctors-are-neglected-state-govt-havent-given-any-facility-to-them
କାହିଁକି ପାତର ଅନ୍ତର: କୋରୋନା ଯୁଦ୍ଧା କୁହାଯାଉଥିବା ଏମାନେ ଆଜି ବି ସରକରାଙ୍କ ଅଣଦେଖା

ଯେଉଁ ଆୟୁଷ ଡାକ୍ତରମାନଙ୍କୁ ଦିନେ ରାଜ୍ୟ ସରକାର ଅଣଦେଖା କରୁଥିଲେ ସେହି ଆୟୁଷ ଡାକ୍ତରମାନେ ଆଜି କୋରୋନା ଯୁଦ୍ଧରେ ନିଜର ଦକ୍ଷତା ଦେଖାଇଛନ୍ତି ।

ବରଗଡ: କୋରୋନା ମହାମାରୀ ଧୀରେ ଧୀରେ ସାରା ରାଜ୍ୟରେ ବ୍ୟାପିବାକୁ ବସିଥିବା ବେଳେ ବର୍ତ୍ତମାନ ସମୟରେ ଡାକ୍ତରମାନେ ସାଜିଛନ୍ତି ଆଗଧାଡିର କୋରୋନା ଯୋଦ୍ଧା । ମହାମାରୀରୁ ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ଖାତିର ନକରି ଲୋକଙ୍କ ସେବା କରି ଚାଲିଛନ୍ତି । ଯେଉଁ ଆୟୁଷ ଡାକ୍ତରମାନଙ୍କୁ ଦିନେ ରାଜ୍ୟ ସରକାର ଅଣଦେଖା କରୁଥିଲେ ସେହି ଆୟୁଷ ଡାକ୍ତରମାନେ ଆଜି କୋରୋନା ଯୁଦ୍ଧରେ ନିଜର ଦକ୍ଷତା ଦେଖାଇଛନ୍ତି ବରଗଡ ଜିଲ୍ଲାରେ ।

କାହିଁକି ପାତର ଅନ୍ତର: କୋରୋନା ଯୁଦ୍ଧା କୁହାଯାଉଥିବା ଏମାନେ ଆଜି ବି ସରକରାଙ୍କ ଅଣଦେଖା

ଓଡିଶାକୁ ପ୍ରତିଦିନ ହଜାର ହଜାର ପ୍ରବାସୀ ଆସୁଥିବା ବେଳେ ଓଡିଶା ସୀମାନ୍ତ ବରଗଡ଼ ଜିଲ୍ଲାର ଲୁହୁରାଚଟିଠାରେ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ଏହି ଗୁରୁଦାୟିତ୍ଵ ନେଇଛନ୍ତି ଆୟୁଷ ଡାକ୍ତରମାନେ । ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତେଲେଙ୍ଗନା ରାଜ୍ୟ ପରି ରେଡ ଜୋନ ଏରିଆରୁ ଆସୁଥିବା ବହୁ ପ୍ରବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ବରଗଡ ଜିଲ୍ଲାର କେବଳ ଆୟୁଷ ଡାକ୍ତରମାନେ ।

ଖରା, ବର୍ଷା ଓ ଶୀତ ସହିତ ନିଜ ଜୀବନକୁ ମଧ୍ୟ ଖାତିର ନକରି ବିପଦ ସଙ୍କୁଳ ଅବସ୍ଥାରେ ଦିନ ରାତି ଲଢେଇ କରି ଚାଲିଛନ୍ତି । ଅନ୍ୟ ସ୍ଥାୟୀ ଡାକ୍ତରମାନଙ୍କୁ କୋରୋନା ଯୋଦ୍ଧା ଭାବରେ 4 ମାସର ଆଗୁଆ ଦରମା ଦିଆଯାଇଥିବା ବେଳେ କିନ୍ତୁ ଅନ୍ୟପଟେ ଆୟୁଷ ଡାକ୍ତରମାନଙ୍କୁ ନାଁ ମିଳିଛି ଆଗୁଆ ଦରମା ନାଁ ମିଳୁଛି MBBS ଡାକ୍ତରମାନଙ୍କ ପରି ସୁରକ୍ଷା କିଟ । ଯାହା ବୁଦ୍ଧିଜୀବୀ ମହଲରେ କୋରୋନା ଯୋଦ୍ଧାଙ୍କ ମଧ୍ୟରେ ଏପରି ପାତର ଅନ୍ତରକୁ ନିନ୍ଦା କରାଯାଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.