ETV Bharat / state

ଘରୋଇ କମ୍ପାନୀର ମନମୁଖୀ ନୀତି, ରାଜରାସ୍ତା ହେଉଛି ବୃକ୍ଷଶୂନ୍ୟ

author img

By

Published : Sep 24, 2020, 2:37 PM IST

Ashoka bilikan company, bargarh latest news, corruption in road construction in bargarh, ଅଶୋକା ବିଲିକାନ କମ୍ପାନୀ, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ରାସ୍ତା ନିର୍ମାଣରେ ଦୁର୍ନୀତି
ଅଶୋକା ବିଲିକାନ କମ୍ପାନୀର ମନମୁଖୀ ନୀତି, ରାଜରାସ୍ତା ହେଉଛି ବୃକ୍ଷଶୂନ୍ୟ

ଗଛ ନ ଲଗାଇ ସୌନ୍ଦର୍ଯ୍ୟକରଣରେ ଲାଗିଛି ଅଶୋକା ବିଲିକାନ କମ୍ପାନୀ । ଜିଲ୍ଲାରେ 4 ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପୂର୍ବରୁ ସରକାରଙ୍କ ସହିତ ଅଶୋକା ବିଲିକନ କମ୍ପାନୀର ରହିଥିଲା ଚୁକ୍ତି ।

ବରଗଡ: ଗଛ ନଲଗାଇ ସୌନ୍ଦର୍ଯ୍ୟକରଣରେ ଲାଗିଛି ଅଶୋକା ବିଲିକାନ କମ୍ପାନୀ । ଜିଲ୍ଲାରେ 4 ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପୂର୍ବରୁ ସରକାରଙ୍କ ସହିତ ଅଶୋକା ବିଲିକାନ କମ୍ପାନୀର ରହିଥିଲା ଚୁକ୍ତି । ରାସ୍ତା କଡରେ ରହିଥିବା ଯେତେ ଗଛ କଟାଯିବ ତାର 10 ଗୁଣା ଅଧିକ ଗଛ ରାସ୍ତାର ଉଭୟ ପାର୍ଶ୍ଵରେ ଲଗାଇବାକୁ ପଡିବ ବୋଲି ରହିଥିଲା ନିୟମ । କେବଳ ସେତିକି ନୁହେଁ ସମସ୍ତ ଗଛର ରକ୍ଷଣା ବେଷଣର ଦାୟିତ୍ଵ ମଧ୍ୟ ରହିଥିଲା ରାସ୍ତା ନିର୍ମାଣକାରୀ ଅଶୋକା ବିଲିକନ କମ୍ପାନୀ ଉପରେ । ହେଲେ ସରକାରଙ୍କ ସମସ୍ତ ନିୟମକୁ ଉଲଂଘନ କରି ମନମୁଖୀ ନୀତି କରି ଚାଲିଛି କମ୍ପାନୀ ।

ଅଶୋକା ବିଲିକାନ କମ୍ପାନୀର ମନମୁଖୀ ନୀତି, ରାଜରାସ୍ତା ହେଉଛି ବୃକ୍ଷଶୂନ୍ୟ

ସୂଚନା ଅନୁଯାୟୀ ଜିଲ୍ଲାର 4 ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ସମୟରେ ଯେତେ ସଂଖ୍ୟାରେ ରାସ୍ତା ଉଭୟ ପାର୍ଶ୍ଵରେ ବଡ ବଡ ଗଛ ସବୁ କଟାଗଲା, ନିୟମ ଅନୁଯାୟୀ ତାର 10 ଗୁଣା ଗଛ ଲଗାଇଲା ନାହିଁ ଅଶୋକା ବିଲିକନ କମ୍ପାନୀ । କେବଳ ସେତିକି ନୁହେଁ ଯାହା ଗଛ ଲଗାଗଲା ଯତ୍ନ ଅଭାବରୁ ଅଧିକାଂଶ ଗଛ ସବୁ ମରିଗଲା । ତେବେ କେବଳ ଲୋକ ଦେଖାଣିଆକୁ ଟାଉନ ଭିତରେ ରହିଥିବା 4 ଲେନ ରୋଡ ମଝିର କନିଅର ଗଛକୁ ଯତ୍ନ ନେଉଛି କମ୍ପାନୀ । ଗଛ ମଝିରେ ରହିଥିବା ଅନାବନା ଗଛଗୁଡିକୁ ମେସିନ ସାହାଯ୍ୟରେ ଉପାଡି ଗଛମାନଙ୍କର ଯତ୍ନ ନିଆଯାଉଥିବା ଅଭିନୟ କରୁଛି କମ୍ପାନୀ । ତେବେ ବରଗଡବାସୀଙ୍କ ଦାବି ଯେ ଶୀଘ୍ର ଅଶୋକା କମ୍ପାନୀ ନିୟମ ଅନୁଯାୟୀ ଗଛ ସବୁ ରୋପଣ କରି ତାର ଯତ୍ନ ମଧ୍ୟ ନେଉ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.