ETV Bharat / state

ମହଙ୍ଗା ପଡିଲା ଜାଲ ଜାତିଗତ ପ୍ରମାଣ ପତ୍ର, ଆରଆଇ ଓ ସରପଞ୍ଚଙ୍କ ସମେତ 5 ଗିରଫ

author img

By ETV Bharat Odisha Team

Published : Sep 30, 2023, 11:52 AM IST

fake caste certificate
fake caste certificate

ଜାଲ ଜାତିଗତ ପ୍ରମାଣ ପତ୍ର ତିଆରି କରି ସିଆଇଏସଏଫରେ ଚାକିରି ପାଇଁ ଆବେଦନ କରିଥିଲେ। ଆରଆଇ ଓ ସରପଞ୍ଚଙ୍କ ସମେତ 5 ଗିରଫ । ଅଧିକ ପଢନ୍ତୁ

fake caste certificate

ବରଗଡ: ମହଙ୍ଗା ପଡିଲା ଚାକିରି ପାଇଁ ଜାଲ ଜାତିଗତ ପ୍ରମାଣ ପତ୍ର ତିଆରି କରିବା । 5 ଜଣ ବ୍ୟକ୍ତିଙ୍କୁ ଗିରଫ କଲା ବରଗଡ଼ ପୋଲିସ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଆରଆଇ ଓ ସରପଞ୍ଚ ମଧ୍ୟ ରହିଛନ୍ତି । ଉତ୍ତର ପ୍ରଦେଶରୁ ଭଟଲିକୁ 3 ଯୁବକ ଆସି ନକଲି ଜାତିଗତ ପ୍ରମାଣ ପତ୍ର ତିଆରି କରିଥିଲେ । ଏହା ମାଧ୍ୟମରେ ସିଆଇଏସଏଫରେ ଚାକିରି ପାଇଁ ଆବେଦନ କରିଥିବା ବେଳେ ଧରାପଡିଥିଲେ । ପୋଲିସ ତଦନ୍ତ କରିବା ପରେ ସୁକୁଡା ଆରଆଇ ସନ୍ଦୀପ କୁମାର ଶତପଥି ଓ ଡ଼ୁମେଲପାଳିର ସରପଞ୍ଚ ମନୋରଞ୍ଜନ ଦୋରାଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ଗିରଫ ଅନ୍ୟ ତିନି ଯୁବକ ହେଉଛନ୍ତି ଉତ୍ତର ପ୍ରଦେଶର ବିରପାଳ ସିଂ, ବବ୍ଲେସ କୁମାର ଓ ରବିକାନ୍ତ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ତଦନ୍ତ ଜାରି ରହିଥିବା ବେଳେ ଗିରଫଦାରୀ ସଂଖ୍ୟା ବଢି ପାରେ ବୋଲି କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ-Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ଜାଲ ଜାତିଗତ ପ୍ରମାଣ ପତ୍ର ମାଧ୍ୟମରେ ସିଆଇଏସଏଫରେ ଚାକିରି ପାଇଁ ଆବେଦନ କରାଯାଇଥିବା ଜଣାପଡିବା ପରେ ବରଗଡ଼ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା । ପରେ ଭଟଲି ତହସିଲ ଅନ୍ତର୍ଗତ ସୁକୁଡ଼ା ଠାରେ ନକଲି ଜାତି ପ୍ରମାଣ ପତ୍ର ତିଆରି କରାଯାଇଥିବା ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା । ଚାକିରି ପାଇଁ ଆବେଦନ କରିଥିବା ଉତ୍ତରପ୍ରଦେଶର ତିନି ଜଣଙ୍କୁ ଏବଂ ସୁକୁଡା ଆରଆଇ ଓ ଡ଼ୁମେଲପାଳିର ସରପଞ୍ଚଙ୍କୁ ପଚରାଉଚରା ପରେ ଗିରଫ କରିଥିଲା ପୋଲିସ । ଏହି ଘଟଣାରେ ଅନ୍ୟ ବ୍ୟକ୍ତି ବିଶେଷ ସମ୍ପୃକ୍ତ ଥିବା ଖବର ପାଇବା ପରେ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି।

ଏହା ମଧ୍ୟ ପଢନ୍ତୁ-Fake Certificate:ପୁଣି 2 ଜଣଙ୍କୁ ବାନ୍ଧିଲା ପୋଲିସ, ପୂର୍ବରୁ ଗିରଫ ହୋଇଥିଲେ ଅଧ୍ୟାପକ

ଅଗଷ୍ଟ ମାସ 6 ତାରିଖରେ ଯୁକ୍ତ ଦୁଇ ଛାତ୍ରଙ୍କୁ ଜାଲ ସାର୍ଟିଫିକେଟ ଦେବା ଅଭିଯୋଗରେ ଖୋର୍ଦ୍ଧା କାଇପଦର ସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗିରଫ ହୋଇଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଜାଲ୍ ସାଟିଫିକେଟ କାରବାର ସମ୍ପର୍କରେ ଦଧିମାଛଗାଡ଼ିଆ ଅଞ୍ଚଳର ଜଣେ ଛାତ୍ର ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.