ETV Bharat / state

ଜିରୋ ଫାଟାଲିଟି ସପ୍ତାହ ପାଳନ, ଏସପି ବଣ୍ଟିଲେ ହେଲମେଟ

author img

By ETV Bharat Odisha Team

Published : Dec 1, 2023, 10:10 PM IST

Updated : Dec 2, 2023, 9:47 AM IST

zero fatality week: ଆଜିଠାରୁ ଆସନ୍ତା 7 ତାରିଖ ଯାଏଁ ରାଜ୍ୟ ସାରା ପାଳନ ହେଉଛି ଶୂନ୍ୟମୃତ୍ୟୁ ସଂଖ୍ୟା ସପ୍ତାହ । ଏହି ଅବସରରେ ବାଲେଶ୍ୱରରେ ମଧ୍ୟ ଆଜିଠାରୁ ଜୋରଦାର ଆରମ୍ଭ ହୋଇଛି ଗାଡି ଚେକିଂ ।ଅଧିକ ପଢନ୍ତୁ

ବାଲେଶ୍ୱରରେ ଜିରୋ ଫାଟାଲିଟି ସପ୍ତାହ ପାଳନ, ଏସପି ବଣ୍ଟିଲେ ହେଲମେଟ
ବାଲେଶ୍ୱରରେ ଜିରୋ ଫାଟାଲିଟି ସପ୍ତାହ ପାଳନ, ଏସପି ବଣ୍ଟିଲେ ହେଲମେଟ

ଜିରୋ ଫାଟାଲିଟି ସପ୍ତାହ ପାଳନ, ଏସପି ବଣ୍ଟିଲେ ହେଲମେଟ

ବାଲେଶ୍ୱର: ଆଜିଠାରୁ ଆସନ୍ତା 7 ତାରିଖ ଯାଏଁ ରାଜ୍ୟ ସାରା ପାଳନ ହେଉଛି ଶୂନ୍ୟମୃତ୍ୟୁ ସଂଖ୍ୟା ସପ୍ତାହ ବା ଜିରୋ ଫାଟାଲିଟି ସପ୍ତାହ। ଏଥିରେ ବିଶେଷ ଭାବେ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ସୁରକ୍ଷା ଏବଂ ଆଇନ ମାନିବା ପାଇଁ ପରାମର୍ଶ ଦିଆଯାଉଛି । ବାଲେଶ୍ୱରରେ ମଧ୍ୟ ଏହି ସପ୍ତାହ ପାଳନ ଅବସରରେ ଆଜିଠାରୁ ଗାଡି ଚେକିଂ ଜୋରଦାର କରାଯାଇଛି । ସହର ଠାରୁ ଗାଁ ଯାଏଁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଗୁଡିକରେ ବାଇକ ଓ କାର୍‌ ଚେକିଂ ଆରମ୍ଭ ହୋଇଛି ।

ଆଜି (ଶୁକ୍ରବାର) ସକାଳଠାରୁ ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ପୋଲିସ ପକ୍ଷରୁ ଚେକିଂ ଆରମ୍ଭ ହୋଇଛି । ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆରଟିଓ ନିଜେ ସହରର ଗାନ୍ଧିସ୍ମୃତି ଭବନ ନିକଟରେ ବାଇକ ଚଳକମାନଙ୍କ ଖେଳମେଟ ଏବଂ କାଗଜପତ୍ର ଯାଞ୍ଚ କରିବା ସହ ଯେଉଁମାନେ ନିୟମ ଖିଲାପ କରିଥିବା ଦେଖିବାକୁ ମିଳିଥିଲା ସେମାନଙ୍କ ନିକଟରୁ ଫାଇନ ଆଦାୟ କରାଯାଇଛି । ନାବାଳକ ଚାଳକମାନଙ୍କ ଠାରୁ ମଧ୍ୟ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି । ଏହାସହ ଆଞ୍ଚଳିକ ପରିବହନ ବିଭାଗର ତିନୋଟି ଟିମ ଏହି ସାତଦିନ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ ....ଆଜି ବିଶ୍ବ ଏଡସ୍ ଦିବସ, ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା

ରାଜପଥ ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଆଡ଼ିସିନାଲ ଆରଟିଓ ଯାଞ୍ଚ କରୁଥିବା ବେଳେ ଅନ୍ୟ ଦୁଇଟି ଟିମ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି । କାର ସିଟ ବେଲ୍ଟ, ବେଆଇନ ପାର୍କିଂକୁ ମଧ୍ୟ ଧ୍ୟାନ ଦିଆଯାଇଛି । ସେହିପରି ସହରର ପାଣିଟାଙ୍କି ଛକ ନିକଟରେ ବାଲେଶ୍ଵର ଏସପି ସାଗରିକା ନାଥ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେମାନଙ୍କୁ ରାସ୍ତାରେ ଗାଡ଼ି ନେଇ ଯିବାବେଳେ ନିୟମ ବତାଇବା ସହ ଯେଉଁମାନେ ହେଲମେଟ ପିନ୍ଧି ନଥିଲେ ସେମାନଙ୍କୁ ନୂଆ ହେଲମେଟ ପ୍ରଦାନ କରିଥିଲେ । ଏହି ସପ୍ତାହ ସାରା ଜିଲ୍ଲା ପୋଲିସ ପକ୍ଷରୁ ଗାଡ଼ି ଚେକିଂ କରାଯିବା ସହ ସହରର ବିଭିନ୍ନ ସ୍ଥାନରେ ହେଉଥିବା ବେଆଇନ ପାର୍କିଂ ଏମିତିକି ଓଟି ରୋଡ଼ରେ ବେଆଇନ ଭାବେ ରାସ୍ତା କଡ଼ରେ ବସ ଗୁଡିକ ରଖିବା ଉପରେ ନଜର ରଖାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି ।

ଏସପି ସାଗରିକା ନାଥ କହିଛନ୍ତି ,"ବିଶେଷ କରି ଯୁବପୀଢିମାନଙ୍କୁ ସଚେତନା କରାଯାଉଛି । ଯୁବପୀଢିମାନେ ହ୍ୟାଲମେଟ ପରିଧ୍ୟାନ କରନ୍ତୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ପିନ୍ଧିବା ପାଇଁ କୁହନ୍ତୁ ।ନିଜେ ସଚେତନ ହେଲେ ଯାଇ ଆମେ ସଡକ ଦୁର୍ଘଟଣାକୁ ରୋକି ପାରିବା ।"

ଇଟିଭି ଭାରତ, ବାଲେଶ୍ୱର

Last Updated :Dec 2, 2023, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.