ETV Bharat / state

ଭାଲୁ ଆକ୍ରମଣରେ ମହିଳା ଗୁରୁତର

author img

By

Published : Dec 6, 2020, 6:42 PM IST

woman seriously injured by bear attack in balasore
ଭାଲୁ ଆକ୍ରମଣରେ ମହିଳା ଗୁରୁତର

ବିଲରୁ ଧାନ କାଟି ଫେରୁଥିବାବେଳେ ଭାଲୁ ଆକ୍ରମଣରେ ମହିଳା ଗୁରୁତର । ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ବାଲେଶ୍ବର: ଜିଲ୍ଲାର ନୀଳଗିରି ଥାନା ଅଧୀନସ୍ଥ ସଜନାଗଡ଼ ଅଞ୍ଚଳରେ ଭାଲୁ ଆତଙ୍କ । ରବିବାର ବିଲରୁ ଧାନ କାଟି ଫେରୁଥିବାବେଳେ ଜଣେ ମହିଳା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ଜଣକ ନୂଆସାହି ଗାଁର ବାସନ୍ତୀ ନାୟକ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ନୀଳଗିରି ମେଡିକାଲ ଓ ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ସୂଚନାଯୋଗ୍ୟ, ନୂଆସାହିର ଗୋପୀନାଥ ନାୟକଙ୍କ ସ୍ତ୍ରୀ ବାସନ୍ତୀ ବିଲରୁ ଧାନ କାଟି ଘରକୁ ଫେରିବାବେଳେ ରାସ୍ତାରେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ଭାଲୁଟି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଫଳରେ ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି । ବର୍ତ୍ତମାନେ ସେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.