ETV Bharat / state

ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ଆଶଙ୍କା

author img

By

Published : Aug 2, 2021, 2:36 PM IST

ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ଆଶଙ୍କା
ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ଆଶଙ୍କା

ସୁବର୍ଣ୍ଣରେଖା ନଦୀରେ ପାଣିର ସ୍ତର ବଢୁଥିବା ବେଳେ ବନ୍ୟା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

ବାଲେଶ୍ବର: ବଢୁଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର । ଦିନକୁ ଦିନ ଜଳସ୍ତର ବୃଦ୍ଧିକୁ ବନ୍ୟା ବିପତ୍ତି ସୃଷ୍ଟି ହୋଇପାରେ । ନଦୀରେ ପାଣି ଯେତିକି ବଢୁଛି ଲୋକଙ୍କ ଭିତରେ ସେତିକି ଛନକା ପଶୁଛି । ପାଣି ବଢିଲେ ବାଲେଶ୍ବର ଜିଲ୍ଲାରେ ପ୍ରାୟ ୧୦ଟି ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉପୁଜିପାରେ ।

ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ଆଶଙ୍କା

ଜିଲ୍ଲା ବାଲିଆପାଳ ବ୍ଲକର 5 ପଞ୍ଚାୟତ ଓ ଭୋଗରାଇର 5 ପଞ୍ଚାୟତରେ ନଦୀର ଉପରମୁଣ୍ଡ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଣି ବଢୁଛି । ଗତ 31 ତାରିଖରେ ଗଲୁଡିହି ବ୍ୟାରେଜ 10ଟି ଗେଟରୁ ଦୁଇ ମିଟର ଲେଖାଏଁ ଓ ଚାଣ୍ଡେଲି ଠାରେ ଗୋଟିଏ ଗେଟରେ 3 ମିଟର ଗେଟ ଖୋଲା ଯାଇଥିଲା । ପରେ ଜଳେଶ୍ବର ସ୍ଥିତ ରାଜଘାଟଠାରେ ବିପଦ ସଂଙ୍କେତ 10.36 ଥିବା ବେଳେ ସତର୍କ ସୂଚନା 9.45 ମିଟର ରହିଛି ।

ବର୍ତ୍ତମାନ 10.26ରେ ପାଣି ଚାଲୁଥିବା ସୂଚନା ମିଳିଛି । ଯାହା ଫଳରେ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ଥିବା କୁଦମାନସିଂ, ସୂର୍ଯ୍ୟପୁର, ଗୁଣପୁର, ,ଆଠ ବଟିଆ,ସୁଙ୍ଗ ମୁହଁ, ବିଷ୍ଣୁପୁର, ଅସ୍ତି, ମଧୁପୁରା ଆଦି ଅଞ୍ଚଳରେ ପାଣି ପଶି ରାସ୍ତା ଘାଟ ବୁଡିଯାଇଥିବା ଦେଖିବାକୁ ମିଳିଛି । ଜଳେଶ୍ବର ବ୍ଲକର ଛୋଟ ଖାନପୁର ଅଞ୍ଚଳ ପ୍ରଥମେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ବାତ୍ୟା ଯଶରେ ବାଲେଶ୍ବର ଜିଲ୍ଲା ପ୍ରଭାବିତ ହୋଇଥିଲା । ପବନ ବର୍ଷାରେ ଅନେକ ଗଛ ଭାଙ୍ଗିବା ସହିତ ଘରେ ପାଣି ପଶିଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.