ETV Bharat / state

ମଜା ପାଇଁ ହଜିଲା ମାନବିକତା, ଚର୍ଚ୍ଚାରେ ଦିବ୍ୟାଙ୍ଗଙ୍କ ଟିକ୍‌ଟକ୍

author img

By

Published : Dec 25, 2019, 8:31 PM IST

disable tiktok video
ନିଜ ଖୁସି ପାଇଁ ଦିବ୍ୟାଙ୍ଗଙ୍କୁ ପରିହାସ, ଭିଡିଓ ଭାଇରାଲ

ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ନିଜ ଖୁସି ପାଇଁ କିଛି ଲୋକ ଦୁଇ ଜଣ ମାନସିକ ବିକାରଗ୍ରସ୍ତଙ୍କ ସହ ଥଟ୍ଟା ପରିହାସ କରୁଥିବା ଦେଖିବାକୁ ମିଳିଛି ।

ବାଲେଶ୍ବର: ମଣିଷ ନିଜ ଖୁସି ପାଇଁ ସାଙ୍ଗସାଥୀ କିମ୍ବା ଜୀବଜନ୍ତୁଙ୍କ ସହ ଥଟ୍ଟାମଜା କରୁଥିବା ଦୃଶ୍ୟ ସାମନାକୁ ଆସିଥାଏ । ହେଲେ ନିକଟରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଠି ମଣିଷ ନିଜ ଖୁସି ପାଇଁ ମାନବିକତା ହରାଇ ଦୁଇଜଣ ମାନସିକ ବିକାରଗ୍ରସ୍ତଙ୍କୁ ସର୍ବସମ୍ମୁଖରେ କରିଛି ବେଇଜ୍ଜତ । ସେତିକିରେ ବି ସରିଲାନି ମଜା କରିବାର ମଉଜ, ଦୁଇଜଣଙ୍କୁ ନେଇ ଟିକଟକ ଭିଡିଓ କରାଯାଇଥିଲା । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ନିଜ ଖୁସି ପାଇଁ ଦିବ୍ୟାଙ୍ଗଙ୍କୁ ପରିହାସ, ଭିଡିଓ ଭାଇରାଲ

ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ । ଗୋପାଳପୁର ବଜାରରେ ଦୀର୍ଘଦିନ ଧରି ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ରହୁଥିଲେ । କିଛିଦିନ ପୂର୍ବରୁ ଜଣେ ମାନସିକ ଭିନ୍ନକ୍ଷମ ମହିଳା ମଧ୍ୟ ବଜାରରେ ବୁଲୁଥିଲେ । ଏହି ଦୁଇଜଣଙ୍କୁ ନେଇ ମଜା ଦେଖିବା ପାଇଁ କିଛି ଲୋକ ସେମାନଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିବା ସହ ମହିଳାଙ୍କୁ ସିନ୍ଦୁର ପିନ୍ଧାଇବା ପାଇଁ ପୁରୁଷକୁ ବାଧ୍ୟ କରାଯାଇଥିଲା। ଫୁଲମାଳ ପିନ୍ଧାଇ ଉଭୟ ଭିନ୍ନକ୍ଷମଙ୍କୁ ବଜାର ବୁଲାଇବା ସହ ସେମାନଙ୍କ ଭିଡିଓ ତିଆରି କରାଯାଇଥିଲା ।

ଏମିତିକି ଉଭୟଙ୍କୁ ନେଇ ଟିକଟକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ତେବେ ଭିନ୍ନକ୍ଷମଙ୍କୁ ନେଇ ଏମିତି ପରିହାସ କରୁଥିବା ଦୃଶ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ମଜା ଦେଖିବା ପାଇଁ ମଣିଷ ହରାଇଲା ମାନବିକତା। ପରିହାସ କରାଗଲା ଦିବ୍ୟାଙ୍ଗ ହେବାର ଅଭିଶାପକୁ। କିଛି ସମୟର ମଜା ପାଇଁ ଦୁଇଜଣ ମାନସିକ ବିକାରଗ୍ରସ୍ତ ଙ୍କୁ ସର୍ବ ସମ୍ମୁଖରେ କରାଗଲା ବେଇଜ୍ଜତ। ସେତିକିରେ ବି ସରିଲାନି ମଜା କରିବାର ମଉଜ, ଦୁଇଜଣଙ୍କୁ ନେଇ ଟିକଟକ ଭିଡିଓ ବି ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରାଗଲା। ଏମିତି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ।

ସୂଚନା ଅନୁସାରେ, ଗୋପାଳପୁର ବଜାରରେ ଦୀର୍ଘଦିନ ଧରି ଜଣେ ମାନସିକ ଭିନ୍ନକ୍ଷମ ବ୍ୟକ୍ତି ରହୁଥିଲେ। କିଛିଦିନ ପୂର୍ବରୁ ଜଣେ ମାନସିକ ଭିନ୍ନକ୍ଷମ ମହିଳା ମଧ୍ୟ ବଜାରରେ ବୁଲୁଥିଲେ। ଏହି ଦୁଇଜଣଙ୍କୁ ନେଇ ମଜା ଦେଖିବା ପାଇଁ କିଛି ଲୋକ ସେମାନଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିବା ସହ ମହିଳାଙ୍କୁ ସିନ୍ଦୁର ପିନ୍ଧାଇବା ପାଇଁ ପୁରୁଷଙ୍କୁ ବାଧ୍ୟ କରାଯାଇଥିଲା। ଫୁଲମାଳ ପିନ୍ଧାଇ ଉଭୟ ଭିନ୍ନକ୍ଷମଙ୍କୁ ବଜାର ବୁଲାଇବା ସହ ସେମାନଙ୍କ ଭିଡିଓ ତିଆରି କରାଯାଇଥିଲା। ଏମିତିକି ଉଭୟଙ୍କୁ ନେଇ ଟିକଟକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ଦୁଇଜଣ ଭିନ୍ନକ୍ଷମଙ୍କୁ ନେଇ ଏମିତି ସେମାନଙ୍କୁ ପରିହାସ କରୁଥିବା ସଭ୍ୟ ସମାଜର ଲୋକଙ୍କ ପ୍ରତି ସଚେତନ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.