ETV Bharat / state

Matric Result : ବ୍ୟବସାୟୀଙ୍କ ପୁଅ ରଖିଲା 580 ନମ୍ବର

author img

By

Published : Jul 6, 2022, 10:08 PM IST

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାଶପୁର ହାଇସ୍କୁଲର ଛାତ୍ର ନିର୍ମାଲ୍ୟ କୁମାର ସାହୁ ସର୍ବାଧିକ 580 ନମ୍ବର ରଖିଛନ୍ତି । ପଳାଶପୁର ହାଇସ୍କୁଲର ଏହା ସର୍ବାଧିକ ନମ୍ବର ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Matric Result : ବ୍ୟବସାୟୀଙ୍କ ପୁଅ ରଖିଲା 580 ନମ୍ବର
Matric Result : ବ୍ୟବସାୟୀଙ୍କ ପୁଅ ରଖିଲା 580 ନମ୍ବର

ବାଲେଶ୍ବର: ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ବାଲେଶ୍ଵର ଜିଲ୍ଲାରେ ପାସ ହାର ଶତକଡା 90 ପ୍ରତିଶତ ରହିଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାଶପୁର ହାଇସ୍କୁଲର ଛାତ୍ର ନିର୍ମାଲ୍ୟ କୁମାର ସାହୁ ସର୍ବାଧିକ 580 ନମ୍ବର ରଖିଛନ୍ତି । ପଳାଶପୁର ହାଇସ୍କୁଲର ଏହା ସର୍ବାଧିକ ନମ୍ବର ବୋଲି ଜଣାପଡିଛି । ନିର୍ମାଲ୍ୟଙ୍କ ବାପା କମାଳାକାନ୍ତ ସାହୁ ଜଣେ ଗାଁରେ ବ୍ୟବସାୟୀ ହୋଇଥିବା ବେଳେ ମା ଭାରତୀ ଜଣେ ଗୃହିଣୀ । ନିଜ ପୁଅର ସଫଳତା ନେଇ ବାପା ମା ଉଭୟ ବେଶ ଖୁସି ଥିବା ସହିତ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ ନିର୍ମାଲ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇଟିିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.