ETV Bharat / state

ଗରିବଙ୍କ ପାଇଁ ନୁହେଁ ସରକାରୀ ଯୋଜନା ! ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ସ୍ତ୍ରୀର ମୃତଦେହ ବୋହିଲେ ସ୍ବାମୀ

author img

By ETV Bharat Odisha Team

Published : Oct 7, 2023, 3:23 PM IST

ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ସ୍ତ୍ରୀର ମୃତଦେହ ବୋହିଲେ ସ୍ବାମୀ
ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ସ୍ତ୍ରୀର ମୃତଦେହ ବୋହିଲେ ସ୍ବାମୀ

ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଆମ୍ବୁଲାନ୍ସ ନ ମିଳିବାରୁ ପାଞ୍ଚ କିଲୋମିଟର ଟ୍ରଲିରେ ସ୍ତ୍ରୀର ମୃତଦେହ ବୋହିଲେ ସ୍ୱାମୀ । ଏ ଘଟଣା କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ବାଲେଶ୍ବର ଭଳି ଉପକୂଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଆଗକୁ ପଢନ୍ତୁ

ଗରିବଙ୍କ ପାଇଁ ନୁହେଁ ସରକାରୀ ଯୋଜନା

ବାଲେଶ୍ବର: ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଆମ୍ବୁଲାନ୍ସ ନ ମିଳିବାରୁ ପାଞ୍ଚ କିଲୋମିଟର ଟ୍ରଲିରେ ସ୍ତ୍ରୀର ମୃତଦେହ ବୋହିଲେ ସ୍ୱାମୀ । ଏ ଘଟଣା କୌଣସି ଉପାନ୍ତ ଜିଲ୍ଲା ନୁହେଁ ବରଂ ବାଲେଶ୍ବର ଭଳି ଉପକୂଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ବ୍ଲକ ଦହିସଡା ପଞ୍ଚାୟତ ଛପୁଲିଆ ଗ୍ରାମର ଗୁରୁବା ସିଂଙ୍କ ସ୍ତ୍ରୀ ମମତା ସିଂଙ୍କର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ସରକାରୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ସେମାନେ ମୃତଦେହ ନେବେ ନାହିଁ ବୋଲି ମନା କରିଥିଲେ । ପରେ ଘରୋଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ ୧୫୦୦ ଟଙ୍କା ଭଡା ଲାଗିବ ବୋଲି କହିଥିଲେ । ମମତାଙ୍କ ପରିବାର ଲୋକେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଯୋଗାଡ କରିନପାରି ଶେଷରେ ନିରାଶ ହୋଇ ରାତି 11ଟା ପରେ ନିଜ ଟ୍ରଲିରେ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ମମତାଙ୍କ ମୃତଦେହକୁ ବୋହିଥିଲେ । ଯାହା କି ଏବେ ଏହି ଘଟଣା ସମସ୍ତ ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ..ଆସିଲାନି ଜନନୀ ଏକ୍ସପ୍ରେସ; ଟ୍ରଲିରେ ପ୍ରସବ କଲେ ମହିଳା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ସରକାରଙ୍କ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବାର ଡିଣ୍ଡିମ ପିଟା ଯାଉଥିବା ବେଳେ ବାଲେଶ୍ୱର ଭଳି ଉପକୂଳ ଅଞ୍ଚଳରେ ଏଭଳି ଘଟଣା ଘଟିବା ସରକାରୀ ଯୋଜନାର ବାସ୍ତବତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସେପଟେ ସରକାରଙ୍କ ଆମ୍ବୁଲାନ୍ସ ସେବା କିମ୍ବା ମହାପ୍ରୟାଣ ସେବା ସବୁ କିଛି କେବଳ ପ୍ରହସନ ସାଜିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ।

ଏହାମଧ୍ୟ ପଢନ୍ତୁ.. ମିଳିଲାନି ମହାପ୍ରୟାଣ ଗାଡି, ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ

ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ତତ୍ପର ଦେଖାଇବା ସହ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ମୃତ୍ୟୁ ପରେ ମଧ୍ୟ ମହାପରାୟଣ ଯୋଜନା ରହିଛି । ଯେଉଁଠି ଗରିବରୁ ଅତି ଗରିବ ଶ୍ରେଣୀର ଲୋକେ ଏହି ସୁବିଧା ପାଇ ପାରିବେ। ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଡାକ୍ତରଖାନାରେ । ଜଣେ ଆଦିବାସୀ ଶ୍ରେଣୀର ଲୋକ ଟଙ୍କା ଦେଇ ନପାରିବାରୁ ସ୍ତ୍ରୀର ମୃତଦେହକୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଟ୍ରଲିରେ ବୋହିବା ଘଟଣା ସରକାରୀ ଯୋଜନା କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.