ETV Bharat / state

କଡା ସୁରକ୍ଷାରେ ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

author img

By

Published : Mar 12, 2022, 1:41 PM IST

ଆଜି ପଞ୍ଚାୟତ ସମିତିର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି ରହିଛି । ଅଧିକ ପଢ଼ନ୍ତୁ

block chairmen election in balasore
ବାଲେଶ୍ବରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି

ବାଲେଶ୍ବର: ଆଜି ପଞ୍ଚାୟତ ସମିତିର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି ରହିଛି । ବାଲେଶ୍ବର ଜିଲ୍ଲାର ୧୨ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି । ଭୋଟ ଦେବା ପାଇଁ ପୂର୍ବାହ୍ନ ୧୦ଟାରେ ସମିତି ସଭ୍ୟ ମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଛନ୍ତି । ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବାଲେଶ୍ବରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜାରି

ନିର୍ବାଚନ ପ୍ରକ୍ରିୟା ନସରିବା ପର୍ଯ୍ୟନ୍ତ କୌଣସି ସଦସ୍ୟ ବାହାରକୁ ଆସିପାରିବେ ନାହିଁ ବୋଲି ଜଣାପଡ଼ିଛି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ନିର୍ବାଚନ । ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ କାହାକୁ ମିଳିବ ସେନେଇ ସଭିଙ୍କ ନଜର ରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.