ETV Bharat / state

ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ ସହ ଇସ୍ତଫା ଦାବିକଲା ଜିଲ୍ଲା କଂଗ୍ରେସ

author img

By

Published : Feb 23, 2023, 10:26 PM IST

ଆଦାନୀ ମମଲାକୁ ନେଇ ତେଜୁଛୁ କଂଗ୍ରେସ
ଆଦାନୀ ମମଲାକୁ ନେଇ ତେଜୁଛୁ କଂଗ୍ରେସ

ଆଦାନୀ ମମଲାକୁ ନେଇ ତେଜୁଛୁ କଂଗ୍ରେସ । ପ୍ରଧାନମନ୍ତ୍ରୀ ଓ ଆଦାନୀ ମଧ୍ୟରେ ବନ୍ଧୁତା ଯୋଗୁଁ ଆଜି ସାଧାରଣ ଜନତା ବଳିପଡୁଥିବା ଅଭିଯୋଗ କରିଛି କଂଗ୍ରେସ । ନରେନ୍ଦ୍ର ମୋଦିଙ୍କ ଇସ୍ତଫା କରିଛି ବାଲେଶ୍ବର କଂଗ୍ରେସ । ଅଧିକ ପଢ଼ନ୍ତୁ

ବାଲେଶ୍ବର : ପ୍ରଧାନମନ୍ତ୍ରୀ ଓ ଆଦାନୀ ମଧ୍ୟରେ ବନ୍ଧୁତା ଯୋଗୁଁ ଆଜି ସାଧାରଣ ଜନତା ବଳିପଡୁଛି। ଜାଣିଶୁଣି ଜଣେ ବ୍ୟବସାୟୀଙ୍କୁ ଅଧିକ ମୁନାଫା ଦେଇ ଦେଶର ସମ୍ପତ୍ତି ବାଜି ଲାଗାଉଛନ୍ତି ପ୍ରଧାନମନ୍ତ୍ରୀ । ଏମିତି ଅନେକ ଅଭିଯୋଗ ନେଇ ବାଲେଶ୍ଵର ଜିଲ୍ଲା କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଆଦାନୀଙ୍କ ବ୍ୟବସାୟ ବଢ଼ିବା ସହ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବଢ଼ିଛି। ଗୌତମ ଆଦାନୀ ୨୦୧୪ ମସିହାରେ ବିଶ୍ୱର ଧନୀ ତାଲିକାର ୬୦୯ ସ୍ଥାନରେ ଥିବାବେଳେ ତାଙ୍କ କମ୍ପାନୀର ବ୍ୟବସାୟିକ ସମ୍ପତି ୫୨ ହଜାର କୋଟି ଟଙ୍କା ଥିଲା। କିନ୍ତୁ ବିଗତ ୯ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୨ ମସିହା ସୁଧା ଆଦାନୀ ବିଶ୍ୱର ତୃତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ।

ଗୌତମ ଆଦାନୀଙ୍କ ବ୍ୟବସାୟ ଦୁର୍ନୀତି ଏବଂ ତାଙ୍କ କମ୍ପାନୀକୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟୁ ସମାଲୋଚନା କରିଛି ବାଲେଶ୍ବର ଜିଲ୍ଲା କଂଗ୍ରେସ । ଏହା ସହିତ ଦେଶକୁ ରାଷ୍ଟ୍ରବାଦ୍ ଆଳରେ ଏକ ପୁଞ୍ଜିବାଦୀ ଶାସନ ବ୍ୟବସ୍ଥା ଆରମ୍ଭ କରିଥିବାରୁ ତାଙ୍କର ଇସ୍ତଫା ଦାବି କରିଛନ୍ତି ସଭାପତି ସଞ୍ଜୀବ ଗିରି । କେବଳ ସେତିକି ନୁହେଁ ଗୌତମ ଆଦାନୀଙ୍କୁ ଗିରଫ କରିବାପାଇଁ ମଧ୍ୟ ଦଳ ସଭାପତି ଦାବି କରିଛନ୍ତି। ସାରା ଦେଶରେ ଅହେତୁକ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟାର ଉତ୍କଟ ପରିସ୍ଥିତି, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୈତିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ଶାସକ ଦଳ ଦ୍ୱାରା ଯେଭଳି ଭାବେ ସମଗ୍ର ଦେଶରେ ଧାର୍ମିକ ହିଂସା, ଘୃଣା ଓ ବିଦ୍ୱେଷଭାବ ଲୋକଙ୍କ ମଧ୍ୟରେ ସୃଷ୍ଟି କରାଯାଉଛି ତାକୁ ନିନ୍ଦା କରିଛନ୍ତି ସଞ୍ଜୀବ । ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ରୀୟ ବିରୋଧୀ ଦଳ ଭାବେ କଂଗ୍ରେସର ଭୂମିକା ଏଭଳି ପରିସ୍ଥିତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ଏହି ଦାୟିତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିବାକୁ ବଦ୍ଧ ପରିକର ବୋଲି ଦର୍ଶାଇଛନ୍ତି । ଅତୀତରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ସାଧାରଣ ସଭାଗୁଡ଼ିକରେ ‘ହମ୍ ଖାଉଙ୍ଗା ନା ଖାନେ ଦୁଙ୍ଗା’ ବୋଲି ଘୋଷଣା କରିଥିଲେ। ମାତ୍ର କ୍ଷମତାକୁ ଆସିବା ପରେ ଆଦାନୀ ଇଫ୍ରାଷ୍ଟ୍ରକଚର୍‌, ଆଦାନୀ ପାୱାର, ଆଦାନୀ ଗ୍ରୀନ୍ ଏନାର୍ଜି, ଆଦାନୀ ଟ୍ରାନ୍ସମିଶନ୍‌, ଆଦାନୀ ଟୋଟାଲ ଗ୍ୟାସ୍‌, ଆଦାନୀ ପୋର୍ଟସ, ଆଦାନୀ ୱିଲ୍‌ମୋର ଭଳି କମ୍ପାନୀଗୁଡ଼ିକୁ ବ୍ୟବସାୟ କରିବାପାଇଁ ଅଷ୍ଟ୍ରେଲିୟା, ଇସ୍ରାଏଲ ଭଳି ସାତଟି ରାଷ୍ଟ୍ରରମୁଖ୍ଯଙ୍କ ଉପରେ ମୋଦି ଚାପ ପକାଇ ଥିବା କଂଗ୍ରେସ ଅଭିଯୋଗ କରିଛି ।

ଗତ ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ସମେତ ସମଗ୍ର ବିଶ୍ୱରେ ପୁଞ୍ଜି ବଜାର ଓ ନିବେଶକମାନେ ପ୍ରାୟ ୮୦ ହଜାର କୋଟି ଟଙ୍କାର କ୍ଷତି ସହିଲେଣି । ଏପରିକି ଭାରତୀୟ ଜୀବନ ବୀମା ନିଗମର ୩୬ ହଜାର କୋଟି ଟଙ୍କା ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୪୫ ହଜାର କୋଟି ଟଙ୍କାର କ୍ଷତି ହୋଇଛି । ସେୟାର ବଜାରରେ ମଧ୍ୟ କୋଟିକୋଟି ଲୋକଙ୍କର ସେୟାର ମୂଲ୍ୟ କମିଯାଇଥିବାରୁ ଲୋକେ କାଙ୍ଗାଳ ହୋଇଯାଇଛନ୍ତି । ଏହା ସତ୍ୱେ କେନ୍ଦ୍ର ସରକାର ଆଦାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ତେଣୁ ତୁରନ୍ତ ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାପାଇଁ କରିଛି ବାଲେଶ୍ବର ଜିଲ୍ଲା କଂଗ୍ରେସ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.