ETV Bharat / state

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଛୁରାମାଡ଼: ଜଣେ ମୃତ, ଜଣେ ଗୁରୁତର

author img

By

Published : May 24, 2023, 4:23 PM IST

youth stabbed to death
youth stabbed to death

ମଙ୍ଗଳବାର ବିଳମ୍ବିତ ରାତିରେ ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ବଲାଙ୍ଗୀର ଟାଉନ ଥାନା ନିକଟ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା । ଅଧିକ ପଢନ୍ତୁ

ବଲାଙ୍ଗୀର: ବଲାଙ୍ଗୀର ଶୀତଳଷଷ୍ଠୀ ମହୋତ୍ସବ ସମୟରେ ଅଶାନ୍ତ ହୋଇଛି ସହର। ମଙ୍ଗଳବାର ବିଳମ୍ବିତ ରାତିରେ ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଘଟିଛି ଅଘଟଣ । ବଲାଙ୍ଗୀର ଟାଉନ ଥାନା ନିକଟସ୍ଥ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଛୁରାମାଡରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତେବେ ମୃତକ ଜଣକ ବିଟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବିଟୁ ଓ ତାଙ୍କ ସାଙ୍ଗ ବଲାଙ୍ଗୀରରେ ଅନୁଷ୍ଠିତ ଶୀତଳଷଷ୍ଠୀ ଯାତ୍ରୀ ଦେଖି ବିଳମ୍ବିତ ରାତିରେ ଫେରୁଥିଲେ । ସେହି ସମୟରେ ବଲାଙ୍ଗୀର ନୃସିଂହ ମନ୍ଦିର ପଛ ଗଳିରେ ହଠାତ ନିଶା ଶକ୍ତ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ । ଏନେଇ ସେମାନଙ୍କୁ କାହିଁକି ଅଟକାଉଛ ବୋଲି ପଚାରିବାରୁ ଜଣେ ଯୁବକ ଛୁରି କାଢ଼ି ଅତର୍କିତ ଆକ୍ରମଣ କରିଥିଲା । ଯେଉଁଥିରେ ବିଟୁର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ସୂଚନା ମିଳିବା ପରେ ପୋଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଛି । ତା ସହିତ ମୃତ ଯୁବକର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ଘଟଣାରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

ତେବେ ସାମାନ୍ୟ କଥା କଟାକଟିରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସେପଟେ ଶିତଳ ଷଷ୍ଠୀ ଯାତ୍ରା ପାଇଁ ସବୁଠି କଡ଼ା ସୁରକ୍ଷା ଥିଲେ ମଧ୍ୟ ଏଭଳି ଘଟଣା ଘଟିବାକୁ ନେଇ ସବୁଠି ଚର୍ଚ୍ଚା ହୋଇଛି । ସେପଟେ ପୋଲିସ୍ ଆକ୍ରମଣକାରୀଙ୍କୁ ଏଯାଏଁ ଗିରଫ କରିନଥିବା ବେଳେ ଏକ ସ୍ବତନ୍ତ୍ର ପୋଲିସ୍ ଟିମ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ କରୁଥିବା ଜଣା ପଡ଼ିଛି ।

ଗତ ରବିବାର ଦିନ ସଇଁତଳା ଥାନା ଅନ୍ତର୍ଗତ ଦେଓଗାଁରେ ଘରୁ ଡାକି ନେଇ ଯୁବକକୁ ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାପରେ ପୋଲିସକୁ ଖବର ଦେଇଥିଲେ ମୃତକଙ୍କ ପରିବାର ଓ ଗାଁ ଲୋକେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ ଟିମ୍‌ ବଲାଙ୍ଗୀରରେ ଦେଓଗାଁରେ ପହଞ୍ଚି ତଦନ୍ତ କରିଥିଲା । ଘଟଣା ସ୍ଥଳରେ ଟିଟିଲାଗଡ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ନିଜେ ଉପସ୍ଥିତ ରହି ଏହାର ତଦନ୍ତ କରିଥିଲେ । ସେହିପରି ଘଟଣା ସ୍ଥଳରୁ ରକ୍ତ ଲାଗିଥିବା ପଥର, ଜୋତା ଇତ୍ୟାଦି ପୋଲିସ ଜବତ କରିଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.