ETV Bharat / state

ପ୍ରବଳ ବର୍ଷାରେ ଉବୁଟୁବୁ ବଲାଙ୍ଗୀର ସହର, ଜଳବନ୍ଦୀ ପରେ ଭାଙ୍ଗିଲା ପ୍ରଶାସନ ନିଦ

author img

By

Published : Jul 18, 2023, 4:29 PM IST

Updated : Jul 18, 2023, 4:55 PM IST

ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର
ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର

ବଲାଙ୍ଗୀରରେ ପ୍ରବଳ ବର୍ଷା । ସାରା ସହର ପାଣିରେ ଉଟୁବୁଟୁ । ରାତିରୁ ପ୍ରଶାସନ ଓ ପୌରପରିଷଦ ପାଣି ନିଷ୍କାସନ ପାଇଁ ନେଲା ପଦକ୍ଷେପ । ଅଧିକ ପଢ଼ନ୍ତୁ

ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର

ବଲାଙ୍ଗୀର: ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର । ସୋମବାର ରାତିରୁ ବଲାଙ୍ଗୀର ସହରରେ ବର୍ଷା ହେଉଥିବା ବେଳେ ସାରା ସହର ବର୍ଷାରେ ଉବୁଟୁବୁ । ପ୍ରଶାସନ ଓ ପୌରପରିଷଦର ରାତିରୁ ନିୟୋଜିତ ଥିବା ବେଳେ ପାଣି ନିଷ୍କାସନ ପାଇଁ ଲାଗିଛି ଜେସିବି । ଜଳ ମଗ୍ନ ତଳିଆ ଅଞ୍ଚଳରୁ ଚାଲିଛି ପାଣି ନିଷ୍କାସନ କାର୍ଯ୍ୟ । ବଲାଙ୍ଗୀର ଗତକାଲି(ସୋମବାର) ଅପରାହ୍ନ ଠାରୁ ପ୍ରବଳ ବର୍ଷା ଲାଗି ରହିଛି । ତେବେ ସୋମବାର ରାତିରେ ଏହାର ପରିମାଣ ବଢିଥିବା ବେଳେ ପ୍ରବଳ ବର୍ଷାରେ ସାରା ସହର ବେହାଲ ହୋଇଛି । ବିଶେଷ କରି ତଳିଆ ଅଞ୍ଚଳରେ ଆଣ୍ଠୁଏ ଉପରେ ପାଣି ଜମା ହୋଇ ରହିଛି । ଫଳେରେ ତଳିଆ ଅଞ୍ଚଳବାସୀଙ୍କ ଘରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ବଲାଙ୍ଗୀର ସହରର ନାଲଖଣ୍ଡି ପଡା, ମାଲପଡା, ଚିମନି ଭାଟି ପଡା ସହ କିଛି ୱାର୍ଡର ତଳିଆ ଅଞ୍ଚଳରେ ପାଣି ଜମିଛି । ବିଭିନ୍ନ ୱାର୍ଡର କାଉନସିଲର, ପୌରଅଧ୍ୟକ୍ଷାଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ମଧ୍ୟ ନିଜେ ନିରୀକ୍ଷଣ କରିବା ସହ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ।

ଜିଲ୍ଲାପାଳ ଚଞ୍ଚଲ ରାଣା କହିଛନ୍ତି,‘‘ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଏହାକୁ ନେଇ ଆଗରୁ ପ୍ରସ୍ତୁତ ଥିବା ବେଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି । ପୌରପରିଷଦର ସବୁ କାଉନସିଲର, ପୌରାଧ୍ୟକ୍ଷା ଓ ପୌରଅଧିକରୀମାନେ ମଧ୍ୟ ରାତ୍ରିରୁ ପ୍ରଭାବିତ ଅଞ୍ଚଳରେ ପାଣି ନିଷ୍କସନ ସହିତ ଲୋକଙ୍କୁ ଉଦ୍ଧାର ଭଳି କାର୍ଯ୍ୟ ଜାରି ରଖିଛନ୍ତି । ସେହିପରି ଅନେକ ସ୍ଥାନରେ ଅଗ୍ନିଶମ ବିଭାଗକୁ ମଧ୍ୟ ନିୟୋଜିତ କରାଯାଇଛି। ଜାମଥିବା ନାଳକୁ ଜେସିବି ସାହାଯ୍ୟରେ ସଫା କରାଯିବା ସହ ପାଣି ପମ୍ପ ଯୋଗେ ପାଣି ନିଷ୍କାସନ କାମ ଜାରି ରହିଛି । ବଲାଙ୍ଗୀରରେ ବିଳମ୍ବିତ ରାତିରେ ସର୍ବଧିକ 200 ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପୂର୍ବରୁ ପ୍ରଶାସନ ଓ ପୌରପରିଷଦର ପଦକ୍ଷେପ ଯୋଗୁଁ ବିଶେଷ କ୍ଷତି କୌଣସି ସ୍ଥାନରେ ହୋଇନାହିଁ ।’’

ସେପଟେ ବଲାଙ୍ଗୀର ପୌରଅଧ୍ୟକ୍ଷା ଲିକା ସାହୁ କହିଛନ୍ତି, "ପ୍ରବଳ ବର୍ଷାରେ ସହର ବିଭିନ୍ନ ୱାର୍ଡର ତଳିଆ ଅଞ୍ଚଳରେ ପାଣି ଜମିଛି । କିଛି ଅଞ୍ଚଳରେ ଅଗ୍ନିଶମ ବିଭାଗର ସହାୟତା ନିଆ ଯାଇଛି । ତଳିଆ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଛି । ବର୍ଷାର ପରିମାଣ ବଢିଲେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କରାଯାଇଛି ।’’

ଇଟିଭି ଭାରତ, ବଲାଙ୍ଗୀର

Last Updated :Jul 18, 2023, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.