ETV Bharat / state

ଏମିତି ବି ଜଣେ ଶିକ୍ଷକ, ଅବସର ପରେ କାନ୍ଦିଲା ପୂରା ଗାଁ

author img

By ETV Bharat Odisha Team

Published : Aug 31, 2023, 10:01 PM IST

ଶିକ୍ଷକ ହେବ ତ ଏମିତି । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ, ପ୍ରକୃତି ବନ୍ଧୁ ଏବଂ ଆଦର୍ଶ ଶିକ୍ଷକ ଦିଗାମ୍ବର ନାୟକ ଅବସରକାଳୀନ ବିଦାୟ ନେଇ କାନ୍ଦିଲା ପୁରା ଗାଁ । କୁରୂଲ ରାମଜି ହାଇସ୍କୁଲର ପ୍ରତି ତାଙ୍କର ଥିଲା ଅତୁଳନୀୟ ଅବଦାନ । ଅଧିକ ପଢନ୍ତୁ

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ
ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ

ବଲାଙ୍ଗୀର: ଜଣେ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ବେଳେ କାନ୍ଦିଲା ସାରା ଗାଁ । ଶିକ୍ଷକ ଜଣକ ଯିଏ ସ୍କୁଲକୁ ନିଜ ପରିବାର ଭାବରେ ଯତ୍ନ ନେଇ ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇଥିଲେ । ଆଜି ତାଙ୍କୁ ବିଦାୟ ଦେଇ କାନ୍ଦିଥିଲେ ଛାତ୍ରଛାତ୍ରୀ ଏବଂ ପୂରା ଗାଁ । ବଲାଙ୍ଗୀର ପୁଇଁତଲା ବ୍ଲକ ଅନ୍ତର୍ଗତ କୁରୂଲ ରାମଜି ହାଇସ୍କୁଲର ଶିକ୍ଷକ ଦିଗାମ୍ବର ନାୟକଙ୍କୁ ଅବସର କାଳିନ ବିଦାୟ ଦିଆଯାଇଥିଲା । ତାଙ୍କୁ ଏହି ଅବସରକାଳୀନ ବିଦାୟ ଦେବାକୁ କୁରୂଲ ଗାଁ ସହିତ ଆଖ ପାଖ ଗାଁର ଲୋକେ ଏକାଠି ହୋଇଥିଲେ । ସ୍କୁଲ କମିଟି ତାଙ୍କ ପାଇଁ ଏକ ଅବସରକାଳୀନ ସଭାର ଆୟୋଜନ କରିଥିଲେ । ଜଣେ ଆଦର୍ଶ ଶିକ୍ଷକଙ୍କୁ ସ୍କୁଲରୁ ବିଦାୟ ଦେବା ନେଇ ଛାତ୍ରଛାତ୍ର ନିଜ ଆଖିର ଲୁହକୁ ରୋକି ପାରିନଥିଲେ ।

ସେହିପରି ନିଜେ ଶିକ୍ଷକ ଦିଗାମ୍ବର ନାୟକ ମଧ୍ୟ ଏମାନଙ୍କ ସହିତ ଭାବବିହ୍ଵଳ ହୋଇ ପଡ଼ିଥିଲେ । ସେ ରାଜ୍ୟପାଳ ପୁରସ୍କାର ଓ ରାଜ୍ୟ ସରକାରଙ୍କଠାରୁ ମଧ୍ୟ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିଲେ । ତାଙ୍କ ପାଇଁ ଏହି ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁବ ସ୍ନେହ ଓ ଶ୍ରଦ୍ଧା ଥିଲା । ସେ କେବଳ ସ୍କୁଲରେ ସୀମିତ ନଥିଲେ । ସେ ତାଙ୍କର ମିଷ୍ଠ ଭାଷା ଓ ଲୋକ ସମ୍ପର୍କ ପାଇଁ ସାରା ଗାଁ ପାଇଁ ଜଣେ ଆଦର୍ଶ ଶିକ୍ଷକ ଥିଲେ । ଆଜି ସେ ଚାକିରିରୁ ଅବସର ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ସୃଷ୍ଟି ହେଉନି ନୂତନ ନିଯୁକ୍ତି, ଆୟୁଷ ଡାକ୍ତରଙ୍କ ଆମରଣ ଅନଶନ ଚେତାବନୀ

ସ୍କୁଲର ଛାତ୍ରଛାତ୍ରୀ କହିଛନ୍ତି ଯେ, ସେ କେବଳ ଶିକ୍ଷକ ନ ଥିଲେ। ସେ ନିଜ ଅତ୍ମୀୟଙ୍କଠାରୁ ମଧ୍ୟ ଅଧିକ ଥିଲେ । ଶିକ୍ଷା ସହିତ ଭବିଷ୍ୟତ ଗଠନ ପାଇଁ ଦେଇଥିବା ତାଙ୍କର ମୂଳମନ୍ତ୍ର ସମସ୍ତଙ୍କ ପାଇଁ ଉପାଦେୟ ହୋଇଛି ଓ ହେବ ବୋଲି ସେମାନେ କହିଛନ୍ତି । କୌଣସି ବି ବିଷୟ ସେ ପଢ଼ାଇଲେ ତାକୁ ସହଜରେ ଛାତ୍ରଛାତ୍ରୀ ବୁଝି ପାରୁଥିଲେ । ସେହିପରି ସ୍କୁଲ୍‌କୁ ଏକ ପରିବାର ଓ ଛାତ୍ରଛାତ୍ରୀଙ୍କୁ ପୁଅ ଝିଅ ଭଳି ସେ ବ୍ୟବହାର କରୁଥିଲେ । ତେବେ ତାଙ୍କୁ ବିଦାୟ ଦେବା ତାଙ୍କ ପାଇଁ ବହୁତ ଦୁଃଖଦ ସମୟ ବୋଲି କହିଛନ୍ତି ଦିଗାମ୍ବର ନାୟକ ।

ସେପଟେ ଶିକ୍ଷକ ଦିଗାମ୍ବର ନାୟକ କହିଛନ୍ତି ତାଙ୍କର 37 ବର୍ଷର ସେବାରେ ତିଳେହେଁ ଅବହେଳା କରି ନଥିଲେ। ଛାତ୍ରଛାତ୍ରୀ ତଥା ସ୍କୁଲର ଅନ୍ୟମାନେ ତାଙ୍କୁ ଖୁବ ସ୍ନେହ ଦେଇ ଥିଲେ। ତେବେ ସ୍କୁଲକୁ ଗଢି ତୋଳିବା ପାଇଁ ସେ ଓ ଗ୍ରାମବାସୀ ବହୁ କଷ୍ଟ କରିଥିଲେ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.