ETV Bharat / state

8କୁ ଛୁଇଁଲା ବଲାଙ୍ଗୀରରେ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : May 22, 2020, 5:43 PM IST

ପୁଣି 2ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଲାଙ୍ଗୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ 2ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ନୂଆ 2 କୋରୋନା ଆକ୍ରାନ୍ତ 12 ତାରିଖରେ ମୁମ୍ବାଇରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ ।

8କୁ ଛୁଇଁଲା ବଲାଙ୍ଗୀରରେ ଆକ୍ରାନ୍ତଙ୍କ ସଂଖ୍ୟା
8କୁ ଛୁଇଁଲା ବଲାଙ୍ଗୀରରେ ଆକ୍ରାନ୍ତଙ୍କ ସଂଖ୍ୟା

ବଲାଙ୍ଗୀର: ପୁଣି 2ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 2 ଜଣ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣା ପଡିଛି । ବଲାଙ୍ଗୀର ତୁରେକେଲା ବ୍ଲକ ବଡ ବାଙ୍କୀ ପଞ୍ଚାୟତରୁ ଏହି 2ଜଣ ଚିହ୍ନଟ ହୋଇଛନ୍ତି । ତେବେ ଗତ 12 ତାରିଖରେ ଏମାନେ ମୁମ୍ବାଇରୁ ଆସି ଏଠି ସଙ୍ଗରୋଧ କେନ୍ଦ୍ରରେ ଥିଲେ ।

8କୁ ଛୁଇଁଲା ବଲାଙ୍ଗୀରରେ ଆକ୍ରାନ୍ତଙ୍କ ସଂଖ୍ୟା

ଶୁକ୍ରବାର ସେମାନେ କୋରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି । ତେବେ ଏହି ଦୁଇ ଆକ୍ରାନ୍ତଙ୍କୁ ଭୁବନେଶ୍ବର କିମ୍ସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆ ଯାଇଛି । ସେମାନଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ତେବେ ଏହି 2ଆକ୍ରାନ୍ତଙ୍କୁ ମିଶାଇ ବଲାଙ୍ଗିରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8କୁ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 2ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ଅନ୍ୟପଟେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରେ ଥିବାରୁ କୋରୋନା ବ୍ୟାପିବାର ଭୟ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ବଲାଙ୍ଗୀରରୁ ମହମ୍ମଦ ଶେଖ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.