ETV Bharat / state

ବଲାଙ୍ଗୀରରେ ନବଦିନାତ୍ମକ ପୂଜା, ମା'ଙ୍କ ନଅ ରୂପରେ ନବ କୁମାରୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ

author img

By ETV Bharat Odisha Team

Published : Oct 23, 2023, 10:26 PM IST

Nabakumari puja
Nabakumari puja

ଆଜି ବଲାଙ୍ଗୀରରେ ମା'ଙ୍କ ନଅ ରୂପରେ ନବ କୁମାରୀଙ୍କ ପୂଜାର୍ଚ୍ଚନା ହୋଇଛି । ଏହାସହ ନବମୀ ପୂଜା ଲାଗି ମଣ୍ଡପରେ ଜମିଛି ଭକ୍ତଙ୍କ ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ନବଦିନାତ୍ମକ ପୂଜା, ମା'ଙ୍କ ନଅ ରୂପରେ ନବ କୁମାରୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ

ବଲାଙ୍ଗୀର: ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ଅତି ନିଷ୍ଠା ଓ ଭକ୍ତିରେ ଜାରି ରହିଛି । ଆଜି (ସୋମବାର) ମା' ଦୁର୍ଗା ସିଦ୍ଧିଦାତ୍ରୀ ବେଶରେ ଦେଉଛନ୍ତି ଦର୍ଶନ । ସେପଟେ ମଣ୍ଡପରେ ଆଜି ନବମୀ ତିଥିରେ ନବାକୁମାରୀଙ୍କ ପୂଜନ ସମ୍ପନ୍ନ ହୋଇଛି । ଦେବୀ ମା'ଙ୍କ ପ୍ରତୀକ କୁମାରୀଙ୍କୁ ପୂଜା କରାଯାଇଛି । ଆଜି ମହାନବମୀ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଭିଡ଼ ଜମିଛି ।

ଜିଲ୍ଲାରେ ଶକ୍ତି ରୂପିଣୀ ମା' ଦୁର୍ଗାଙ୍କ ନବ ଦିନାତ୍ମକ ପୂଜା ଅତି ନିଷ୍ଠାର ସହ ସବୁ ମଣ୍ଡପରେ ଚାଲିଛି । ସେହିପରି ମା' ଦୁର୍ଗା ଆଜି ମନ୍ଦିରରେ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଭକ୍ତ ମଧ୍ୟ ମାନସିକ ପୂରଣ ପାଇଁ ମା'ଙ୍କୁ ଦର୍ଶନ କରିବା ଲାଗି ମଣ୍ଡପରେ ଭିଡ ଜମାଇଛନ୍ତି । ସେହପରି ଆଜି ନବମୀ ତିଥିରେ ମା'ଙ୍କ ନଅ ରୂପରେ ନବ କୁମାରୀଙ୍କ ପୂଜାର୍ଚ୍ଚନା ହୋଇଛି। ଯେଉଁଥିରେ ଭକ୍ତ ନବ କୁମାରୀଙ୍କ ପୂଜା କରିବା ସହ ତାଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି । ତେବେ ବଲାଙ୍ଗୀରର ସର୍ବ ପୁରାତନ ଏବିଏସଏସ ପଡା ଦୁର୍ଗା ମନ୍ଦିରରେ ଏଥିପାଇଁ ବେଶ ଭିଡ ଜମିଥିଲା ।

ଏହା ବି ପଢନ୍ତୁ- ଜମିଲା ମହାନବମୀ ପୂଜା, ପୁରୀ ଦୁର୍ଗାବାଡ଼ିରେ କୁମାରୀ କନ୍ୟାଙ୍କୁ ପୂଜାର୍ଚ୍ଚନା

ଦୁର୍ଗାଙ୍କ ସିଦ୍ଧିଦାତ୍ରୀ ବେଶ ସହ ନବକୁମାରୀ ପୂଜା ଅତି ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା । ତେବେ ବଲାଙ୍ଗୀର ଜଣେ ଭକ୍ତ ନୁପୁର ବେହେରା କହିଛନ୍ତି, "ବଲାଙ୍ଗୀର ବାସୀଙ୍କ ଉପରେ ମା' ଦୁର୍ଗାଙ୍କ ଆଶୀର୍ବାଦ ସବୁ ବେଳେ ରହିଛି । ସବୁବେଳେ ମା' ଦୁର୍ଗା ତାଙ୍କର ମାନସିକ ପୂରଣ କରି ଆସିଛନ୍ତି । ସେହିପରି ଆଜି ମା'ଙ୍କ ଦର୍ଶନ ସହ ନବକୁମାରୀ ପୂଜାରେ ପାଇଁ ସେ ମନ୍ଦିର ଆସିଛନ୍ତି । ଏକ ଆଧ୍ୟାତ୍ମିକ ପରିବେଶ ସହ ପୂଜାର ଉତ୍ସାହ ସମସ୍ତଙ୍କ ମଧ୍ୟରେ ରହିଛି।"ସେହିପରି ମନ୍ଦିର ପୂଜକ ପ୍ରକାଶ ଷଡଙ୍ଗୀ କହିଛନ୍ତି, " ଆଜି ମନ୍ଦିରରେ ମା' ଦୁର୍ଗା ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ମା'ଙ୍କ ନବରୂପ ଶୈଳ ପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତାୟନି, କାଲରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ନବ କୁମାରୀଙ୍କୁ ପୂଜା କରାଯାଇଛି ।"

ସେପଟେ ମନ୍ଦିର କମିଟି ସଭାପତି ଗୋପାଳ ବରାଇ ଓ ବରିଷ୍ଠ ସଦସ୍ୟ ଶୁଦ୍ଧିର ପଣ୍ଡା କହିଛନ୍ତି, "୧୯୫୨ ମସିହାରୁ ଏଠି ମା' ଦୁର୍ଗାଙ୍କ ରୀତିନୀତି ଅନୁସାରେ ପୂଜା ହୋଇଆସୁଛି । ଚଳିତ ବର୍ଷ ୧୪ ତାରିଖରୁ ମା'ଙ୍କ ନବଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଆସୁଛି । ତେବେ ଏହି କମିଟି କେବଳ ନିଷ୍ଠାର ସହ କେମିତି ପୂଜା ହେବ ତା ପାଇଁ ସବୁ ବେଳେ ଚେଷ୍ଟା କରି ଆସି ସଫଳ ମଧ୍ୟ ହୋଇଛି। ଏଥର ମଧ୍ୟ ଦୁର୍ଗାଙ୍କ ଭବ୍ୟ ସମାରୋହ ସହ ଅତି ନିଷ୍ଠାର ସହ ପୂଜା ହେଉଛି। ସେହିପରି ଭକ୍ତଙ୍କ ପ୍ରବଳ ଭିଡ ସତ୍ତ୍ବେ ମା'ଙ୍କ କୃପାରୁ ସବୁ ଶାନ୍ତି ଶୃଙ୍ଖଳାରେ ଚାଲିଛି।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.