ETV Bharat / state

MBBS Student Dies: ରାଗିଂ ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର, ଖଣ୍ଡନ କଲେ ଡିନ

author img

By

Published : Apr 23, 2022, 8:29 PM IST

ରାଗିଂ ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର,ଖଣ୍ଡନ କଲେ ଡିନ
ରାଗିଂ ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର,ଖଣ୍ଡନ କଲେ ଡିନ

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାର ଆଜି ସଂଗୀନ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ (Balangir Medical College and Hospital) ର ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାର ଆଜି ସଂଗୀନ ଅଭିଯୋଗ ଆଣିଛନ୍ତି । ମୃତ ଡାକ୍ତରୀ ଛାତ୍ରଙ୍କ ପରିବାର ଆଜି ବଲାଙ୍ଗୀରରେ ପହଞ୍ଚିବା ପରେ ରାଗିଂ ଓ ହତ୍ୟା ଅଭିଯୋଗ ଆଣିଛନ୍ତି । ହରିୟାଣର ଛାତ୍ର ନିଶାନ୍ତ କୁମାରଙ୍କ ମୃତଦେହ ଗତକାଲି କଲେଜର ବଏଜ ହଷ୍ଟେଲ ତଳୁ ଉଦ୍ଧାର କରାଯାଇଥିଲା ।

ରାଗିଂ ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର,ଖଣ୍ଡନ କଲେ ଡିନ

ତେବେ ଛାତରୁ ପଡି ତାଙ୍କର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଇଥିଲା । ଘଟଣା ପରେ ଆଜି ମୃତ ଛାତ୍ରଙ୍କ ପରିବାର ବାପା, ମା, ମାଉସୀ ଓ ମାମୁ ବଲାଙ୍ଗୀରରେ ପହଞ୍ଚିଛନ୍ତି। ବଲାଙ୍ଗୀରରେ ପହଞ୍ଚିବା ପରେ ମେଡିକାଲ ଡିନଙ୍କୁ ସାକ୍ଷାତ କରିବା ସହିତ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ମୃତ ଛାତ୍ର ନିଶାନ୍ତଙ୍କ ମା କହିଛନ୍ତି ଗତକାଲି ପୁଅ ଘଟଣାର କିଛି ସମୟ ପୂର୍ବରୁ ଭିଡିଓ କଲ କରି କଥା ହୋଇଥିଲା । ହେଲେ ସେ ଖୁବ ମାନସିକ ଚାପରେ ଥିବା ଭଳି ଜଣାପଡୁଥିଲା ବୋଲି କହିଛନ୍ତି ।

ମୃତ ଛାତ୍ର ନିଶାନ୍ତଙ୍କ ମା’ ଆହୁରି କହିଛନ୍ତି କି ଏଠି ତାଙ୍କୁ ରାଗିଂ କରାଯିବା ସହ ସିନିୟର ଛାତ୍ର ମାନେ ଅସଭ୍ୟ ଭାଷାରେ ଗାଳି କରୁଥିଲେ । ଏହାବାଦ ରାତି ତମାମ ଅନ୍ଧାର କୋଠରୀରେ ବନ୍ଦ କରିବା ଓ ଖରାରେ ପଡିଆରେ ଦୀର୍ଘ ଘଣ୍ଟା ଛିଡା କରାଇଥିବା ଅଭିଯୋଗ ଆଣିଛନ୍ତି । ସେହିପରି ଘଟଣା ଦିନ ମଧ୍ୟ ତାଙ୍କ ପୁଅକୁ ନାହିଁ ନ ଥିବା ନିର୍ଯାତନା ଦିଆଯାଇଥିଲା । ସେ ଫୋନ ଯୋଗେ ମତେ ସବୁ କହିଥିବା କହିଛନ୍ତି । ଏହାକୁ ନେଇ ତାଙ୍କ ପୁଅ ଖୁବ ମାନସିକ ଚାପରେ ଥିବାବେଳେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ବଲାଙ୍ଗୀରର ଏହି ମେଡିକାଲ କଲେଜରେ ଖୋଲା ଖୋଲି ଭାବେ ଏସବୁ ଘଟୁଥିବା ବେଳେ କଲେଜ ପ୍ରଶାସନ ନୀରବ ରହିବା କିମ୍ବା କୌଣସି ପଦକ୍ଷେପ ନେଉ ନଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସେପଟେ କଲେଜ ଡିନ ଏସବୁକୁ ଅସ୍ବୀକାର କରିବା ସହ ଦଶ ଜଣିଆ ଆଣ୍ଟି ରାଗିଂ ସ୍କ୍ବାଡ କରାଯାଇଛି । କୌଣସି ପ୍ରକାରର ରାଗିଂ ଏଠି ହେଉ ନଥିବାର କହିଛନ୍ତି । ଏହାବାଦ ସେ ନିଜେ ସବୁବେଳେ ଛାତ୍ରଙ୍କ ସହ ଆଲୋଚନା କରୁଥିବାର ମଧ୍ୟ କହିଛନ୍ତି।

ଅନ୍ୟପଟେ ଏହି ସବୁ ଅଭିଯୋଗ ଏଠି ନୂଆ ନୁହେଁ। ଆଗରୁ ମଧ୍ୟ ଏଠିକାର ଛାତ୍ରୀ ନିରୂପମା ନନ୍ଦ ମଧ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାର ମଧ୍ୟ ସମାନ ରାଗିଂ ଅଭିଯୋଗ ଆଣିଥିଲେ। ହେଲେ ତାହା ଆଜି ଯାଏଁ ପ୍ରମାଣିତ ହୋଇପାରିନାହିଁ । ଏବେ ପୁଣି ସମାନ ଅଭିଯୋଗ ଆସିବା ପରେ କଲେଜର ବ୍ୟବସ୍ଥା ଓ ପରିଚାଳନା ଉପରେ ଅନେକ ପ୍ରଶ୍ନ ଉଠୁଛି । ଗତକାଲିର ଘଟଣାକୁ ନେଇ ଆଜି ବି ବଲାଙ୍ଗୀର ପୋଲିସ କଲେଜ ହଷ୍ଟେଲରେ ସାଇଣ୍ଟିଫିକ ଟିମ ସହ ତଦନ୍ତ ଜାରି ରଖିଛି ।

ଘଟଣାକୁ ନେଇ ଏବେ ସବୁଠି ଅସନ୍ତୋଷ ଲାଗି ରହିଥିବା ବେଳେ ଏହା ଉପରେ ରୋକ ଲଗାଇବା ଜରୁରୀ ହୋଇପଡିଛି । କାରଣ ଅନେକ ବାଦ ବିବାଦ ଦାବି ଆପତ୍ତି ପରେ ବଲାଙ୍ଗୀର ମେଡିକାଲ କଲେଜ ହୋଇଛି । ସାରା ଦେଶରୁ ଏଠି ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ କଲେଜ ଗଠନ ହେବାର କିଛି ବର୍ଷ ମଧ୍ୟରେ ଏକାଧିକ ରାଗିଂ ଅଭିଯୋଗ ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ବଲାଙ୍ଗୀର ମେଡିକାଲ କଲେଜ । ବାରମ୍ବାର ଏଭଳି ଅଭିଯୋଗ ଆସୁଥିବା ବେଳେ ଘଟଣାର କିଛି ନା କିଛି ସତ୍ୟତା ଥାଇପାରେ ବୋଲି ସବୁଠି ଚର୍ଚ୍ଚା ଜୋର ଧରିଛି। ଏଭଳି ପରିସ୍ଥିତିରେ ଏହାକୁ ରୋକିବା ପାଇଁ କଠୋର ପଦକ୍ଷେପ ସହ କଲେଜର ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି ହୋଇଛି। ଏହାବାଦା ରାଗିଂ ସ୍କ୍ବାଡକୁ ମଧ୍ୟ ଆହୁରି ଶକ୍ତ କରିବାର ଆବଶ୍ୟକତା ରହିଛି । ନଚେତ ଏଭଳି ଘଟଣା ପାଇଁ ମେଡିକାଲ କଲେଜ ଅପବାଦ ମୁଣ୍ଡାଇବାରୁ କେହି ଅଟକାଇ ପାରିବେ ନାହିଁ ।

ବଲାଙ୍ଗୀରରୁ ଏସକେ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.