ETV Bharat / state

ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର ପରେ ଯୁବକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ କରୁଛି ପୋଲିସ

author img

By ETV Bharat Odisha Team

Published : Sep 4, 2023, 1:48 PM IST

ବଲାଙ୍ଗୀର ଖୁଜେନପାଲି ଗ୍ରାମରେ ଯୁବକଙ୍କୁ ହତ୍ୟା । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଯୁବକଙ୍କୁ ହତ୍ୟା ଅଭିଯୋଗ
ଯୁବକଙ୍କୁ ହତ୍ୟା ଅଭିଯୋଗ

ଯୁବକଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗୀର: ଜିଲ୍ଲା ଖୁଜେନପାଲି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ତେବେ ମୃତ ଯୁବକ ଜଣକ ଜିଲ୍ଲାର ପୁଇନ୍ତଳା ବ୍ଲକ ଅନ୍ତର୍ଗତ କେଶର କେଳା ଗ୍ରାମର ନିବାସୀ ସିଦ୍ଧାର୍ଥ ବଗର୍ତ୍ତି ବୋଲି ଜଣା ପଡିଛି ।

ସୂଚନା ମୁତାବକ, ବଲାଙ୍ଗୀର ଖୁଜେନପାଲି ଗ୍ରାମ ମୁଖ୍ୟ ରାସ୍ତାରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକ ରକ୍ତ ଜୁଡୁୁବୁଡୁ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ବାସିନ୍ଦା ଏହା ଦେଖିବା ପରେ ବଲାଙ୍ଗୀର ସଦର ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ସେଠାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ଅଣା ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯୁବକ ଜଣକ ବଲାଙ୍ଗୀରରେ ରହି ଏକ କପଡ଼ା ଦୋକାନରେ କାମ କରୁଥିଲେ । ଗତକାଲି(ରବିବାର) ମୂର୍ମୁଷୁ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରାଯାଇଥିବାର ପୋଲିସ୍ ସନ୍ଦେହ କରିଛି । ମୃତକଙ୍କ ପରିବାର ଲୋକଙ୍କୁ ଏହାର ସୂଚନା ଦେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପ୍ରେମ ବ୍ୟାପାରକୁ ନେଇ ନେଇ ସଂପୃକ୍ତ ଯୁବକଙ୍କୁ ହତ୍ୟା କରା ଯାଇଥିବା ନେଇ ଚର୍ଚ୍ଚା ହୋଇଛି । ସପେଟେ ପୋଲିସ୍ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କହିଛି । ବଲାଙ୍ଗୀର ସଦର ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ପୂର୍ବ ଶତୃତାକୁ କେନ୍ଦ୍ର କରି ତୁମୁଳ କାଣ୍ଡ: ପାଟଣାଗଡ଼ରେ ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟା

ସେହିପରି ଗତ ଗୁରୁବାର ରାତିରେ ଜିଲ୍ଲାର ପାଟଣାଗଡ଼ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ନିର୍ମମ ହତ୍ୟା କରାଯାଇଥିଲା । ପାଟଣାଗଡ଼ ଟିକାବାଲିପଡ଼ାର ଯୁବକ ଜିତେନ୍ ଧୁବଳକୁ ବିଚ୍ ରାସ୍ତାରେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିଲା । ଏନେଇ ପାଟଣାଗଡ଼ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଉଆଁସୁ ପୋଢ଼କୁ ଗିରଫ କରିଛି । ଧୁବଲ୍ ଓ ଉଆଁଶୁ ପୋଢ଼ର ପରିବାର ଗତ ବର୍ଷ କର୍ଣ୍ଣାଟକ ଦାଦନ ଖଟିବାକୁ ଯାଇଥିଲେ । ଏବଂ ସେଠି ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ସେଠି ଉଆଁସୁ ପୋଢ଼ ଜୀତେନ ଧୁବଳର ମା'ଙ୍କୁ ଗାଳିଗୁଲଜ କରିବାରୁ ତାଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ସେପଟେ ଜିତେନ ଧୁବଳର ପରିବାର ନିଜ ଗାଁକୁ ଫେରିଥିବା ବେଳେ ଏବେ ଉଆଁସୁ ପୋଢ଼ର ପରିବାର ମଧ୍ୟ ଗାଁକୁ ଫେରିଥିଲେ । ଏନେଇ ଗୁରୁବାର ଦିନ ଉଆଁସୁ ପୋଢ଼କୁ ବିଚ୍ ରାସ୍ତାରେ ଅଟକାଇ ଦୁର୍ବ୍ୟବହାରର କାରଣ ପଚାରିଥିଲେ । ଏହି ସମୟରେ ଉଆଁସୁ ପୋଢ଼ ଏକ ଟାଙ୍ଗିଆ ଓ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଏଥିରେ ଜିତେନ୍ ଧୁବଲ ଗୁରୁତର ଆହତ ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.