ETV Bharat / state

Mamita Meher Case: DNA ମ୍ୟାଚ୍ ହେଉନଥିବା ଅଭିଯୋଗକୁ ଖଣ୍ଡନ କଲେ ସରକାରୀ ଓକିଲ

author img

By

Published : Dec 21, 2022, 8:44 AM IST

Mamita Meher Case
Mamita Meher Case

ମମିତା ମେହେରଙ୍କ ଦେହାବଶେଷ ବାପାମାଆଙ୍କ DNA ମ୍ୟାଚ୍ ହେଉନଥିବା ଅଭିଯୋଗ । ଏହାକୁ ଖଣ୍ଡନ କଲେ ସରକାରୀ ଓକିଲ । ଅଧିକ ପଢନ୍ତୁ

DNA ମ୍ୟାଚ୍ ହେଉନଥିବା ଅଭିଯୋଗକୁ ଖଣ୍ଡନ

ବଲାଙ୍ଗୀର: ଜେଲ୍‌ରେ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ପୁଣିଥରେ ମମିତା ମେହେର ହତ୍ୟାକାଣ୍ଡକୁ(Mamita Meher Murder Case) ନେଇ ଉଠୁଛି ପଡୁଛି ରାଜ୍ୟ । ଏହି ହତ୍ୟାକାଣ୍ଡ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ମମିତାଙ୍କ ଦେହାବଶେଷ ସହ ତାଙ୍କ ବାପାମାଆଙ୍କ DNA ମ୍ୟାଚ କରୁନଥିବା ଅଭିଯୋଗ କରିଛନ୍ତି ଗୋବିନ୍ଦଙ୍କ ଓକିଲ । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରି ମାମଲାକୁ ବିଭ୍ରାନ୍ତ କରାଯାଉଥିବା କହିଛନ୍ତି ସରକାରୀ ଓକିଲ ସଞ୍ଜୟ କୁମାର ପ୍ରଧାନ । ସେ କହିଛନ୍ତି, ତାଙ୍କ ପାଖରେ ସଠିକ୍ ରିପୋର୍ଟ ଅଛି । ଯାହା ଅନୁସାରେ ପୋଲିସ ଉଦ୍ଧାର କରିଥିବା ମମିତାଙ୍କ ଦେହାବଶେଷ ତାଙ୍କ ବାପାମାଆ ସହ ମେଳ ଖାଉଛି ।''

ପ୍ରମାଣ ରୂପେ ସେ ଏକ ରିପୋର୍ଟ ମଧ୍ୟ ଦେଖାଇଛନ୍ତି ଏବଂ ଏହି ରିପୋର୍ଟ ସେ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିସାରିଛନ୍ତି ବୋଲି କହିଛନ୍ତି । ଏହାସହିତ ଗୋବିନ୍ଦଙ୍କ ଓକିଲ ମାମଲାକୁ ବିଭ୍ରାନ୍ତ କରୁଛନ୍ତି ବୋଲି ସରକାରୀ ଓକିଲ ଅଭିଯୋଗ ଆଣିଛନ୍ତି ।

ପ୍ରକାଶଥାଉ କି, ଗୋବିନ୍ଦ ସାହୁଙ୍କ ଓକିଲ ଦେବାଶିଷ ପଣ୍ଡା ଅଭିଯୋଗ ଆଣିଛନ୍ତି ଯେ, ମିଳିଥିବା ମୃତଦେହ ମମିତାଙ୍କର ନୁହେଁ । ଏହି ଦେହାବଶେଷ ମମିତାଙ୍କ ବାପାମାଆଙ୍କ DNA ପ୍ରୋଫାଇଲ ସହ ମ୍ୟାଚ୍ କରୁନାହିଁ(Mamita Meher DNA Mismatch Allegation) ବୋଲି ରିପୋର୍ଟରୁ ଜଣାପଡିଛି । ଏହି ଅଭିଯୋଗ ପରେ DNA ରିପୋର୍ଟକୁ ନେଇ ଦ୍ବନ୍ଦ ବଢିଛି ।

ଏହାମଧ୍ୟ ପଢନ୍ତୁ: ମମିତା ମେହେର ହତ୍ୟା ଘଟଣାରେ ନୂଆ ମୋଡ: DNA ରିପୋର୍ଟ ନେଇ ଦ୍ୱନ୍ଦ୍ୱ, ମିଳିଥିବା ମୃତଦେହ ମମିତାର ନୁହେଁ !

ମଙ୍ଗଳବାର ମମିତା ମେହେର ମର୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ JMFC କୋର୍ଟରେ ହାଜର ହେବାର ଥିଲା । ଏହାପୂର୍ବରୁ ସେ କଣ୍ଟାବାଞ୍ଜି ଜେଲ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି । ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । କଣ୍ଟାବାଞ୍ଜି ଥାନାର U.D. Case No. 15/2022ର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏହାପରେ ଘଟଣାର ତଦନ୍ତ ପାଇଁ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ୬ ଜଣିଆ ଟିମ ଗଠନ ହୋଇଛି । ଏହି ଟିମରେ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ସମେତ ଜଣେ ଇନିସପେକ୍ଟର, ୨ ଜଣ ସବ ଇନିସପେକ୍ଟର, ଜଣେ ଫରେନସିକ ଏକ୍ସସ୍ପୋର୍ଟ ଓ ଜଣେ ହାଣ୍ଡରାଇଟିଂ ଏକ୍ସପର୍ଟ ସାମିଲ ହୋଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: Gobinda Sahu Suicide Case: ସ୍ୱାମୀଙ୍କ ହତ୍ୟା ଅଭିଯୋଗ ଆଣିଲେ ଗୋବିନ୍ଦଙ୍କ ପତ୍ନୀ

ଅନ୍ୟପଟେ ଗୋବିନ୍ଦର ମୃତ୍ୟୁ ପରେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ଜେଲର କଡା ସୁରକ୍ଷା ମଧ୍ୟରେ କିଭଳି ସେ ଆତ୍ମହତ୍ୟା କଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ଗୋବିନ୍ଦ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ପତ୍ନୀ ସୁଷମା ସାହୁ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.