ETV Bharat / state

ମମିତା ମେହେର ହତ୍ୟା ଘଟଣାରେ ନୂଆ ମୋଡ: DNA ରିପୋର୍ଟ ନେଇ ଦ୍ୱନ୍ଦ୍ୱ, ମିଳିଥିବା ମୃତଦେହ ମମିତାର ନୁହେଁ !

author img

By

Published : Dec 20, 2022, 6:05 PM IST

DNA ରିପୋର୍ଟକୁ ନେଇ ଦ୍ବନ୍ଦ
DNA ରିପୋର୍ଟକୁ ନେଇ ଦ୍ବନ୍ଦ

ମମିତା ମେହେର ହତ୍ୟା ମାମଲାରେ ନୂଆ ମୋଡ । ମିଳିଥିବା ଦେହାବଶେଷର ଡିଏନଏ ମମିତାଙ୍କ ମାତା ପିତାଙ୍କ ଡିଏନଏ ପ୍ରୋଫାଇଲ ସହ ମ୍ୟାଚ କରୁନାହିଁ ବୋଲି ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ଗୋବିନ୍ଦ ସାହୁଙ୍କ ଓକିଲ ଦେବାଶିଷ ପଣ୍ଡା । ଅଧିକ ପଢ଼ନ୍ତୁ

ଗୋବିନ୍ଦ ସାହୁଙ୍କ ଓକିଲଙ୍କ ପ୍ରତିକ୍ରିୟା

କଟକ: ମମିତା ମେହେର ହତ୍ୟା ମାମଲାରେ ନୂଆ ମୋଡ । ମମିତା ମେହେରଙ୍କ ମୃତଦେହର ଅବଶେଷକୁ ନେଇ ଦ୍ଵନ୍ଦ୍ୱ । ମମିତାଙ୍କ ମାତା ପିତାଙ୍କ ଡିଏନଏ ପ୍ରୋଫାଇଲ ସହ ମିଳିଥିବା ଅବଶେଷର ଡିଏନଏ ପ୍ରୋଫାଇଲ ମ୍ୟାଚ୍ କରୁନାହିଁ ବୋଲି ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ଗୋବିନ୍ଦ ସାହୁଙ୍କ ଓକିଲ ଦେବାଶିଷ ପଣ୍ଡା । ସେପଟେ ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି ପୂର୍ବରୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ ।

ଆଜି ହାଇକୋର୍ଟରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହେବାକୁ ଥିବାବେଳେ ଗୋବିନ୍ଦଙ୍କ ମୃତ୍ୟୁ ଯୋଗୁଁ ମାମଲାର ଶୁଣାଣୀ ବନ୍ଦ ହୋଇଛି । ତେବେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଡିଏନଏ ପ୍ରୋଫାଇଲ ରିପୋର୍ଟ ଏବଂ ଏଫଏସଏଲ୍ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଥିଲା । ଏହି ଡିଏନଏ ରିପୋର୍ଟ ଅନୁଯାୟୀ ମିଳିଥିବା ମୃତଦେହର ଅବଶେଷ ମମିତା ମେହେରଙ୍କର ନୁହେଁ ବୋଲି ଗୋବିନ୍ଦଙ୍କ ଓକିଲ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କ୍ରାଇମବ୍ରାଞ୍ଚ ଗଠନ କଲା ୬ ଜଣିଆ ଟିମ, ଜେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଅବସରପ୍ରାପ୍ତ ଜେଲ DIG

ସେପଟେ ଗୋବିନ୍ଦ ସାହୁଙ୍କୁ ଆଜି JMFC କୋର୍ଟରେ ହାଜର ହେବାର ଥିଲା । ଏହାପୂର୍ବରୁ କଣ୍ଟାବାଞ୍ଜି ଜେଲ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ତେବେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । କଣ୍ଟାବାଞ୍ଜି ଥାନାର U.D. Case No. 15/2022ର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଏନେଇ ଟ୍ବିଟ ଜରିଆରେ ସେ ସୂଚନା ଦେଇଛନ୍ତି । ଏହାପରେ ଘଟଣାର ତଦନ୍ତ ପାଇଁ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ୬ ଜଣିଆ ଟିମ ଗଠନ ହୋଇଛି । ଏହି ଟିମରେ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ସମେତ ଜଣେ ଇନିସପେକ୍ଟର, ୨ ଜଣ ସବ ଇନିସପେକ୍ଟର, ଜଣେ ଫରେନସିକ ଏକ୍ସସ୍ପୋର୍ଟ ଓ ଜଣେ ହାଣ୍ଡରାଇଟିଂ ଏକ୍ସପର୍ଟ ସାମିଲ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.