ETV Bharat / state

ନୂଆପଡା ପରେ ବଲାଙ୍ଗୀର: ବୁଲୁଛି କଲରାପତରିଆ ବାଘ, ଲୋକେ ଆତଙ୍କିତ

author img

By ETV Bharat Odisha Team

Published : Nov 5, 2023, 10:57 PM IST

ବଲାଙ୍ଗୀର ସହର ଉପକଣ୍ଠରେ କଲରାପତରିଆ ବାଘ ଆତଙ୍କ । ସିସିଟିଭି ଫୁଟେଜ ଭାଇରାଲ, ଲୋକେ ଭୟଭୀତ । ଲୋକଙ୍କୁ ଭୟଭୀତ ନହେବାକୁ ନିବେଦନ କରିଛି ବନ ବିଭାଗ । ଅଧିକ ପଢନ୍ତୁ

ସାବଧାନ! ବଲାଙ୍ଗୀରରେ କଲରାପତରିଆ ବାଘ ଆତଙ୍କ
ସାବଧାନ! ବଲାଙ୍ଗୀରରେ କଲରାପତରିଆ ବାଘ ଆତଙ୍କ

ସାବଧାନ! ବଲାଙ୍ଗୀରରେ କଲରାପତରିଆ ବାଘ ଆତଙ୍କ

ବଲାଙ୍ଗୀର: ପୁଣି ବଲାଙ୍ଗୀର ବାଘ ଆତଙ୍କ । ସହର ଉପକଣ୍ଠରେ ପତରିଆ ଚିତାବାଘ ଦେଖିବାକୁ ମିଳିଛି । ସହରର ସହର ଉପକଣ୍ଠରେ ଚିତାବାଘ ବୁଲୁଥିବାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ତେବେ ଜିଲ୍ଲାର ବଡ଼ମାଳ ଗୋଲା ବାରୁଦ୍ କାରଖାନା ଅଞ୍ଚଳରେ ପୂର୍ବରୁ କଲରାପତରିଆ ବାଘ ଅନେକ ସମୟରେ ଦେଖିବାକୁ ମିଳିଥିଏ । ବର୍ତ୍ତମାନ ପୁଣି ଏହି ଅଞ୍ଚଳରେ ଏକ ଚିତା ଦେଖିବାକୁ ମିଳିଛି । ଗୋଳା ବାରୁଦ କାରଖାନା ତାର ବାଡ଼ ଡେଇଁ ସୋଲାର ପ୍ରକଳ୍ପ ଆଡ଼କୁ ଯାଇଥିବାର ସିସିଟିଭିରେ ନଜର ଆସିଛି । ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ରହିଛନ୍ତି । ସେପଟେ ବାଘ ଉପରେ ନଜର ରଖିଛି ବନ ବିଭାଗ ।

ସେପଟେ ବଲାଙ୍ଗୀର ଡିଏଫଓ ନୀତିଶ କୁମାର କହିଛନ୍ତି," ଏଠାରେ କଲରାପତରିଆ ଚିତା ବାଘ ନଜର ଆସିବା କୌଣସି ନୂଆ କଥା ନୁହେଁ । ଏଠି ଅନେକ ସଂଖ୍ୟାରେ ଚିତା ବାଘ ରହିଛନ୍ତି । ସମୟ ସମୟରେ ଏମାନେ ଜନବସତି ଅଞ୍ଚଳକୁ ଆସିଥାନ୍ତି । ସେହିପରି ପୂର୍ବ ଗଣତି ଅନୁସାରେ ଏହି ଅଞ୍ଚଳରେ ୫ଟି ଚିତା ବାଘ ଥିବାର ସୂଚନା ରହିଛି । ହେଲେ ବର୍ତ୍ତମାନ ଏହି ସଂଖ୍ୟା ଅଧିକ ରହିଛି । ଏହି ଅଞ୍ଚଳରେ ବାରମ୍ବାର ଏମାନଙ୍କ ପାଦ ଚିହ୍ନ ଠାବ ହେଉଛି । ଏପରିକି ବଲାଙ୍ଗୀର ସହର ନିକଟରେ ମଧ୍ୟ ଅନେକ ଚିତା ବାଘ ଥିବାବେଳେ ତାଙ୍କର ମଧ୍ୟ ପାଦ ଚିହ୍ନ ଠାବ ହୋଇଛି । "

ଏହା ମଧ୍ୟ ପଢନ୍ତୁ....ମହିଳାଙ୍କୁ ଝାମ୍ପି ନେଲା ବାଘ, ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ତେବେ ଏଥିରେ କୌଣସି ପ୍ରକାରର ଭୟଭୀତ ହେବାର ନାହିଁ । କାରଣ ଏଯାବତ୍ ଏମାନେ ଅନେକ ସଂଖ୍ୟାରେ ଥିଲେ ମଧ୍ୟ ଏଠି ମଣିଷର କିମ୍ବା ଗୃହ ପାଳିତ ପଶୁଙ୍କୁ ହାନି ପହଞ୍ଚାଇ ନାହାନ୍ତି । ବର୍ତ୍ତମାନ ଜଙ୍ଗଲରେ ବଘମାନଙ୍କ ପାଇଁ ପ୍ରାକୃତିକ ଶିକାର ଭରପୁର ଥିବାବେଳେ ସେମାନେ ସେଠି ଠିକରେ ରହିଛନ୍ତି ବୋଲି କହିଛନ୍ତି ଡିଏଫଓ ।

ସେହିଭଳି ନୂଆପଡାର ଜିଲ୍ଲାରେ ମଧ୍ୟ ଗତ କିଛି ଦିନ ହେଲା ବାଘ ଆତଙ୍କ ଲାଗି କହିଥିଲା । ୫ ଦିନ ମଧ୍ୟେ ଅନେକ ଜଣକୁ ଆକ୍ରମଣ କରିବା ସହ ଜଣକ ଜୀବନ ମଧ୍ୟ ନେଇଥିଲା । ଶେଷରେ ଗତକାଲି (ଶନିବାର)ମଧ୍ୟ ରାତିରେ ଯନ୍ତାରେ ପଡ଼ିଥିଲା ବଘ ।

ଏହା ମଧ୍ୟ ପଢନ୍ତୁ....ନୂଆପଡାରେ ମାତିଛି ମଣିଷଖିଆ କଲରାପତରିଆ ବାଘ, ସଞ୍ଜ ନଇଁଲେ ପଡୁଛି ତାଟି କବାଟ

ଏହା ମଧ୍ୟ ପଢନ୍ତୁ...Tiger Terror: ଖେଳୁଥିବା ଶିଶୁକୁ ଝାମ୍ପି ନେଲା ବାଘ, ଫରେଷ୍ଟ ବିଟ୍ ହାଉସ ଘେରିଲେ ଉତ୍ତ୍ୟକ୍ତ ଲୋକେ

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.