ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲ ସଂଘର ଧାରଣା

author img

By

Published : Dec 12, 2022, 1:43 PM IST

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲ ସଂଘର ଧାରଣା
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲ ସଂଘର ଧାରଣା

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଧାରଣାକୁ ଓହ୍ଳାଇଲା ବଲାଙ୍ଗୀର ଓକିଲ ସଂଘ। ଅଧିକ ପଢନ୍ତୁ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଓକିଲ ସଂଘର ଧାରଣା

ବଲାଙ୍ଗୀର: ଜୋର ଧରିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଭୁବନେଶ୍ୱର ଓକିଲ ସଂଘର ବିଭିନ୍ନ ଦାବି ନେଇ ଡାକରା ଦିଆ ଯାଇଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଲା ବଲାଙ୍ଗୀର ଓକିଲ ସଂଘ। କୋର୍ଟ କଚେରୀ ବନ୍ଦ କରି ଧାରଣାରେ ବସିଲେ ଓକିଲ। ଓଡ଼ିଶା ଓକିଲ ସଂଘର ନିର୍ବାଚନ ଦାବି କରିବା ସହ କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଓକିଲ ସଂଘ।

ସେହିପରି ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ନେଇ ଆଜି ସମ୍ବଲପୁରରେ କଚେରୀ ଛକରେ ଓକିଲ ସଂଘର ଆନ୍ଦୋଳନ କରିଥିଲା । ଏହି ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ସମ୍ବଲପୁର ଓକିଲ ମାନଙ୍କୁ ଦୁର୍ବ୍ୟବହାର କରିଥିବା କହିଛି ବଲାଙ୍ଗୀର ଓକିଲ ସଂଘ ।

ଏହା ମଧ୍ୟ ପଢନ୍ତୁ-ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପୁଣି ମୁହାଁମୁହିଁ ହେଲେ ପୋଲିସ ଓ ଓକିଲ ସଂଘ

ସମ୍ବଲପୁରରେ କୋର୍ଟ କାର୍ଯ୍ୟ ବର୍ଜନ କରି ଓକିଲ ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛି । ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ଆନ୍ଦୋଳନ ଜାରି ରହିଛି। ଗତ ବୁଧବାର ଠାରୁ ଗତ 11 ତାରିଖ ପର୍ଯ୍ୟନ୍ତ ଓକିଲମାନେ କୋର୍ଟ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ଆଜି ସତ୍ୟାଗ୍ରହ ଆନ୍ଦୋଳନ ତୀବ୍ର ରୂପ ନେଇଛି । ଆଗକୁ ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ଓକିଲ ସଂଘ ସଦସ୍ୟ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.