ETV Bharat / state

Odisha Assembly: ବଲାଙ୍ଗୀରରେ ଏକ ଟେକ୍ସଟାଇଲ କାରଖାନା ସ୍ଥାପନ କରିବେ କି ?

author img

By

Published : Mar 24, 2023, 9:27 PM IST

ବିଧାନସଭା ପ୍ରଶ୍ନକାଳରେ ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ସ୍ଥାପନା ପାଇଁ ବିଧାୟକ ନରସିଂହ ମିଶ୍ର, 3ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ବଲାଙ୍ଗୀରରେ ଏକ ଟେକ୍ସଟାଇଲ କାରଖାନା ସ୍ଥାପନ କରିବେ କି?

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାରେ ଏକ ସ୍ପିନିଂ ମିଲ ସ୍ଥାପନ କରିବେ କି ? ଜିଲ୍ଲାରେ ଏକ ରେଳ ୱାଗନ କାରଖାନା ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ କି? ଆଜି ବିଧାନସଭା ପ୍ରଶ୍ନକାଳରେ ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ସ୍ଥାପନା ପାଇଁ ବିଧାୟକ ନରସିଂହ ମିଶ୍ର, 3ଟି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ନରସିଂହ କହିଛନ୍ତି ବଲାଙ୍ଗୀର ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା କହିଲେ ଚଳେ । କାମ ଧନ୍ଦା ଅଭାବରୁ ଜିଲ୍ଲାରୁ ବହୁ ଲୋକ ଦାଦନ ଖଟିବାକୁ ଯାଇଛନ୍ତି । ବାହାର ରାଜ୍ୟରେ ଜିଲ୍ଲାର ଲୋକେ କାମ କରୁଛନ୍ତି । ବଲାଙ୍ଗୀର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଗୁଡିକରେ କପା ଚାଷ ପ୍ରଚୁର ପରିମାଣରେ ହେଉଛି । ଏହାକୁ ଲକ୍ଷ୍ୟ ରଖି ଜିଲ୍ଲାରେ ଏକ ଟେକ୍ସଟାଇଲ କାରଖାନା ସ୍ଥାପନ କରିବେ? ଏହାସହ ଦେଓଗାଁ ବ୍ଲକରେ ସମବାୟ ବିଭାଗର ଥିହା ଏକ ଚିନି କାରଖାନା ବନ୍ଦ ପଡିଛି । ବାରମ୍ବାର ଦାବି କଲେ ବି ଚିନି କାରଖାନା ପରିଚାଳନା ହେଉନାହିଁ । ସମୟବାୟ ବିଭାଗ ସହ ଆଲୋଚନା କରି ତାକୁ କାର୍ଯ୍ୟକ୍ଷମ କରିବେ କି? ଯଦି ସମ୍ଭବ ନୁହେଁ, ସେହି କାରଖାନାର ବହୁ ଜମି ଅଛି । ସେହି ଜମିରେ ବି ଟେକ୍ସଟାଇଲ୍ସ ମିଲ ସ୍ଥାପନ ହୋଇପାରିବ । ଏହାବାଦ କଣ୍ଟାବାଞ୍ଜିରେ ରେଳବାଇର 7 ଶହ ଏକର ଜମି ରହିଛି । ରାଜ୍ୟ ସରକାର କଳାହାଣ୍ଡି ଓ ଗଞ୍ଜାମରେ ରେଳ ୱାଗନ ପାଇଁ ସୁପାରିଶ କରୁଛନ୍ତି । କିନ୍ତୁ ସେଠି ଜାଗା ନାହିଁ । ଫଳରେ କେନ୍ଦ୍ର ସରକାର ଅଗ୍ରାହ୍ୟ କରୁଛନ୍ତି । ରାଜ୍ୟ ସରକାର ସୁପାରିଶ କରିବେ କି? କଣ୍ଟାବାଞ୍ଜିରେ ଜମି ଥିବା କାରଣରୁ ରେଳ ୱାଗନ କାରଖାନା ହେଉ ବା ରେଳବାଇର କୌଣସି କାରଖାନା ସ୍ଥାପନ ପାଇଁ କଣ୍ଟାବାଞ୍ଜିରେ । ଦାଦନ ଶ୍ରମିକ ବନ୍ଦ କରିବା ପାଇଁ, ଲୋକଙ୍କୁ ରୋଜଗାର ଦେବା ପାଇଁ ଶିଳ୍ପ ସ୍ଥାପନା ବହୁ ଜରୁରୀ ବୋଲି ନରସିଂହ କହିଛନ୍ତି ।

ଏହାବି ପଢନ୍ତୁ- Rahul Gandhis Disqualification: ବିଜେପି ବିରୋଧରେ ବର୍ଷିଲେ କଂଗ୍ରେସ ବିଧାୟକ

ଉତ୍ତରରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଆମେ ଶିଳ୍ପ ସ୍ଥାପନ ପାଇଁ ସବୁ ପ୍ରୟାସ କରୁଛୁ । ନରସିଂହ ମିଶ୍ର ଯେଉଁ ଗଠନ ମୂଳକ ପ୍ରସ୍ତାବ ରଖିଛନ୍ତି ଆମେ ବିଚାର କରିବୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ 2016 ରୁ ଆଲପିନ ଠାରୁ ଟିଏମଟି ବାର ଯାଏଁ ରାଜ୍ୟରେ ଉତ୍ପାଦନ କରିବାକୁ ଚାହୁଁଛୁ । ରାଜ୍ୟରେ ଶିଳ୍ପକୁ ଏକ ନୂଆ ଗତି ଦେବା ପାଇଁ ପ୍ରୟାସ ଜାରି ରହିଛି । ବହୁମୁଖୀ ଶିଳ୍ପ ସରକାର ଉଦ୍ୟମ ଜାରି ରଖିଛନ୍ତି । ଯେତେ ଶିଳ୍ପ ହେବ ସେତେ ନିଯୁକ୍ତି ଓ ଆତ୍ମନିଯୁକ୍ତି ହେବ । ଆମେ ଆମର ସହଯୋଗୀ ଫିକି ଓ ସିଆଇଆଇକୁ କହିଛୁ ଆମକୁ ଅଧିକରୁ ଅଧିକ ସ୍ପିନିଂ ମିଲ ଆବଶ୍ୟକ ବୋଲି । ଯେହେତୁ ପଶ୍ଚିମ ଓଡିଶାରେ କପା ଚାଷ ପ୍ରଚୁର ପରିମାଣରେ ହେଉଛି । ଆଉ ପଶ୍ଚିମ ଓଡିଶା କପା ଦେଶର ସର୍ବୋକୃଷ୍ଟ କପା । କିନ୍ତୁ କପା ରାଇପୁର ମଣ୍ଡି ଦେଇ ନାଗପୁର ମଣ୍ଡିରେ ବିକ୍ରି ହେଉଛି । ଯାହା ଦୁଃଖର ବିଷୟ । ଆମେ ବଲାଙ୍ଗୀର କଳାହାଣ୍ଡିରେ ସ୍ପିନିଂ ମିଲ ପାଇଁ ପ୍ରସ୍ତାବ ପାଇଛୁ । ରାୟଗଡା, ବଲାଙ୍ଗୀର, ନୂଆପଡା ଓ କଳହାଣ୍ଡିକୁ ଆମେ କଟନ କ୍ଲଷ୍ଟର ଭାବେ ଚିନ୍ତା କରୁଛୁ । ଯେହେତୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ପାଇନୁ ତେଣୁ କୌଣସି ନିଷ୍ପତି ହୋଇନାହିଁ । ସେହିପରି ରେଳବଇ ୱାଗନ କାରଖାନାକୁ ନେଇ ମନ୍ତ୍ରୀ କହିଛନ୍ତି ରେଳବାଇ ଯଦି ନିଷ୍ପତି ନେବେ ବା ଚାହିଁବେ ଓଡିଶାରେ କରିବାକୁ ଆମେ ଯୋଉଠି ଜାଗା ପାଇବୁ ଆମେ ଯୋଗାଇ ଦେବୁ । କୌଣସି ଆଞ୍ଚଳିକ ବୈଷମ୍ଯତା ଭାବନା ଆମ ସରକାର ନାହିଁ । କେନ୍ଦ୍ର ସରକାର ଚାହିଁଲେ ଆମେ ବଲାଙ୍ଗୀର ପାଇଁ ମଧ୍ୟ ପ୍ରସ୍ତବା ଦେବୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.