ETV Bharat / state

ଆଜି ବିଜୟା ଦଶମୀ, ଉତ୍ସବମୁଖର ବଲାଙ୍ଗୀର

author img

By

Published : Oct 5, 2022, 12:19 PM IST

Maha Navami : ଧୁମଧାମରେ ଚାଲିଛି ମାଆ ଦୂର୍ଗାଙ୍କ ନବମୀ ପୂଜା
Maha Navami : ଧୁମଧାମରେ ଚାଲିଛି ମାଆ ଦୂର୍ଗାଙ୍କ ନବମୀ ପୂଜା

ଆଜି ଜଗତଜନନୀ ମାଆ ଦୂର୍ଗାଙ୍କ ଦଶମୀ ପୂଜା । ମାଆଙ୍କ ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ ଲାଗିଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଆଜି ହେଉଛି ପବିତ୍ର ଦଶହରା । ଧରାବତରଣ କରିଛନ୍ତି ମାଆ ଦୁର୍ଗତିନାଶିନୀ । ଏନେଇ ଚଳଚଞ୍ଚଳ ସାରା ରାଜ୍ୟ । ମା'ଙ୍କ ଦର୍ଶନ ପାଇଁ ମଣ୍ଡପରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ । ଅନ୍ୟପଟେ ଗତକାଲି ବଲାଙ୍ଗୀରରେ ମାଆ ଦୂର୍ଗାଙ୍କ ନବମୀ ପୂଜା ସହ ନବକୁମାରୀ ବାଳିକା ପୂଜନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଦୁର୍ଗା ମନ୍ଦିର ଓ ସମଲେଇ ପୀଠ ସହ ସବୁ ପୂଜା ମଣ୍ଡପରେ ନବମୀ ପୂଜା ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।

Maha Navami : ଧୁମଧାମରେ ଚାଲିଛି ମାଆ ଦୂର୍ଗାଙ୍କ ନବମୀ ପୂଜା

ରୀତିନୀତି ଅନୁସାରେ ମାଆ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ମାଆ ସିଦ୍ଧିଦାତ୍ରି ବେଶରେ ଭକ୍ତଙ୍କୁ ଦେଇଥିଲେ ଦର୍ଶନ । ତେବେ ଏହି ଦିନରେ ଶକ୍ତିର ପ୍ରତୀକ ଭାବରେ ବାଳିକା ବା ନବକୁମାରୀ ପୂଜନ ମଧ୍ୟ କରାଯାଇଛି । ତେଣୁ ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏନେଇ ପୂଜା କମିଟିର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଚଣ୍ଡିପାଠରେ କମ୍ପୁଛି ପରିବେଶ । ରାଜ୍ୟର ସମସ୍ତ ସ୍ଥାନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.