ETV Bharat / state

ଚାଲିଛି ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା, ଚାଷୀଙ୍କ ପାଇଁ ଖୋଲିଛି ପାଠଶାଳା

author img

By

Published : Feb 5, 2023, 11:32 AM IST

ବଲାଙ୍ଗୀରରେ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି । 3 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା 6 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

krushi mela in starts in balangir
ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା

ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା

ବଲାଙ୍ଗୀର: ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି । ସରକାରୀ ଓ ବେସରକାରୀ ଶତାଧିକ କମ୍ପାନୀ ଏହି ମେଳାରେ ସାମିଲ ହୋଇଛନ୍ତି । ଅତ୍ୟାଧୁନିକ କୃଷି ଉପକରଣ ଓ ଯନ୍ତ୍ରାଂଶ ଏହି ମେଳାରେ ପ୍ରଦର୍ଶିତ ହୋଇଛି । ଏହା ସହିତ ଏହି କୃଷି ମେଳାରେ ହଜାର ହଜାର ଚାଷୀ ମଧ୍ୟ ସାମିଲ ହୋଇଛନ୍ତି । ଫେବୃଆରୀ 3 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା 6 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଜିଲ୍ଲାରେ ପ୍ରଥମ କରି ଜିଲ୍ଲା କୃଷି ଓ କୃଷି ଯନ୍ତ୍ରାଂଶ ଆରମ୍ଭ ଚାଲିଛି । ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଏହି ମେଳା ଆୟୋଜିତ ହେଉଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷି ସଶକ୍ତି କରଣ ବିଭାଗ ତଥା ଜିଲ୍ଲା କୃଷି ବିଭାଗ ମିଳିତ ଉଦ୍ୟମରେ ଏହା ଆୟୋଜିତ ହୋଇଛି । ଯେଉଁଥିରେ ଦେଶ ତଥା ରାଜ୍ୟର 60ରୁ ଊର୍ଦ୍ଧ୍ବ ସରକାରୀ ଓ ବେସରକାରୀ କମ୍ପାନୀ ସାମିଲ ହୋଇଛନ୍ତି । ଉନ୍ନତ ଆଧୁନିକ ଚାଷ ଉପକରଣ ସହିତ ଯନ୍ତ୍ରପାତି ସବୁ ପ୍ରଦର୍ଶିତ ହେଉଛି । ସେହିପରି ଉନ୍ନତ ଓ ଆଧୁନିକ ଚାଷ ପ୍ରଣାଳୀ ସହିତ ନୂତନ କିସମର ସଫଳ ପ୍ରଜାତିର ମଞ୍ଜି ଇତ୍ୟାଦି ମଧ୍ୟ ଏଠି ଏମାନେ ପ୍ରଦର୍ଶିତ ହୋଇଛି । ଯାହା ପାଇଁ ଜିଲ୍ଲାର ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇ ଚାଷର ଆଧୁନିକ ସଫଳ ଜ୍ଞାନ କୌଶଳ ଶିକ୍ଷା କରିବା ସହ ଯନ୍ତ୍ରପାତି ରିହାତି ଦରରେ କିଣିବାର ସୁଯୋଗ ପାଇଛନ୍ତି ।

ସେହିପରି ରାଜ୍ୟର ବରିଷ୍ଠ କୃଷି ଅଧିକାରୀ, କୃଷି ବୈଜ୍ଞାନିକ, ସଫଳ ଚାଷୀମାନଙ୍କ ପାଇଁ ପାଠଶାଳାର ମଧ୍ୟ ଆୟୋଜନ ହୋଇଛି । ଏଥିରେ ଜିଲ୍ଲାର ଚାଷୀ ବହୁ ମାତ୍ରାରେ ସାମିଲ ହୋଇ ଏସବୁ ଜାଣିବା ସହ କିଣିବାର ସୁଯୋଗ ପାଇଛନ୍ତି । ସେହିପରି ଏଠି ବିଭିନ୍ନ କମ୍ପାନୀ ତାଙ୍କର ଆଧୁନିକ ଚାଷ ଯନ୍ତ୍ରପାତି ସିଧାସଳଖ ଚାଷୀଙ୍କୁ ବିକିବାର ସୁଯୋଗ ପାଇଛନ୍ତି । ଯେଉଁଥିରେ ଟ୍ରାକ୍ଟର, ପାୱାର ଟ୍ରଲର, ମିନି ଟ୍ରାକ୍ଟର, ପାଣି ପମ୍ପ, ଧାନ ପ୍ରୋସେସିଂ ମେସିନ, ଗ୍ରେଡିଂ ମେସିନ, ଡ୍ରନ, ଆଧୁନିକ ଓ ଅଧିକ ଅମଳ ହେଉଥିବା ଧାନ, ମିଲେଟ, ଇତ୍ୟାଦି ଚାଷୀ ଦେଖିବା ପରଖିବା ଓ କିଣିବାର ସୁଯୋଗ ପାଇଛନ୍ତି । ତେବେ ଏଥିରେ ସାମିଲ ହୋଇଥିବା ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର ଫିଲିପାଇନ୍ସ ମଧ୍ୟ ଆଧୁନିକ ଅଧିକ ଅମଳ ବିଶିଷ୍ଟ ବିହନ ପ୍ରଦର୍ଶିତ କରିଛି ।

ଏହା ବି ପଢନ୍ତୁ...ଜମୁଛି ଖଣ୍ଡଗିରି ଯାତ୍ରା, ଜୀବନର ବାସ୍ତବତାକୁ ବଖାଣିଲା ନାଟକ ଯମ ଯନ୍ତ୍ରଣା

ବଲାଙ୍ଗୀର ଶୁଷ୍କ ଓ ମରୁଡି ପ୍ରବଣ ଜିଲ୍ଲା । ସେହିପରି ଏ ଜିଲ୍ଲାରେ ପୋଷଣ ତତ୍ବର ଅଭାବ ମଧ୍ୟ ରହିଛି । ତେଣୁ ଏଭଳି ମାଟି ଓ ପାଣି ପାଗ ପାଇଁ ସେମାନେ କିଛି ସ୍ବଚନ୍ତ୍ର ଧାନର ପରୀକ୍ଷା କରିଛନ୍ତି । ଯେଉଁଥିରେ ସି ଆର 315,ଜୀଙ୍କ ଚାଉଳ, ଡ଼ି ଆର ଆର 47, ପିଡ଼ି 75, ତ୍ରିପୁରା ଚାଉଳ ଓ ସ୍ବର୍ଣ୍ଣ ଶକ୍ତି କିସମର ଧାନ ଏଠି ଭଲ ଅମଳ ହେବ ବୋଲି କହିଛନ୍ତି ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର କର୍ମଚାରୀ ଦିଲୀପ ରାଉତ ।

ଏହି ସବୁ ଧାନ ଅଳ୍ପ ପାଣିରେ ମଧ୍ୟ ଏକର ପିଛା 24 କ୍ବିଣ୍ଟାଲରୁ ଅଧିକ ଅମଳ ହେବ । ଦୈନନ୍ଦିନ କୃଷି ବିଶେଷଜ୍ଞ ଓ ବୈଜ୍ଞାନିକ ମାନେ ଚାଷୀଙ୍କୁ ଶିକ୍ଷା ଦେବାର ମଧ୍ୟ ବ୍ୟବସ୍ଥା ହୋଇଛି । ତେବେ ପ୍ରଥମ ଦୁଇ ଦିନରେ ଏଠି ଜିଲ୍ଲାର ଚାଷୀମାନେ ଚାରି କୋଟି 74 ଲକ୍ଷ୍ୟ ଟଙ୍କାର ଯନ୍ତ୍ରପାତି ମଧ୍ୟ କିଣିଥିବା ସୂଚନା ଦେଇଛନ୍ତି ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର କର୍ମଚାରୀ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.