ETV Bharat / state

ବଲାଙ୍ଗୀରରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ଘର ବାହୁଡା ଯାତ୍ରା

author img

By

Published : May 26, 2023, 10:43 PM IST

jugal darshan of lord shiva and maa parvati
ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ

ବଲାଙ୍ଗୀରରେ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହେଲା ଦେବ ଦମ୍ପତିଙ୍କ ଘର ବାହୁଡା ଯାତ୍ରା । ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ଅଧିକ ପଢ଼ନ୍ତୁ

ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ

ବଲାଙ୍ଗୀର: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଲାଙ୍ଗୀର ସହର । ଦେବ ଦମ୍ପତିଙ୍କ ବିବାହ ପରେ ଯୁଗଳ ମୂର୍ତ୍ତି ଦର୍ଶନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ସହରରେ ଯୁଗଳ ମୂର୍ତ୍ତି ଦର୍ଶନ ଶୋଭାଯାତ୍ରା ପରେ ଶୀତଳଷଷ୍ଠୀ ବାହୁଡା ଯାତ୍ରା ସମ୍ପର୍ଣ୍ଣ ଶେଷ ହୋଇଛି । ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଛି ।


ସୁରୁଖୁରୁରେ ସମ୍ପନ୍ନ ହେଲା ମହାଦେବ ଓ ମାତା ପାର୍ବତୀଙ୍କ ଘର ବାହୁଡା ଯାତ୍ରା । ବଲାଙ୍ଗୀର ସହର ବିଭିନ୍ନ ପୂଜା କମିଟିମାନେ ଏହି ଯାତ୍ରାର ଭବ୍ୟ ଆୟୋଜନ ପାଇଁ ଭିନ୍ନ ଭିନ୍ନ ପ୍ରକାରରେ ନିଜ ଶୋଭାଯାତ୍ରା କରିଥିଲେ । ଶୋଭାଯାତ୍ରାରେ ହାଜର ହାଜର ଶ୍ରଦ୍ଧାଳୁଙ୍କ ସମେତ ସ୍ଥାନୀୟ କଳାକାର ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ସାମିଲ ହୋଇଥିଲେ । ଶୀତଳ ଷଷ୍ଠୀ ଶୋଭାଯାତ୍ରାରେ ସେମାନଙ୍କ କଳା ପରିଦର୍ଶନ କରିଥିଲେ । ଜିଲ୍ଲାରେ ମହା ଆଡ଼ମ୍ବର ସହକାରେ ବୈଦିକ ରୀତିନୀତିରେ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ପରିଣୟ ଉତ୍ସବ ହୋଇଥିଲା । ଦେବ ଦମ୍ପତ୍ତିଙ୍କ ବିବାହ ପରେ ଆଜି ଭୋରରୁ ଘର ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା । ଏଥର ପାଞ୍ଚଟି ଶୀତଳ ଷଷ୍ଠୀ ଯାତ୍ରା କମିଟି ଯୁଗଳ ମୂର୍ତ୍ତିଙ୍କୁ ନେଇ ସହର ପରିକ୍ରମା କରିଥିଲେ । ପାରମ୍ପରିକ ବାଦ୍ୟନୃତ୍ୟୁରେ ବଲାଙ୍ଗୀର ସହର ଦୁଲୁକି ଉଠିଥିଲା । ସେହିପରି ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାର ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିଥିଲେ । ମୁଖ୍ୟତଃ ଅଘୋରି ନୃତ୍ୟ ସହ କଣ୍ଢେଇ ନାଚ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।


ଦୀର୍ଘ ୩୫ ବର୍ଷ ଧରି ବଲାଙ୍ଗୀର ସହରରେ ସର୍ବ ପୁରାତନ ଏବିଏସଏସ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି । କ୍ଲବର ବରିଷ୍ଠ ସଦସ୍ୟ ସୁରଜିତ କୁମାର ସହାଣୀ କହିଛନ୍ତି ଯେ, "ପରମ୍ପରା ଅନୁସାରେ ସିଦ୍ଧେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଶୁଭ ବିବାହ ଉତ୍ସବ ହୋଇଛି । ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଦର୍ଶକଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ଆଲହାବାଦର ଅଘୋରି ନୃତ୍ୟ, ଆନ୍ଧ୍ରପ୍ରଦେଶର ଉଡନ୍ତା ହନୁମାନ, କଣ୍ଢେଇ ନୃତ୍ୟ ଭଳି ଅନେକ ନୃତ୍ୟ ବାଦ୍ୟ ପରିବେଷଣ କରାଯାଇଛି ।" ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଟ୍ରାଫିକ ବ୍ୟବସ୍ଥା ସହ ପିଇବା ପାଣି ଓ ଅନ୍ୟାନ୍ୟ ସୁବିଧା କରାଯାଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.