ETV Bharat / state

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା, କଣ୍ଟାବାଞ୍ଜି ଜେଲରେ କ୍ରାଇମ ବ୍ରାଞ୍ଚର ଛାନଭିନ୍‌

author img

By

Published : Dec 22, 2022, 1:35 PM IST

gobinda sahu death case
gobinda sahu death case

ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ପରେ ତନାଘନା ଆରମ୍ଭ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ। । ତଦନ୍ତର ଦ୍ବିତୀୟ ଦିନରେ କଣ୍ଟାବାଞ୍ଜି ଜେଲ ଯାଇ ଛାନଭିନ କରିଛି କ୍ରାଇମ ବ୍ରାଞ୍ଚ । ଅଧିକ ପଢନ୍ତୁ

gobinda sahu death case

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁର ଜେଲରେ ମୃତ୍ୟୁ ପରେ ତନାଘନା ଆରମ୍ଭ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ। । ତଦନ୍ତର ଦ୍ବିତୀୟ ଦିନରେ କଣ୍ଟାବାଞ୍ଜି ଜେଲ ଯାଇ ଛାନଭିନ କରିଛି କ୍ରାଇମ ବ୍ରାଞ୍ଚ । ଜେଲ କର୍ମଚାରୀ, ଗୋବିନ୍ଦ ସହ ଥିବା ଅନ୍ତେବାସୀଙ୍କ ବୟାନ ରେକର୍ଡ କରିଛି କ୍ରାଇମ ବ୍ରାଞ୍ଚ ଟିମ ସଦସ୍ୟ ।

ଗତ ୨୦ ତାରିଖରେ ବଲାଙ୍ଗୀର କଣ୍ଟାବାଞ୍ଜି ଉପକାରାଗାରରୁ ଗୋବିନ୍ଦର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ପରିବାର ଲୋକେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ସେପଟେ ହାଜତ ମୃତ୍ୟୁ ପାଇଁ ଥିବା ଭାରତ ସର୍ବୋଚ୍ଚ ନ୍ୟାୟାଳୟ ଓ ଏନଏଚଆରସିର ସ୍ଵତନ୍ତ୍ର ନିୟମ ଅନୁଯାୟୀ କ୍ରାଇମବ୍ରାଞ୍ଚର 10 ଜଣିଆ ସ୍ବତନ୍ତ୍ର ଟିମ ବଲାଙ୍ଗୀରରେ ଗତକାଲି(ବୁଧବାର) ଠାରୁ ଆସି ତଦନ୍ତ ଆରମ୍ଭ ଆରମ୍ଭ କରିଛନ୍ତି । ଆଜି ତଦନ୍ତର ଦ୍ବିତୀୟ ଦିନରେ ଏହି ଟିମ କଣ୍ଟାବାଞ୍ଜି ଜେଲ ଯାଇ ମୃତଦେହ ମିଳିଥିଲା ସ୍ଥାନର ଝରକାର ତଦାରଖ କରିଛନ୍ତି । ଏଥି ସହ କାଠ ଗଣ୍ଡି, ଗାମୁଛା ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ।

ସେହିପରି ଜେଲ କର୍ମଚାରୀ, ଗୋବିନ୍ଦ ସହ ଥିବା ଅନ୍ତେବାସୀଙ୍କ ବୟାନ ମଧ୍ୟ କ୍ରାଇମ ବ୍ରାଞ୍ଚ ଟିମ ରେକର୍ଡ କରିଛି । ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁର ମହାଲୀଙ୍ଗ ସ୍ଥିତ ଘରକୁ ଯିବ ବୋଲି ଜଣାପଡିଛି । ତେବେ ଗତକାଲି ସୁପ୍ରିମକୋର୍ଟ ଏବଂ ଜାତୀୟ ମାନବାଧିକାର କମିଶନଙ୍କ ନିୟମ ଅନୁସାରେ ଗୋବିନ୍ଦ ସାହୁଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ଏକ ସ୍ବତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ଏହି ବ୍ୟବଚ୍ଛେଦ କରିଥିଲେ । ବୁର୍ଲା ଭିମସାର ମେଡିକାଲ କଲେଜର ଏଫଏମଟି ବିଶେଷଜ୍ଞ ଡାକ୍ତର ସତ୍ୟସାଇ ପଣ୍ଡା, ଡାକ୍ତର ବିରେନ ଖାଲକୋ ଓ ବଲାଙ୍ଗୀର ଭୀମ ଭୋଇ ମେଡିକାଲର ସୁବଳ ନାଏକ ପ୍ରମୁଖ ଏହି ବ୍ୟବଚ୍ଛେଦ କରିଥିଲେ । ଏହା ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ପରେ ପରିବାର ଲୋକେ ମହାଲିଙ୍ଗରେ ତାଙ୍କର ଅନ୍ତେଷ୍ଠି କ୍ରିୟା କରିଥିଲେ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ଗୋବିନ୍ଦ ସାହୁର ପକେଟରୁ ଏକ ଲଫାଫା ମିଳିଥିଲା । ତେବେ ଏ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟୀକରଣ ମିଳିପାରି ନାହିଁ।

ପ୍ରକାଶ ଥାଉକି, ଗତ ଅକ୍ଟୋବର ମାସ 8 , 2021 ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ 17 ଅକ୍ଟୋବର 2021ରେ ଗିରଫ କରିଥିଲା । ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସାରିଥିଲା । ତେବେ ମଙ୍ଗଳବାର ଜେଲରୁ ଗୋବିନ୍ଦର ମୃତଦେହ ମଳିଲା । ଏହାପରେ ଜେଲରେ କିପରି ଗୋପିନ୍ଦର ମୃତ୍ୟୁ ହେଲା ସେନେଇ ଅନେକ ପ୍ରଶ୍ନବାଟୀ ସୃଷ୍ଟି ହୋଇଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.