ETV Bharat / state

ଜମି ପାଇଁ ଭାଇ ହେଲା ଭଗାରୀ

author img

By

Published : Jul 27, 2022, 8:04 AM IST

ଜମି ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ
ଜମି ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ

ଜମି ବିବାଦରୁ ବିଭତ୍ସ ହତ୍ୟା । ଜମି ପାଇଁ ଭାଇକୁ ହତ୍ୟା କରିଲା ଭାଇ । ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

ବଲାଙ୍ଗୀର: ଜମି ବିବାଦରୁ ବିଭତ୍ସ ହତ୍ୟା । ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଜମି ପାଇଁ ଭାଇକୁ ହତ୍ୟା କରିଲା ଭାଇ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀର ପାଟଣାଗଡ଼ ଥାନା ଅନ୍ତର୍ଗତ ଖୁରୁ ବରାହ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ସନ୍ତୋଷ ମାଝୀ । ଘଟଣାର ଛାନଭିନ କରି ୪ ହତ୍ୟାକାରୀ ଭାଇକୁ ଅଟକ ରଖିଛି ପୋଲିସ ।

ଜମି ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ସନ୍ତୋଷ ମାଝୀ ନିଜ ବିଲରେ କାମ କରୁଥିବା ବେଳେ ତାଙ୍କର ସମ୍ପର୍କୀୟ ଭାଇ ଚମାର ମାଝୀ, ଅନନ୍ତ ମାଝୀ, କଲାକାହୁଁ ମାଝୀ, ଦିଲେ ମାଝୀ ଓ ତାଙ୍କର ଦୁଇ ପୁଅ ହଠାତ୍‌ ଆସି ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କର ଏକ ହାତ କାଟି ଶରୀରରୁ ଅଲଗା କରିଦେଇଥିଲେ । ଏହାପରେ ତାଙ୍କ ପରିବାର ଓ ଗ୍ରାମବାସୀ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ହସ୍ପିଟାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଖବରପାଇ ପାଟଣାଗଡ଼ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୪ଜଣ ହତ୍ୟାକାରୀ ଭାଇଙ୍କୁ ଅଟକ ରଖିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.