ETV Bharat / state

ବିଦ୍ୟୁତ ଆଘାତରେ ଛାତ୍ର ଗୁରୁତର

author img

By

Published : Mar 7, 2020, 9:58 PM IST

bolangir-electric-shock-student-in-dengerious-condition
ବିଦ୍ୟୁତ ଆଘାତରେ ଛାତ୍ର ଗୁରୁତର

ବଲାଙ୍ଗୀରରେ ଛାତ ଉପରେ ଚଢିଥିଲାବେଳେ ଛାତ୍ର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ଜଣକ ବଲାଙ୍ଗୀର ଗନ୍ଧମାର୍ଦ୍ଧନ ଆଇଟିଆଇ କଲେଜରେ ଅଧ୍ୟୟନରତ ବୋଲି ଜଣାପଡିଛି । ଅଧିକ ଜାଣନ୍ତୁ...

ବଲାଙ୍ଗୀର: ବିଦ୍ୟୁତ ଆଘାତରେ ଛାତ୍ର ଗୁରୁତର । ଛାତ ଉପରେ ଚଢିଥିଲାବେଳେ ଛାତ୍ର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ଜଣକ ବଲାଙ୍ଗୀର ଗନ୍ଧମାର୍ଦ୍ଧନ ଆଇଟିଆଇ କଲେଜରେ ଅଧ୍ୟୟନରତ ବୋଲି ଜଣାପଡିଛି ।

ବିଦ୍ୟୁତ ଆଘାତରେ ଛାତ୍ର ଗୁରୁତର

ସୂଚନା ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲାର ତମାମୁରା ଗ୍ରାମର ସୌମ୍ୟରଂଜନ ଭୋଇ ବଲାଙ୍ଗୀରରେ ଏକ ଭଡ଼ା ଘରେ ରହି ପାଠ ପଢୁଥିଲେ। ତେବେ ଅପରାହ୍ନରେ ଘର ଉପର ଛାତକୁ ଚଢ଼ିଥିବା ବେଳେ କୌଣସି କାରଣରୁ ଘର ଉପର ଦେଇ ଯାଇଥିବା 11କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଶରୀରରେ ବିଦ୍ୟୁତ ଆଘାତ ଯୋଗୁଁ ଶରୀରର ବହୁ ଅଂଶରେ ଜଳିଯାଇଛି । ଏହାପରେ ତୁରନ୍ତ ତାଙ୍କ ସହପାଠୀ ଓ ପଡ଼ୋଶୀ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି ।

ଏହାପରେ ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ଛାତ୍ର କାହିଁକି ଛାତ ଉପରକୁ ଚଢିଥିଲା କିମ୍ବା ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.