ETV Bharat / state

ମମିତା ମେହେର ହତ୍ୟା ମାମଲା: ପୁଣି ତେଜିଲା ସିବିଆଇ ତଦନ୍ତ ଦାବି

author img

By ETV Bharat Odisha Team

Published : Oct 9, 2023, 7:52 AM IST

Updated : Oct 9, 2023, 2:11 PM IST

ମମିତା ମେହେର ହତ୍ୟା ମାମଲା: ପୁଣି ତେଜିଲା ସିବିଆଇ ତଦନ୍ତ ଦାବି
ମମିତା ମେହେର ହତ୍ୟା ମାମଲା: ପୁଣି ତେଜିଲା ସିବିଆଇ ତଦନ୍ତ ଦାବି

ତିନି ଦିନିଆ ବଲାଙ୍ଗୀର ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମ ଦିନରେ କଣ୍ଟାବାଞ୍ଜି ଗସ୍ତ କରି ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ଅଧିକ ପଢନ୍ତୁ

ମମିତା ମେହେର ହତ୍ୟା ମାମଲା: ପୁଣି ତେଜିଲା ସିବିଆଇ ତଦନ୍ତ ଦାବି

ବଲାଙ୍ଗୀର: ତିନି ଦିନିଆ ବଲାଙ୍ଗୀର ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମ ଦିନରେ କଣ୍ଟାବାଞ୍ଜି ଗସ୍ତ କରି ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଜେପିର ମୋ ମାଟି ମୋ ଦେଶ ଅଭିଯାନରେ ବଲାଙ୍ଗୀର ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ।

ବିଜେପିର ଦେଶ ବ୍ୟାପି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶହୀଦମାନଙ୍କ ପୈତୃକ ଗ୍ରାମକୁ ମାଟି ସଂଗ୍ରହ ପାଇଁ ସମସ୍ତ ନେତା ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଏହି କ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତ କରିଛନ୍ତି । ସେଠାରେ 'ମୋ ମାଟି ମୋ ଦେଶ' ଅଭିଯାନ ଜରିଆରେ କଣ୍ଟାବାଞ୍ଜିରେ ବିଭିନ୍ନ ଶହୀଦଙ୍କ ପୈତୃକ ଗାଁରୁ ମାଟି ସଂଗ୍ରହ କରିଛନ୍ତି ।

ଆଉମଧ୍ୟ ପଢନ୍ତୁ.. ଗୋବିନ୍ଦ ସାହୁ ମୃତ୍ୟ ମାମଲା, ସିବିଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନ୍ୟପଟେ 3ଦିନିଆ ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ କଣ୍ଟାବାଞ୍ଜି ଅଞ୍ଚଳ ଗସ୍ତ କରିବା ବଲାଙ୍ଗୀର ଅଞ୍ଚଳର ଚର୍ଚ୍ଚିତ ହତ୍ୟାକାଣ୍ଡ ଶିକ୍ଷୟତ୍ରୀ ମମିତା ମେହେରଙ୍କ ପୀଡ଼ିତ ପରିବାର ବର୍ଗଙ୍କୁ ସାକ୍ଷାତ କରିଥିଲେ । ମୃତ ମମିତା ମେହେରଙ୍କ ପରିବାରଲୋକଙ୍କ ସହ କଥା ହେବା ସହ ତାଙ୍କୁ ସମବେଦନା ଜଣାଇଥିଲେ । ଏଥିସହ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି । ସିବିଆଇ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଥିଲେ ମନମୋହନ ସାମଲ ।

ସେ ଆଉମଧ୍ୟ କହିଛନ୍ତି ଯେ, ଲୋକଙ୍କ ଆଗ୍ରହ ଓ ପୀଡ଼ିତ ପରିବାରଙ୍କ ଆଗ୍ରହକ୍ରମେ ସେମାନେ ଏହି ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ । ଯେଉଁଥିରେ ସବିଶେଷ ଆଲୋଚନା ହୋଇଥିବା ବେଳେ ଏହି ମାମଲାକୁ ନେଇ ବିଜେପି ପୂର୍ବରୁ ରାଜ୍ୟ ସରକାରଙ୍କ ପାଖରେ ଉଚିତ୍ ତଦନ୍ତ ପାଇଁ ଦାବି କରିଥିଲେ । ପୂର୍ବରୁ ମଧ୍ୟ ସିବିଆଇ ତଦନ୍ତ ଦାବି କରାଯାଉଥିବା ବେଳେ ଏବେ ମଧ୍ୟ ପୁଣି ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ତେବେ ପୋଲିସ୍ ଓ କ୍ରାଇମବ୍ରାଞ୍ଚ ଏଥିରେ ମୁଖ୍ୟ ବଡ଼ ବଡିଆ ଅଭିଯୁକ୍ତଙ୍କୁ ଛାଡ଼ି ଦେଇ କେବଳ ଦୁଇ ଜଣଙ୍କୁ ଗିରଫ କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ଏହାର ଏକ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଏହାରି ମଧ୍ୟରେ ବର୍ଷେ ପୂର୍ବରୁ ଜେଲ ହାଜତରେ ମୃତ୍ୟୁ ହୋଇଥିଲା । ଯାହାର ତଦନ୍ତ ସଠିକ ଭାବରେ ହୋଇନଥିବାର ସେ କହିଛନ୍ତି । ତେଣୁ ଏହାର ଅଧିକ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ବୋଲି ସେ କହିଛନ୍ତି ।

ଆଉମଧ୍ୟ ପଢନ୍ତୁ..ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ମହାଲିଙ୍ଗରୁ ଗୋବିନ୍ଦଙ୍କ ହାତଲେଖା ରେଜିଷ୍ଟର ଓ ଡାଏରୀ ଜବତ କଲା କ୍ରାଇମବ୍ରାଞ୍ଚ

ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବଲାଙ୍ଗୀର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ, ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓ, ଜିଲ୍ଲା ବିଜେପି ସଭାପତି ଶିବାଜି ମହାନ୍ତି ସମେତ ଅନ୍ୟ ବରିଷ୍ଠ ବିଜେପି ନେତା ସାମିଲ ଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Oct 9, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.