ETV Bharat / state

ଗୋବିନ୍ଦ ସାହୁ ମୃତ୍ୟ ମାମଲା, ସିବିଆଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Jan 10, 2023, 7:27 AM IST

memorandum to district collector
memorandum to district collector

କଳାହାଣ୍ଡି ଦକ୍ଷିଣ ଶୌଣ୍ଢିକ ସମାଜ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ଗୋବିନ୍ଦ ସାହୁ ମୃତ୍ୟ ମାମଲା

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଯାହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଗତ ଡିସେମ୍ବର 20 ତାରିଖ ଦିନ ଜେଲ ଭିତରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ତେବେ ତାହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତ ଗୋବିନ୍ଦ ସାହୁଙ୍କର ପକେଟରୁ ମିଳିଥିବା ବନ୍ଦ ଲଫାପା ତାଙ୍କ ବଡଝିଅ ଲିପିକା ସାହୁଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି ଚର୍ଚ୍ଚା ପରିସରକୁ ଆସିଥିଲା । ହେଲେ ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ସେହି ଲଫାପା ବିଷୟ ସ୍ପଷ୍ଟ କରି ନଥିବା ବେଳେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ମହାଲିଙ୍ଗ କଲେଜକୁ ଯାଇ କାଗଜପତ୍ର ଯାଞ୍ଚ କରିବା ସହ ମମତା ମେହେରଙ୍କ ପରିବାର ସହ ଆଲୋଚନା କରିଥିଲା ।

ଅନ୍ୟପଟେ ଗୋବିନ୍ଦଙ୍କ ମୃତ୍ୟ ଦିନ ଗୋବିନ୍ଦ ଙ୍କ ସ୍ତ୍ରୀ ସୁଷମା ସାହୁ ତାଙ୍କ ସ୍ବାମୀଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ହେଲେ ଗୋବିନ୍ଦ ସାହୁଙ୍କର ମୃତ୍ୟୁକୁ ୨୦ ଦିନ ବିତି ଯାଇଥିଲେ ସୁଦ୍ଧା ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ହାତରେ କିଛି ଠୋସ୍ ପ୍ରମାଣ ଲାଗି ନାହିଁ । ଯେଉଁ କାରଣରୁ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ସନ୍ଦେହ କରି ଆଜି କଳାହାଣ୍ଡି ଦକ୍ଷିଣ ଶୌଣ୍ଢିକ ସମାଜ ପକ୍ଷରୁ ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଦକ୍ଷିଣ ଶୌଣ୍ଢିକ ସମାଜ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଏନେଇ କଳାହାଣ୍ଡି ଦକ୍ଷିଣ ଶୌଣ୍ଢିକ ସମାଜ ସଭାପତି ବିଜୟଦେବ ସାହୁ କହିଛନ୍ତି, "ଗତ 20 ତାରିଖ ଦିନ ବିଚାରଧିନ କଏଦୀ ଭାବରେ ଥିବା ଗୋବିନ୍ଦ ସାହୁ ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଥିବା ନେଇ ଜେଲ୍‌ କତ୍ତୃପକ୍ଷ ଘୋଷଣା କରିଥିଲେ । ଯାହା ସମ୍ପୂର୍ଣ୍ଣ ଭାବରେ ସନ୍ଦେହଜନକ ଅଟେ । ଏଥିସହ ସେହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲେ ସୁଦ୍ଧା ହେଲେ 20ଦିନ ବିତିଯାଇଥିଲେ ମଧ୍ୟ ହତ୍ୟା ସମ୍ବନ୍ଧୀୟ କୌଣସି ସୂଚନା ମିଳିପାରି ନାହିଁ ।

ପ୍ରକାଶ ଥାଉକି, ଗତ ଅକ୍ଟୋବର ମାସ 8ତାରିଖ 2021ରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ 17 ଅକ୍ଟୋବର 2021ରେ ଗିରଫ କରିଥିଲା । ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠାରୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.