ETV Bharat / state

ଦୁଷ୍ଟ ଆତ୍ମାର ଶାନ୍ତି ପାଇଁ ଭୀମ ଭୋଇ ମେଡିକାଲରେ ପୂଜାର୍ଚ୍ଚନା !

author img

By

Published : May 27, 2022, 12:46 PM IST

ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜରେ ବାରମ୍ବାର ଅଘଟଣ ଘଟୁଛି । ଏଠି ଦୁଷ୍ଟ ଆତ୍ମା ଥିବା ଅଘଟଣର କାରଣ ବୋଲି ଭାବିଛନ୍ତି ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଦୁଷ୍ଟ ଆତ୍ମାର ଶାନ୍ତି ପାଇଁ ଭୀମ ଭୋଇ ମେଡିକାଲରେ ପୂଜାର୍ଚ୍ଚନା
ଦୁଷ୍ଟ ଆତ୍ମାର ଶାନ୍ତି ପାଇଁ ଭୀମ ଭୋଇ ମେଡିକାଲରେ ପୂଜାର୍ଚ୍ଚନା

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜରେ ବାରମ୍ବାର ଅଘଟଣ ଘଟୁଛି । ଏଠି ଦୁଷ୍ଟ ଆତ୍ମା ଥିବା ଅଘଟଣର କାରଣ ବୋଲି ଭାବିଛନ୍ତି ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ । ଦୁଷ୍ଟ ଆତ୍ମାର ଶାନ୍ତି ପାଇଁ କଲେଜରେ ଚାଲିଛି ପୂଜାର୍ଚ୍ଚନା । କଲେଜରେ ଦୁଷ୍ଟ ଆତ୍ମାର ପ୍ରଭାବ ରହିଥିବା ଆଶଙ୍କା କରିଛନ୍ତି ଖୋଦ ମେଡିକାଲ୍ କଲେଜ କର୍ତ୍ତୃପକ୍ଷ । ପିଲାଙ୍କ ସୁରକ୍ଷା ପାଇଁ ଶାନ୍ତି ପୂଜା ଚାଲିଥିବା ସ୍ବୀକାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । ତେବେ ବଲାଙ୍ଗୀରରେ ଭୀମଭୋଇ ମେଡିକାଲ୍ କଲେଜ ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ବିବାଦ ଏହାର ପିଛା ଛାଡୁନାହିଁ । ସମାନ ଭାବରେ ନିକଟରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ଯେଉଁଥିରେ ପ୍ରଥମେ ବଲାଙ୍ଗୀରର ଜଣେ ମେଡିକାଲ୍ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ରାଜସ୍ଥାନ ରାଜ୍ୟର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଠିକ୍ ସେହିପରି ଜଣେ ଛାତ୍ର କଲେଜରୁ ବାହାରି ହୋଟେଲ ଯାଇଥିବା ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଦୁଷ୍ଟ ଆତ୍ମାର ଶାନ୍ତି ପାଇଁ ଭୀମ ଭୋଇ ମେଡିକାଲରେ ପୂଜାର୍ଚ୍ଚନା

ତେବେ ଏଠି କୌଣସି ଦୁଷ୍ଟ ଆତ୍ମା ବାସ କରୁଥିବା କିମ୍ବା ପାରାନୋମାଲ ଗତିବିଧି ରହିଛି ବୋଲି ଉଭୟ କଲେଜର ଛାତ୍ର ଓ କର୍ତ୍ତୃପକ୍ଷ ସନ୍ଦେହ କରିଛନ୍ତି । ତଥା ସମସ୍ତେ କିଛି ମାତ୍ରାରେ ଭୟଭୀତ ଅଛନ୍ତି । ଏହାର ନିରାକରଣର ପାଇଁ କଲେଜରେ ପୂଜାର୍ଚ୍ଚନା ଚାଲିଛି । ଯାହାକୁ ନେଇ ପୁଣି ଏବେ ଚର୍ଚ୍ଚାରେ ଭୀମ ଭୋଇ ମେଡିକାଲ୍ କଲେଜ । ଆତ୍ମା ଅଛି ହେଲେ ଆତ୍ମା ପାଇଁ କଲେଜରେ ଅଘଟଣ ଘଟିବା କେତେ ଦୂର ସତ୍ୟ । ବିଜ୍ଞାନ ଯୁଗରେ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ଏପରି ଆଶଙ୍କା କେତେଦୂର ଯୁକ୍ତିଯୁକ୍ତ ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.