ETV Bharat / state

କୋରୋନା ମୁକାବିଲା; ଅମୋଘ ଅସ୍ତ୍ର ସାଜିଛି ଟିକା

author img

By

Published : May 21, 2021, 1:36 PM IST

Updated : May 21, 2021, 1:41 PM IST

କୋରୋନା ମୁକାବିଲା; ଅମୋଘ ଅସ୍ତ୍ର ସାଜିଛି ଟିକା
କୋରୋନା ମୁକାବିଲା; ଅମୋଘ ଅସ୍ତ୍ର ସାଜିଛି ଟିକା

ଅନୁଗୋଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜୋରଦାର ଚାଲିଛି ଟୀକାକରଣ ପ୍ରକ୍ରିୟା । ଏବେ ସୁଦ୍ଧା ଜିଲ୍ଲାରେ ୧ଲକ୍ଷ ୩୨ ହଜାରରୁ ଅଧିକ ଡୋଜ ଟିକା ଦିଆସରିଛି । ଅଧିକ ପଢନ୍ତୁ...

ଅନୁଗୋଳ: କୋରୋନାର ଆର୍ତ୍ତନାଦରେ ଛଟପଟ ହେଉଛି ସାରା ଦେଶ । ପ୍ରାୟ ଦୁଇ ବର୍ଷ ହେବ କୋରୋନା କାୟା ବିସ୍ତାର କରି ଲୋକଙ୍କୁ କଲବଲ କରିବାରେ ଲାଗିଛି । ମହାମାରୀର ଏ ମହାଯୁଦ୍ଧରେ ବର୍ତ୍ତମାନ ଟିକା ହିଁ ପ୍ରମୁଖ ଅସ୍ତ୍ର । ପ୍ରତିଶେଧକ ଭାବେ ଟିକାକୁ ଅସ୍ତ୍ର କରାଯାଇଛି । ଭୂତାଣୁ ସମ୍ପର୍କରେ ସଠିକ ଆକଳନ ନ ହେଲେ ବି ସମଗ୍ର ଦେଶରେ ଏବେ ଟୀକକରଣକୁ ଗୁରୁତ୍ଵ ଦିଆଯାଇଛି । ତେବେ ବିଭିନ୍ନ ସ୍ଥାନରେ ଟିକା ନେବାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । କୋଭିଡ ବିରୋଧୀ ଲଢେଇରେ ଟୀକା ହିଁ ଦେଶବାସୀଙ୍କୁ ବିଜୟୀ କରିପାରିବ ।

କୋରୋନା ମୁକାବିଲା; ଅମୋଘ ଅସ୍ତ୍ର ସାଜିଛି ଟିକା

ଅନୁଗୋଳ ଜିଲ୍ଲା ସହରାଞ୍ଚଳରେ କିଭଳି ଅଧିକରୁ ଅଧିକ ଲୋକ ସହଜ ଓ ସୁବିଧାରେ ଟିକା ନେଇ ପାରିବେ ସେଥିପାଇଁ ପ୍ରଶାସନର ତତ୍ପର ଥିବା ବେଳେ ଗ୍ରାମାଞ୍ଚଳରେ ଲୋକଙ୍କୁ ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ଟିକା ମିଳି ପାରିନାହିଁ । ବ୍ୟାପକ ଟୀକାକରଣ ଦ୍ୱାରା ହିଁ ଏହି କୋରୋନାର ସଂକ୍ରମଣରେ ବ୍ରେକ ଲଗାଇ ହେବ । ଯାହା ପାଇଁ ଦେଶବ୍ୟାପୀ କୋଭିଡ ଟୀକାକରଣ ପ୍ରକ୍ରିୟା ଜୋଦଦାଗ ହୋଇଛି । ଅନୁଗୋଳ ଷ୍ଟାଡିଅମ ପଡିଆରେ ପ୍ରାୟ ୩ହଜାର ଲୋକ ଟିକା ନେବାର ବ୍ୟବସ୍ଥା କରିଛି ପ୍ରଶାସନ। ଏହା ବ୍ୟତୀତ ସହରାଞ୍ଚଳର ବିଭିନ୍ନ ୱାର୍ଡରେ ମଧ୍ୟ ଟୀକାଦାନ କରାଯାଇଛି ।

ସେପଟେ ସରକାର ଦ୍ଵିତୀୟ ଡୋଜ ଟିକା ଦେବା ଅବଧି ବୃଦ୍ଧି କରିବା ପରେ ଲୋକଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହୋଇଛି । ସେହିପରି ମିଳିଥିବା ସୂଚନା ଅନୁଗୋଳ ଜିଲ୍ଲାରେ ଆଜି ସୁଦ୍ଧା ୧ ଲକ୍ଷ ୪୯ ହଜାରରୁ ଅଧିକ ଡୋଜ ଟୀକା ଆସିଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ମିଶାଇ ୧ଲକ୍ଷ ୩୨ ହଜାରରୁ ଅଧିକ ଡୋଜ ଟିକା ଦିଆସରିଛି। ଜିଲ୍ଲାକୁ ନିୟମିତ ବ୍ୟବଧାନରେ ଟୀକା ଆସୁଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତଙ୍କୁ ଟୀକା ଦିଆଯିବ ପାଇଁ ବ୍ୟବସ୍ଥା ଚାଲୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଲୋକେ କିଭଳି ସୁରୁଖୁରୁରେ ଟୀକା ପାଇବେ ସେଥିପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ବିଭାଗୀୟ ଅଧିକାରୀ ।

ବର୍ତ୍ତମାନ ଗାଁ ମୁହାଁ ହୋଇଛି ସଂକ୍ରମଣ । ଗାଁ ଗୁଡିକରେ ଏ ପର୍ଯ୍ୟନ୍ତ ଟିକାକରଣ ପାଇଁ କୌଣିସ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ । ଏ ଦିଗରେ ପ୍ରଶାସନ ଜଲଦି ଧ୍ୟାନ ଦେବାକୁ ଗ୍ରାମାଞ୍ଚଳବାସୀ ଦାବି କରିଛନ୍ତି । କିଭଳି ସରକାରଙ୍କ ସହ ଉତ୍ତମ ସହଯୋଗ କୋଭିଡ ମୁକାବିଲା କରିବା ଓ ଟୀକାକରଣରେ ସାମିଲ ହୋଇ ଏହି ମହାମାରୀ ମୁହଁରୁ ନିଜେ ବଞ୍ଚବା ସହ ଦେଶ ଓ ଜାତିକୁ ବଞ୍ଚାଇବାର ସମୟ ଆସିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Last Updated :May 21, 2021, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.