ETV Bharat / state

କ୍ୟାମ୍ପେନ ମୋଡରେ ଆରମ୍ଭ ଟୀକାକରଣ

author img

By

Published : Jun 21, 2021, 10:01 PM IST

ଅନୁଗୋଳରେ କ୍ୟାମ୍ପନେ ମୋଡ଼ରେ ଆରମ୍ଭ ହେଲା ଟୀକାକରଣ
ଅନୁଗୋଳରେ କ୍ୟାମ୍ପନେ ମୋଡ଼ରେ ଆରମ୍ଭ ହେଲା ଟୀକାକରଣ

ଅନୁଗୋଳ ଜିଲ୍ଲାରେ କ୍ୟାମ୍ପେନ ମୋଡରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୫୩ ଟି ଟୀକାକରଣ କେନ୍ଦ୍ରରେ ୧୧,୫୦୦ ଡୋଜ ଦେବା ପାଇଁ ହୋଇଛି ଯୋଜନା । ଅଧିକ ପଢନ୍ତୁ...

ଅନୁଗୋଳ:ଆଜି ଠାରୁ ଅନୁଗୋଳ ଜିଲ୍ଲାରେ କ୍ୟାମ୍ପେନ ମୋଡରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଳାରେ ମୋଟ ୫୩ଟି ଟୀକାକରଣ କେନ୍ଦ୍ରରେ ୧୧,୫୦୦ ଡୋଜ ଦେବା ପାଇଁ ସ୍ଥିର କରିଛି ପ୍ରଶାସନ ।

ସେହିପରି ଆସନ୍ତାକାଲି ମଧ୍ୟ ଏହି ମୋଡରେ ସମସ୍ତ ୫୩ ଟି ଯାକ ଟୀକାକରଣ କେନ୍ଦ୍ରରେ ଆଉ ୧୧,୫୦୦ ଟିକା ଦିଆଯିବ। ଅର୍ଥାତ ୨ ଦିନରେ ମୋଟ ୨୩ ହଜାର ଟିକା ଦିଆ ଯିବ । ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଷ୍ଟାଡିଅମ ଠାରେ ମେଗା ଟୀକାକରଣ କେନ୍ଦ୍ର ବ୍ୟତୀତ ଅନୁଗୁଳ ସହରରେ ଆଉ ୩ଟି ସ୍ଥାନରେ ଟୀକାକରଣ କେନ୍ଦ୍ର କରାଯାଇଛି ।

ଅନୁଗୋଳରେ କ୍ୟାମ୍ପନେ ମୋଡ଼ରେ ଆରମ୍ଭ ହେଲା ଟୀକାକରଣ

ସେହିପରି ତାଳଚେର ସହରାଞ୍ଚଳରେ ୬ଟି ସ୍ଥାନରେ ଟୀକାକରଣ କେନ୍ଦ୍ର କରାଯାଇଛି । ଜିଲ୍ଲାରେ ଥିବା ୮ଟି ଯାକ ବ୍ଲକରେ ପ୍ରତ୍ୟକ ବ୍ଲକରେ ୫ଟି ଲେଖାଏଁ ଭାବେ ଏହିପରି ୪୦ଟି ଟୀକାକରଣ କେନ୍ଦ୍ର ଖୋଲା ଯାଇଛି । ତେଣୁ ଜିଲାରେ ଏହି ଅଭିଯାନ ସକ୍ରିୟ ଭାବେ ଚାଲୁ ରହିବ । ଯେପରି ସମସ୍ତ ବୟସ ବର୍ଗର ଲୋକେ ଟିକା ପାଇ ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.