ETV Bharat / state

ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ନେଇ ତେଜୁଛି ଶ୍ରମିକ ଅସନ୍ତୋଷ

author img

By

Published : Mar 25, 2021, 8:34 PM IST

ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ନେଇ ତେଜୁଛି ଶ୍ରମିକ ଅସନ୍ତୋଷ
ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ନେଇ ତେଜୁଛି ଶ୍ରମିକ ଅସନ୍ତୋଷ

ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବାକୁ ନେଇ ତେଜିବାର ଲାଗିଛି ଆନ୍ଦୋଳନ । ଅଧିକ ପଢନ୍ତୁ...

ଅନୁଗୋଳ: ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବାକୁ ନେଇ ତେଜିବାର ଲାଗିଛି ଆନ୍ଦୋଳନ । ଗତ ଏକ ମାସ ଧରି ଧାରଣା ଚଳାଇଥିବା ଶ୍ରମିକ କରିଛନ୍ତି ପ୍ରତିବାଦ । ଏନଟିପିସି ଦ୍ବାରା ପ୍ରଚଳିତ ୪୬୦ ମେଗାୱାଟ ବିଶିଷ୍ଟ ତାଳଚେର ଥର୍ମାଲ ପାୱାର ଷ୍ଟେସନ (TTPS) ବନ୍ଦ ରହିଥିବାବେଳେ ଏଠାରେ କାର୍ଯ୍ୟରତ ଶହଶହ ଠିକା କର୍ମଚାରୀଙ୍କ ଜୀବନଜୀବିକା ଏବେ ଅନ୍ଧକାରମୟ ହୋଇଯାଇଛି । ଯାହାକୁ ନେଇ ବିରୋଧ ତେଜିବାରେ ଲାଗିଛି ।

ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ନେଇ ତେଜୁଛି ଶ୍ରମିକ ଅସନ୍ତୋଷ

ଆଜି ପୁଣି ମିଳିତ ଶ୍ରମିକ ସଂଗଠନମାନେ ପ୍ରତିବାଦ ଓ ବିକ୍ଷୋଭ କରିଛନ୍ତି । ଏହି ପ୍ଲାଣ୍ଟର ପରିବେଶ ପ୍ରଦୂଷଣ ମଞ୍ଜୁରୀ ଅବଧି ଚଳିତ ମାର୍ଚ୍ଚ ୩୧ତାରିଖରେ ସମାପ୍ତ ହେଉଛି l ତେବେ ତା ପୂର୍ବରୁ ଏନଟିପିସି କର୍ତୃପକ୍ଷ ଏହାର ସମସ୍ତ ୬ଟି ୟୁନିଟକୁ ସଟଡାଉନ କରିଛନ୍ତି l ତେବେ ବନ୍ଦ ହେବା ପର୍ଯ୍ୟନ୍ତ ଏହା ଶତ ପ୍ରତିଶତ ଲାଭରେ ଚାଲୁଥିଲା । ଏଠାରେ 14 ଶହରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ କାମ କରି ନିଜର ପରିବାର ଚଳାଉଥିଲେ l

ଏବେ ପ୍ଲାଣ୍ଟ ବନ୍ଦ ପରେ ପ୍ରତି କ୍ଷେତ୍ରରେ ସେମାନେ ଅସୁବିଧାର ସମ୍ମୁଖୀନ ହେବାସହ ସ୍ଥାନୀୟ ଅଞ୍ଚଳରେ ଲୋକେ ଶିକ୍ଷା,ପାନୀୟ ଜଳ ଆଦି କ୍ଷେତ୍ରରେ ସମସ୍ୟା ଭୋଗିବେ ବୋଲି ଅଭିଯୋଗ କରିଛନ୍ତି । ଏଣୁ ପ୍ଲାଣ୍ଟ ବନ୍ଦ ନକରିବାକୁ ସେମାନେ ମୁଖ୍ୟମନ୍ତ୍ରୀ, କେନ୍ଦମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି l ଯଦି କୌଣସି ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ସେମାନେ ତାଳଚେରରେ ଅର୍ଥନୈତିକ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.