ETV Bharat / state

ମେମୁ ଟ୍ରେନ ଚଳାଚଳ ଦାବିରେ SUCIର ଧାରଣା

author img

By

Published : Nov 17, 2021, 11:43 AM IST

ମେମୁ ଟ୍ରେନ ଚଳାଚଳ ପାଇଁ SUCI ର ଧାରଣା
ମେମୁ ଟ୍ରେନ ଚଳାଚଳ ପାଇଁ SUCI ର ଧାରଣା

ମେମୁ ଟ୍ରେନ ଚଳାଚଳ ପାଇଁ ଦାବି କଲା SUCI କମ୍ୟୁନିଷ୍ଟ । ରେଳ ଚଳାଚଳ ବନ୍ଦ ପାଇଁ ଯାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ଏହି ଦାବି କରିଛି ସଙ୍ଘ । ଅଧିକ ପଢନ୍ତୁ

ଅନୁଗୋଳ: ଷ୍ଟେସନକୁ ଆସୁନାହିଁ ମେମୋ ଟ୍ରେନ, ସମ୍ବଲପୁର ଇଣ୍ଟରସିଟି ଟ୍ରେନ ମଧ୍ୟ କୋରୋନା ପାଇଁ ବନ୍ଦ ପଡିଛି । ଏନେଇ ଯାତ୍ରୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ପୁନଃ ଆରମ୍ଭ ପାଇଁ ଦାବି କରିଛି SUCI କମ୍ୟୁନିଷ୍ଟ ।

ମେମୁ ଟ୍ରେନ ଚଳାଚଳ ପାଇଁ SUCI ର ଧାରଣା

ତୁରନ୍ତ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ(ମେମୋ)କୁ ଚଳାଚଳ କରିବାକୁ ଦାବି କରିଛି SUCI । ବହୁ ସଂଖ୍ୟରେ SUCI କର୍ମୀ ଅନୁଗୋଳ ରେଳ ଷ୍ଟେସନରେ ଗଣ ଧାରଣାରେ ବସିଛନ୍ତି । ଅନୁଗୋଳ ପୁରୀ ଫାଷ୍ଟ ପାସେଞ୍ଜର ଟ୍ରେନ ଉପରେ ବହୁତ ଲୋକ ନିର୍ଭର କରନ୍ତି । କମ୍ ଟଙ୍କା ମଧ୍ୟରେ ଲୋକେ ପୁରୀ ଭୁବନେଶ୍ୱର ଯିବା ଆସିବା କରିପାରନ୍ତି । ମାତ୍ର ଏବେ ତାକୁ ଅନୁଗୋଳ ଷ୍ଟେସନକୁ ଅଣାନଯାଇ ତାଳଚେର ଠାରେ ରଖାଯାଇଛି । ଫଳରେ ଏହି ଟ୍ରେନ ଉପରେ ନିର୍ଭର କରି ଯିବା ଆସିବା କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

ଅଯଥାରେ ଲୋକେ ଅଧିକ ପଇସା ଭଡା ଦେଇ ଯାଉଥିବା ଅଭିଯୋଗ କରିଛି ସଙ୍ଘ । ତୁରନ୍ତ ଟ୍ରେନ ଚଳାଚଳ ପାଇଁ SUCI ଦାବି କରିଛି । ଯଦି ଏହି ଦାବି ପ୍ରତି ରେଳ ବିଭାଗ ଦୃଷ୍ଟି ନଦିଏ ତେବେ ଆଗାମୀ ଦିନରେ ରେଳ ରୋକ କରିବାକୁ କମ୍ୟୁନିଷ୍ଟ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.