ETV Bharat / state

ଅନୁଗୋଳରେ ମେମୋ ଟ୍ରେନର ପୁନଃ ଚଳାଚଳ ଦାବିରେ ବିକ୍ଷୋଭ

author img

By

Published : Dec 17, 2021, 2:11 PM IST

ଅନୁଗୋଳରେ ମେମୋ ଟ୍ରେନ ପୁନଃ ଚଳାଚଳ ଦାବିରେ ବିକ୍ଷୋଭ
ଅନୁଗୋଳରେ ମେମୋ ଟ୍ରେନ ପୁନଃ ଚଳାଚଳ ଦାବିରେ ବିକ୍ଷୋଭ

ଅନୁଗୋଳରେ ମେମୋ ଟ୍ରେନର ପୁନଃ ଚଳାଚଳ ଦାବିରେ ରାସ୍ତାକୁ ଓହ୍ଲାଇଲା SUCI କମ୍ୟୁନିଷ୍ଟ । କୋଭିଡ ନାଁରେ ରେଳ ବିଭାଗ ମେମୋ ଟ୍ରେନ ଚଳାଚଳକୁ ଜାଣିଶୁଣି ବନ୍ଦ କରିଦେଇଥିବା ଦଳର ଅଭିଯୋଗ । ଅଧିକ ପଢନ୍ତୁ

ଅନୁଗୋଳ: ଦୀର୍ଘଦିନ ହେଲାଣି ଅନୁଗୋଳ ରେଲୱେ ଷ୍ଟେସନରୁ ଅନୁଗୋଳ-ପୁରୀ ମେମୋ ଟ୍ରେନ ଚଳାଚଳ କରୁନାହିଁ । ଅନ୍ୟ ଟ୍ରେନ ଚାଲୁଥିଲେ ମଧ୍ୟ ରେଳ ବିଭାଗ କୋଭିଡ ନାଁରେ ମେମୋ ଟ୍ରେନ ଚଳାଚଳକୁ ଜାଣିଶୁଣି ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଟ୍ରେନଟି ଅନୁଗୋଳ ଷ୍ଟେସନକୁ ନ ଅଣାଯାଇ ତାଳଚେର ପର୍ଯ୍ୟନ୍ତ ଚଳାଯାଉଛି । ଯାହାକୁ ପ୍ରତିବାଦ କରି ଶୁକ୍ରବାର ରାସ୍ତାକୁ ଓହ୍ଲାଇଛି SUCI କମ୍ୟୁନିଷ୍ଟ ।

ଅନୁଗୋଳରେ ମେମୋ ଟ୍ରେନ ପୁନଃ ଚଳାଚଳ ଦାବିରେ ବିକ୍ଷୋଭ

ଗତ ମାସରେ ମଧ୍ୟ ମେମୋ ଟ୍ରେନ ଚଳାଚଳ ଦାବିରେ SUCI କମ୍ୟୁନିଷ୍ଟ ପକ୍ଷରୁ ଧାରଣା ଦିଆଯାଇଥିଲା । ମାସକ ମଧ୍ୟରେ ଟ୍ରେନ ଚଳାଚଳ ନ କଲେ ଅର୍ଥନୈତିକ ଅବରୋଧ କରିବାକୁ ଲିଖିତ ଭାବେ ରେଳ ବିଭାଗ କର୍ତ୍ତୃପକ୍ଷଙ୍କୁ ଦଳ ଅବଗତ କରିଥିଲା । ଆଜକୁ ଠିକ ଏକ ମାସ ପୂରଣ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଅର୍ଥନୈତିକ ଅବରୋଧ କରିବାକୁ ଆସିଥିଲେ SUCI କମ୍ୟୁନିଷ୍ଟ କର୍ମୀ । କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇବାରୁ ରେଳ ଫାଟକ ନିକଟରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ଥାନୀୟ ରେଳ କର୍ତ୍ତୃପକ୍ଷ ବିକ୍ଷୋଭ ସ୍ଥଳକୁ ଆସି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ଜାନୁଆରୀ ପହିଲାରୁ ଅନୁଗୋଳରୁ ମେମୋ ଚଳାଚଳ ସ୍ବାଭାବିକ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

କହିରଖୁଛୁ କି, ପୂର୍ବରୁ ଏହି ମେମୋ ଟ୍ରେନ ଅନୁଗୋଳରୁ ପୁରୀ ଚଳାଚଳ କରୁଥିଲା । କୋରୋନା କଟକଣା ପରଠୁ ତାହା ତାଳଚେରରୁ ପୁରୀ ଯାତାୟତ କରୁଛି । ଏହାଦ୍ବାରା ଅନୁଗୋଳ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.