ଅନୁଗୋଳରେ ହକି କ୍ରେଜ୍, ରାଲି କରି ଖେଳାଳିଙ୍କୁ ଉତ୍ସାହିତ କଲେ ଛାତ୍ରଛାତ୍ରୀ

author img

By

Published : Jan 12, 2023, 2:09 PM IST

ଅନୁଗୋଳରେ ହକି କ୍ରେଜ୍

ହକି ବିଶ୍ବକପ୍ ନେଇ ସାରା ରାଜ୍ୟରେ ଉତ୍ସାହ । ରାଲି କରି ଖେଳିଳୀଙ୍କୁ ଉତ୍ସାହିତ କଲେ ଅନୁଗୋଳ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଅନୁଗୋଳରେ ହକି କ୍ରେଜ୍

ଅନୁଗୋଳ: ବାରବାଟୀ ଷ୍ଟାଡିୟମରେ ଉଦଘାଟନ ହୋଇଯାଇଛି ହକି ବିଶ୍ବକପ୍ । ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଆଉ ଦିନକ ପରେ ଅନୁଷ୍ଠିତ ହେବ ମ୍ୟାଚ୍ । ଏବେ ସମଗ୍ର ବିଶ୍ବର ନଜର ଓଡ଼ିଶାରେ ଆୟୋଜିତ ହକି ବିଶ୍ବକପ୍ ଉପରେ ରହିଛି । ଏହି ପରିପ୍ରେକ୍ଷୀରେ ଏଫ୍‌.ଆଇ.ଏଚ୍ ଓଡ଼ିଶା ହକି ବିଶ୍ବକପ୍ ୨୦୨୩ ପାଇଁ ସମସ୍ତ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଗୋଳର ଓମ ବିଦ୍ୟା ଭାରତୀ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ରାଲି କରାଯାଇଛି । ଛାତ୍ରଛାତ୍ରୀ ବିରାଟ ଶୋଭାଯାତ୍ରାରେ ଅନୁଗୋଳ ଇକୋ ପାର୍କରୁ ବାହାରି ହକି ପାଇଁ ବିଭିନ୍ନ ନାରାବାଜି ଦେଇ ସହର ପରିକ୍ରମା କରିଛନ୍ତି ।

ଏହାପରେ ଅନୁଗୋଳ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ଭାରତୀୟ ହକି ଖେଳାଳିଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ସରକାର ହକି ପାଇଁ କରିଥିବା ଉଦ୍ୟମକୁ ସମସ୍ତେ ପ୍ରଶଂସା କରିବା ସହ ସାରା ବିଶ୍ବରେ ଓଡ଼ିଶାର ନାଁ ହକି ପାଇଁ ଆହୁରି ଗୌରବାନିତ୍ବ ହୋଇଥିବାରୁ ତାହାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ ବୋଲି ପ୍ରକାଶ କରିଛନ୍ତି । ସେହିପରି ଏଥର ଆମ ଟିମ୍ ହକି ବିଶ୍କପର ଚମ୍ପିୟାନ ହେବ ବୋଲି ଛାତ୍ରଛାତ୍ରୀ ଆଶା ପୋଷଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Hockey World Cup Opening Ceremony: ନବୀନଙ୍କ ଡାଏଲଗରେ କମ୍ପିଲା ବାରବାଟୀ

ପ୍ରକାଶଥାଉ କି, ହକି ବିଶ୍ବକପ୍ ପାଇଁ ସାରା ରାଜ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପଥ ଉତ୍ସବ ବା ରାହାଗିରି ଆୟୋଜିତ କରାଯାଉଛି । ଓଡିଶା ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି । ପ୍ରଥମ ଥର ପାଇଁ ଦୁଇଟି ସହରରେ ହକି ବିଶ୍ବକପ ମ୍ୟାଚ ହେବାକୁ ଯାଉଛି । ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ହକି ବିଶ୍ବକପ ପାଇଁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଭାରତ ପୁଲ Dରେ ରହିଛି । ଭାରତ ସହିତ ଏଥିରେ ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ଦଳ ସ୍ଥାନ ପାଇଛନ୍ତି । ଗତକାଲି ବାରବାଟୀ ଷ୍ଟାଡିୟମରେ ବିଶ୍ବକପ୍‌ର ଉଦଘାଟନୀ କାର୍ଯ୍ୟକ୍ରମ ଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.