ETV Bharat / state

ସ୍ପେଶାଲ ସ୍କ୍ବାର୍ଡ ହାତରେ ଗୋଚାଲାଣ ରାକେଟ, 31 ଜଣ ଗିରଫ

author img

By

Published : Mar 26, 2021, 1:28 PM IST

ଗୋ ଚାଲାଣ ରାକେଟର ପର୍ଦ୍ଦାଫାସ
ଗୋ ଚାଲାଣ ରାକେଟର ପର୍ଦ୍ଦାଫାସ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ ଗାଁଦେଇ ବେଆଇନ ଗୋରୁ ଚାଲାଣ ସମୟରେ ଅନୁଗୋଳ ସ୍ପେସିଆଲ ସ୍କ୍ବାର୍ଡ ଚଢ଼ାଉ କରି ଏକ ବଡ଼ ଗୋରୁ ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

ଅନୁଗୋଳ: ବେଆଇନ ଗୋରୁ ଚାଲାଣ ରାକେଟର ପର୍ଦ୍ଦାଫାସ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ ଗାଁଦେଇ ବେଆଇନ ଗୋରୁ ଚାଲାଣ ସମୟରେ ଅନୁଗୋଳ ସ୍ପେସିଆଲ ସ୍କ୍ବାର୍ଡ ଚଢ଼ାଉ କରି ଏକ ବଡ଼ ଗୋରୁ ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି ।

ଗୋ ଚାଲାଣ ରାକେଟର ପର୍ଦ୍ଦାଫାସ

ପାଖାପାଖି ୧୨ ଟି ପିକଅପ୍ ଭ୍ୟାନରେ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ବୋଝେଇ ହୋଇ ଯାଉଥିବା ବେଳେ ପୋଲିସ ଉଦ୍ଧାର କରିବା ସହ ଗାଡି ଓ ଟଙ୍କା ଜବତ କରିଛି । ଏହି ଚାଲାଣରେ ସମ୍ପୃକ୍ତ ୩୧ ଜଣ ଗୋ ଚାଲାଣକରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସମସ୍ତ ଗିରଫ ଅଭିଯୁକ୍ତମାନେ କଟକ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ରେସ ଇସ୍ତହାରରେ ସୂଚନା ଦିଆଯାଇଛି।

ସେମାନଙ୍କ ନିକଟରୁ ଗୋରୁ ସମେତ, ଗୋଟିଏ ସ୍ୱିଫ୍ଟ ଡିଜାଏର କାର, ୧୨ ଟି ପିକଅପ ଭ୍ୟାନ ଓ ନଗଦ ୮୭ ହଜାର ୫୩୦ ଟଙ୍କା ଓ ୨୧ ଟି ମୋବାଇଲ ଫୋନ ଜବତ କରାଯାଇଛି ।

ସୂଚନା ମୁତାବକ, ନରସିଂହପୁର ଅଞ୍ଚଳରୁ ହିନ୍ଦୋଳ ଓ ଆଠଗଡ଼ ଦେଇ କଲିକତା ବେଆଇନ୍ ଗୋରୁ ଚାଲାଣ ହେଉଥିବା ଖବର ପାଇ ସ୍ପେସିଆଲ ସ୍କ୍ବାର୍ଡ ଚଢାଉ କରିଥିଲା । ପୋଲିସକୁ ଦେଖି ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.